ଓଡ଼ିଶାରେ ଏଣିକି ଅଧ୍ୟାପକ ବି ହେବେ ଆଇଏଏସ୍‌, ବିଭାଗ କଲା ସୁପାରିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘଦିନ ଧରି ଅଣପ୍ରଶାସନିକ ସେବାରୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ନିମନ୍ତେ ଯୋଗ୍ୟ ଅଫିସର ମିଳୁନାହାନ୍ତି । ବାରମ୍ବାର ରିମାଇଣ୍ଡର ପଠାଇବା ସତ୍ତ୍ୱେ ପ୍ରଶାସନିକ ବିଭାଗଗୁଡ଼ିକ ଆଇଏଏସ୍ ପଦବୀ ପାଇଁ ଅଣପ୍ରଶାସନିକ ସେବାର ଯୋଗ୍ୟ ଅଫିସରଙ୍କ ନାଁ ସୁପାରିଶ କରିବାରେ ବିଫଳ ହୋଇଛନ୍ତି। ଯାହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପ୍ରଥମଥର ପାଇଁ ଓଡ଼ିଶା ଶିକ୍ଷା ସେବା କ୍ୟାଡ଼ରର ଅଫିସର ବା ଅଧ୍ୟାପକମାନଙ୍କୁ ଏହି ଅଣପ୍ରଶାସନିକ ସେବା ବର୍ଗରେ ସାମିଲ କରି ସେମାନଙ୍କୁ ଆଇଏଏସ୍ […]

teacher

teacher

Ordigital Desk
  • Published: Friday, 17 September 2021
  • Updated: 17 September 2021, 09:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘଦିନ ଧରି ଅଣପ୍ରଶାସନିକ ସେବାରୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ନିମନ୍ତେ ଯୋଗ୍ୟ ଅଫିସର ମିଳୁନାହାନ୍ତି । ବାରମ୍ବାର ରିମାଇଣ୍ଡର ପଠାଇବା ସତ୍ତ୍ୱେ ପ୍ରଶାସନିକ ବିଭାଗଗୁଡ଼ିକ ଆଇଏଏସ୍ ପଦବୀ ପାଇଁ ଅଣପ୍ରଶାସନିକ ସେବାର ଯୋଗ୍ୟ ଅଫିସରଙ୍କ ନାଁ ସୁପାରିଶ କରିବାରେ ବିଫଳ ହୋଇଛନ୍ତି। ଯାହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପ୍ରଥମଥର ପାଇଁ ଓଡ଼ିଶା ଶିକ୍ଷା ସେବା କ୍ୟାଡ଼ରର ଅଫିସର ବା ଅଧ୍ୟାପକମାନଙ୍କୁ ଏହି ଅଣପ୍ରଶାସନିକ ସେବା ବର୍ଗରେ ସାମିଲ କରି ସେମାନଙ୍କୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ଦେବା ନିମନ୍ତେ ଗତକାଲି ସୁପାରିସ୍ କରିଛି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ଯେ, ଅଣପ୍ରଶାସନିକ ସେବା ତାଲିକାରେ ଓଡ଼ିଶା ଶିକ୍ଷା ସେବା କ୍ୟାଡ଼ରକୁ ସାମିଲ କରାଯାଇନାହିଁ । ଯେଉଁଥିପାଇଁ ଗ୍ରୁପ-ଏ ବର୍ଗର ଅଫିସରମାନେ ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ପଦବୀ ନିମନ୍ତେ ଚୟନ ନିମନ୍ତେ ମନୋନୟନ ହେବାରୁ ବଂଚିତ ହେଉଛନ୍ତି । ଓଡ଼ିଶା ଶିକ୍ଷା ସେବା(ଓଇଏସ) କ୍ୟାଡ଼ରରେ ଅଧ୍ୟାପକମାନେ ଗ୍ରୁପ୍‌-ବି ଅଫିସର ଭାବେ ଚାକିରି ଆରମ୍ଭ କରି ୮ବର୍ଷ ପରେ ଗ୍ରୁପ-ଏ ବର୍ଗକୁ ପଦୋନ୍ନତି ପାଇଥାନ୍ତି। ଆଉ ସେମାନଙ୍କ ଦରମା ହାର ୯୩୦୦-୩୪୮୦୦(ଗ୍ରେଡ୍ ପେ-୫୪୦୦ଟଙ୍କା) ରହିଥାଏ, ଯାହାକି ଓଏଏସ୍ କ୍ୟାଡ଼ରରେ ଡେପୁଟି କଲେକ୍ଟର ପାହ୍ୟା ସହ ସମାନ। ତେଣୁ ଅଣପ୍ରଶାସନିକ ସେବା ବର୍ଗରେ ଗ୍ରୁପ୍ -ଏ ବର୍ଗର ଅଧ୍ୟାପକମାନଙ୍କୁ ସାମିଲ କରି ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ପାଇଁ ମନୋନୟନବେଳେ ସେମାନଙ୍କ ନାଁକୁ ସୁପାରିଶ ପାଇଁ ସାମିଲ କରାଯାଉ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ, ଏପ୍ରିଲ ୭ତାରିଖରେ ସାଧାରଣ ପ୍ରଶାସନ ବିଭାଗ ରାଜ୍ୟର ସମସ୍ତ ବିଭାଗକୁ ଚିଠି ଲେଖି ସିଲେକ୍ସନ କୋଟାରେ ଖାଲି ପଡ଼ିଥିବା ୩ଟି ଆଇଏଏସ୍ ପଦବୀକୁ ପୂରଣ ନିମନ୍ତେ ରାଜ୍ୟର ଅଣପ୍ରଶାସନିକ ସେବା ଅଫିସର(ଏନଏସସିଏସ)ଙ୍କ ତାଲିକା ମେ’ ୬ତାରିଖ ସୁଦ୍ଧା ପଠାଇବାକୁ ଅନୁରୋଧ କରିଥିଲା। ତେବେ ହାତଗଣତି ୩-୪ଟି ବିଭାଗକୁ ବାଦ୍ ଦେଲେ ଅନ୍ୟ ବିଭାଗଗୁଡ଼ିକ ଅଫିସରଙ୍କ ନାଁ ପଠାଇ ନଥିବାରୁ ସାଧାରଣ ପ୍ରଶାସନ ବିଭାଗ ପୁଣିଥରେ ଅଗଷ୍ଟ ୧୮ତାରିଖରେ ସବୁ ବିଭାଗକୁ ରିମାଇଣ୍ଡର ପଠାଇ ଆସନ୍ତା ସେପ୍ଟେମ୍ବର ୮ତାରିଖ ସୁଦ୍ଧା ରାଜ୍ୟ ଅଣପ୍ରଶାସନିକ ସେବା ଅଫିସରଙ୍କ ତାଲିକା ଦେବାକୁ କହିଥିଲା । ତଥାପି ଆଜି ସୁଦ୍ଧା ପ୍ରାୟ ୧୨ଟି ବିଭାଗ ନିଜର ତାଲିକା ପଠାଇ ନଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟର ମୋଟ ୨୪୮ଟି ପଞ୍ଜିକୃତ ଆଇଏଏସ୍ କ୍ୟାଡ଼ର ପଦବୀ ମଧ୍ୟରୁ ୧୦ଟି ସିଲେକ୍ସନ କୋଟା(ଅଣପ୍ରଶାସନିକ ସେବା) ପାଇଁ ଉଦ୍ଦିଷ୍ଟ ଥିବାବେଳେ ସେଥିରୁ ୩ଟି ପଦବୀ ଖାଲି ପଡ଼ିଛି । ରାଜ୍ୟରେ ଏବେ ବିଭିନ୍ନ ବିଭାଗରେ ଅଣପ୍ରଶାସନିକ ସେବାରେ ପ୍ରଥମ ଶ୍ରେଣୀ ବର୍ଗରେ ପ୍ରାୟ ୩ହଜାରରୁ ଅଧିକ ଅଫିସର କାର୍ଯ୍ୟରତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story