ଏଟିଏମରେ ମିଳିବ ରାସନ ଚାଉଳ, ଭୁବନେଶ୍ୱରରୁ ପାଇଲଟ୍ ପ୍ରକଳ୍ପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏଣିକି ଏଟିଏମରେ ୨୪ଘଂଟିଆ ରାସନ୍ ଚାଉଳ ମିଳିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଅଲ ଟାଇମ୍ ଗ୍ରେନ (ଏଟିଜି) ବ୍ୟବସ୍ଥା କରାଯାଉଛି । ପାଇଲଟ୍ ପ୍ରକଳ୍ପ ଭାବେ ଭୁବନେଶ୍ୱରରେ ଏହା ଆରମ୍ଭ ହେବ ଓ ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ଜିଲ୍ଲା ଓ ସଦର ମହକୁମାରେ ଏହି ଏଟିଏମ୍ ଖୋଲିବ ବୋଲି ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ଆଜି ବିଧାନସଭାରେ ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ […]

Rasan

Ordigital Desk
  • Published: Tuesday, 19 July 2022
  • , Updated: 19 July 2022, 10:21 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏଣିକି ଏଟିଏମରେ ୨୪ଘଂଟିଆ ରାସନ୍ ଚାଉଳ ମିଳିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଅଲ ଟାଇମ୍ ଗ୍ରେନ (ଏଟିଜି) ବ୍ୟବସ୍ଥା କରାଯାଉଛି । ପାଇଲଟ୍ ପ୍ରକଳ୍ପ ଭାବେ ଭୁବନେଶ୍ୱରରେ ଏହା ଆରମ୍ଭ ହେବ ଓ ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ଜିଲ୍ଲା ଓ ସଦର ମହକୁମାରେ ଏହି ଏଟିଏମ୍ ଖୋଲିବ ବୋଲି ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।
ଆଜି ବିଧାନସଭାରେ ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗର ୧୨୦୫ କୋଟି ୨୯ଲକ୍ଷ ୪୯ହଜାର ଟଙ୍କାର ଖର୍ଚ୍ଚଦାବିର ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶା ଏକ ମଡେଲ ରାଜ୍ୟ ହୋଇଛି । ନିୟମିତ ଭାବେ ସାଧାରଣ ବଂଟନ ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯାଉଛି । ୱାନ୍ ନେସନ ୱାନ ରାସନ୍ କାର୍ଡ ବ୍ୟବସ୍ଥା ଓଡ଼ିଶାରେ ୨୦୨୧ ଜୁଲାଇରୁ ଲାଗୁ ହୋଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହିତାଧିକାରୀମାନେ ଏଥିରୁ ଉପକୃତ ହୋଇପାରୁଛନ୍ତି ।
ଖାଦ୍ୟଶସ୍ୟ ରହୁଥିବା ଗୋଦାମ ଗୃହକୁ ଅଟୋମେସନ କରିବା ସହିତ ଏହା କିପରି ଗୁଣାତ୍ମକ ଯୁକ୍ତ ଶସ୍ୟ ପହଂଚିବ ସେ ନେଇ ସରକାର ବ୍ୟବସ୍ଥା କରୁଛନ୍ତି । ଆଜିର ଆଲୋଚନାବେଳେ ୧୯୪୧.୧୪କୋଟି ଟଙ୍କାର ସମବାୟ ବିଭାଗର ଖର୍ଚ୍ଚଦାବି ମଧ୍ୟ ଗୃହୀତ ହୋଇଛି । ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଓ କକ୍ଷତ୍ୟାଗ ମଧ୍ୟରେ ଏହି ଦୁଇ ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଛି ।

Related story