ମହାପ୍ରସାଦ ଦର ନିର୍ଦ୍ଧାରଣ ହେବ, ୱେବ୍‌ସାଇଟ୍‌ରେ ରହିବ ତଥ୍ୟ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ମନଇଚ୍ଛା ଦରରେ କେହି ମହାପ୍ରସାଦ ବିକ୍ରି କରିପାରିବେ ନାହଁ। ଏଥିପାଇଁ ଦର ନିର୍ଦ୍ଧାରଣ ହେବ। ସୁଆରଙ୍କୁ ଚାଉଳ, ଡାଲି ଓ ଅନ୍ୟ ସାମଗ୍ରୀ ଯୋଗାଇ ଦେବ ଶ୍ରୀମନ୍ଦିର ପ୍ରଶାସନ। ପାରିଶ୍ରମିକ, ପରିବା ମୂଲ୍ୟ, ବୋଝ ମୂଲ୍ୟ, ହାଣ୍ଡି, କୁଡୁଆର ଦାମ ଓ ସୁଆରଙ୍କ ଲାଭାଂଶକୁ ମିଶାଇ ଏକ ନିର୍ଦ୍ଦିଷ୍ଟ ଦର ନିର୍ଦ୍ଧାରଣ କରାଯିବ। ଆଜିର ଶ୍ରୀମନ୍ଦିର ପରିଚାଳନା କମିଟି ଓ ସୁଆର ମହାସୁଆର ନିଯୋଗ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି […]

puri-jagannath-mahaprasad

Manoranjan Sial
  • Published: Tuesday, 16 October 2018
  • , Updated: 16 October 2018, 07:27 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ମନଇଚ୍ଛା ଦରରେ କେହି ମହାପ୍ରସାଦ ବିକ୍ରି କରିପାରିବେ ନାହଁ। ଏଥିପାଇଁ ଦର ନିର୍ଦ୍ଧାରଣ ହେବ। ସୁଆରଙ୍କୁ ଚାଉଳ, ଡାଲି ଓ ଅନ୍ୟ ସାମଗ୍ରୀ ଯୋଗାଇ ଦେବ ଶ୍ରୀମନ୍ଦିର ପ୍ରଶାସନ। ପାରିଶ୍ରମିକ, ପରିବା ମୂଲ୍ୟ, ବୋଝ ମୂଲ୍ୟ, ହାଣ୍ଡି, କୁଡୁଆର ଦାମ ଓ ସୁଆରଙ୍କ ଲାଭାଂଶକୁ ମିଶାଇ ଏକ ନିର୍ଦ୍ଦିଷ୍ଟ ଦର ନିର୍ଦ୍ଧାରଣ କରାଯିବ।

ଆଜିର ଶ୍ରୀମନ୍ଦିର ପରିଚାଳନା କମିଟି ଓ ସୁଆର ମହାସୁଆର ନିଯୋଗ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଏହା ସହିତ ଆନନ୍ଦ ବଜାର ସୁପରିଚାଳନା ପାଇଁ ଅଭିଯୋଗ କରିବାର ବ୍ୟବସ୍ଥା ରହିବ। ଅଭିଯୋଗ ଗ୍ରହଣ ପାଇଁ ଏକ ପ୍ରକୋଷ୍ଠ ଓ ହେଲ୍‌ପ ଡେକ୍ସ ପାଇଁ ଶ୍ରୀମନ୍ଦିର ପ୍ରଶାସନର ଜଣେ କର୍ମଚାରୀ ଓ ସୁଆର-ମହାସୁଆର ନିଯୋଗର ଜଣେ ସଦସ୍ୟ ଉପସ୍ଥିତ ରହିବେ। କୌଣସି ଅସୁବିଧା ହେଲେ ଭକ୍ତମାନେ ନିଜର ସମସ୍ୟା ଏମାନଙ୍କୁ ଜଣାଇ ପାରିବେ।

ଅନଧିକୃତ ଭାବେ କେହି ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି କରିପାରିବେ ନାହିଁ। ସୁଆର -ମହାସୁଆର ତରଫରୁ ଏକ ୱେବ୍‌ ସାଇଟ୍ ମଧ୍ୟ ଖୋଲାଯିବ। ଏଥିରେ ମହାପ୍ରସାଦର ଚିତ୍ର ସହିତ ଦର ରହିବ। କେବେଠାରୁ ଏସବୁ ନିଷ୍ପତ୍ତି ଲାଗୁ କରାଯିବ, ତାହା ସ୍ଥିର ହୋଇ ନାହିଁ।

Related story