NPR: ପିନାକୀ କହିଲେ ବାପା ଓ ମା’ଙ୍କ ବିଷୟରେ ପଚରାଯିବନି, ପ୍ରଶ୍ନ ଉଠାଇଲେ ପ୍ରତାପ

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):NPR ଅପଡେଟ୍ ବେଳେ ଓଡ଼ିଶାରେ ମଗାଯିବ ନାହିଁ ପରିବାର ବାପା ଓ ମା’ଙ୍କ ଜନ୍ମସ୍ଥାନ ସଂପର୍କିତ ତଥ୍ୟ। ଓଡ଼ିଶା ପାଇଁ ଏହାକୁ ଇଛାଧୀନ କରାଯାଇଥିବା କହିଛନ୍ତି ଲୋକସଭାରେ ବିଜେଡି ନେତା ପିନାକୀ ମିଶ୍ର । ତେଣୁ NPRର ୧୩-୨କୁ ବାଦ୍ ଦେଇ ଓଡ଼ିଶାରେ ତଥ୍ୟ ସଂଗ୍ରହ କରାଯିବ। ତେବେ ଜନଗଣନାକୁ ଜାତିଭିତ୍ତିକ କରିବାକୁ ଓଡ଼ିଶା ଦାବି କରିଛି । ହେଲେ ଏହି ପ୍ରସ୍ତାବକୁ ବାଦ୍ ଦେଲେ ପାକିସ୍ତାନ ଓ ଅନ୍ୟ ଦେଶର ଆସି ଓଡିଶାରେ ରହୁଥିବା […]

b-908

Tapas Behera
  • Published: Tuesday, 28 January 2020
  • , Updated: 28 January 2020, 07:53 PM IST

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):NPR ଅପଡେଟ୍ ବେଳେ ଓଡ଼ିଶାରେ ମଗାଯିବ ନାହିଁ ପରିବାର ବାପା ଓ ମା’ଙ୍କ ଜନ୍ମସ୍ଥାନ ସଂପର୍କିତ ତଥ୍ୟ। ଓଡ଼ିଶା ପାଇଁ ଏହାକୁ ଇଛାଧୀନ କରାଯାଇଥିବା କହିଛନ୍ତି ଲୋକସଭାରେ ବିଜେଡି ନେତା ପିନାକୀ ମିଶ୍ର ।

ତେଣୁ NPRର ୧୩-୨କୁ ବାଦ୍ ଦେଇ ଓଡ଼ିଶାରେ ତଥ୍ୟ ସଂଗ୍ରହ କରାଯିବ। ତେବେ ଜନଗଣନାକୁ ଜାତିଭିତ୍ତିକ କରିବାକୁ ଓଡ଼ିଶା ଦାବି କରିଛି । ହେଲେ ଏହି ପ୍ରସ୍ତାବକୁ ବାଦ୍ ଦେଲେ ପାକିସ୍ତାନ ଓ ଅନ୍ୟ ଦେଶର ଆସି ଓଡିଶାରେ ରହୁଥିବା ଲୋକଙ୍କୁ କେମିତି ଚିହ୍ନଟ କରାଯାଇପାରିବ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ତେବେ କଂଗ୍ରେସ ଏନପିଆରକୁ ବିରୋଧ କରେ ବୋଲି କହିଛି।

ଏନପିଆର ସ୍ତମ୍ଭ ୧୩(୨) ଅନୁସାରେ କୌଣସି ପରିବାରର ବାପା ଓ ମା’ଙ୍କ ସଂପର୍କରେ ତଥ୍ୟ ଦେବା ଲାଗି ବ୍ୟବସ୍ଥା ରହିଛି। ଏହା ଅନ୍ତର୍ଗତ ସେମାନେ ଦେଶରେ ନା ଦେଶ ବାହାରେ ଜନ୍ମ ଓ ସେ ସ୍ଥାନ ସଂପର୍କରେ ବିସ୍ତୁତ ସୂଚନା ଦେବାକୁ ପଡ଼ିବ । ତେବେ ଓଡ଼ିଶା ଏହାକୁ ଗ୍ରହଣ କରିବ ନାହିଁ । ଏନ୍‌ପିଆର

ଅପ୍‌ଡେଟ ବେଳେ ବାପା-ମା’ଙ୍କ ଜନ୍ମସ୍ଥାନ ସଂପର୍କିତ ତଥ୍ୟ ମାଗିବ ନାହିଁ ଓଡ଼ିଶା। ଏହି ସ୍ତମ୍ଭକୁ ଉଚ୍ଛେଦ କରି ଏନ୍‌ପିଆର ତଥ୍ୟ ସଂଗ୍ରହ କରାଯିବ।  କେନ୍ଦ୍ର ଓଡ଼ିଶା ପାଇଁ ଏହାକୁ ଇଛାଧୀନ କରିଥିବା ପିନାକୀ କହିଛନ୍ତି। ସେପଟେ ଜାତିଭିତ୍ତିକ ଜନଗଣାନ ପାଇଁ ଓଡ଼ିଶା ଦାବି କରୁଥିବା ବେଳେ ପଛୁଆ ବର୍ଗଙ୍କ ପାଇଁ ଏକ ସ୍ତମ୍ଭ ରଖିବାକୁ ରାଜ୍ୟ କ୍ୟାବିନେଟ ସଂକଳ୍ପ ପାରିତ କରି କେନ୍ଦ୍ରକୁ ପଠାଯାଇଛି। ଅନ୍ୟପକ୍ଷରେ ସ୍ତମ୍ଭ ୧୩(୨କୁ) ରାଜ୍ୟ ସରକାର କଣ ପାଇଁ ବିରୋଧ କରୁଛନ୍ତି ତାକୁ ନେଇ ଚାର୍ଚ୍ଚା।

ସେପଟେ  ନାଗରିକ ସଂଶୋଧନ ଆଇନ ବା ସିଏଏକୁ ବିଜେଡି ହଁ କରିଛି। ତେବେ ଜାତୀୟ ନାଗରିକ ପଜିଂକା ବା ଏନ୍ଆରସିକୁ  ନା।  ଆଉ ଏବେ ଜାତୀୟ ଜନସଂଖ୍ୟା ପଂଜିକା ବା ଏନ୍‌ଆରସିରେ ଏକ ସ୍ତମ୍ଭକୁ ବାଦ୍ ଦେଇ ହଁ   ବିଜେଡିର ଏଭଳି ଆଭିମୁଖ୍ୟକୁ ନେଇ ଉଠିଛି ପ୍ରଶ୍ନ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି ପୂର୍ବ ପୂରୁଷଙ୍କ ସଂପର୍କରେ ସୂଚାନ ଦେବା ଜରୁରୀ।  ଅନ୍ୟ ଦେଶରୁ ଆସି ଓଡ଼ିଶାର ରହୁଥିବା ଲୋକଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରାନଗଲେ ଅସୁବିଧା ହୋଇପାରେ। ସେପଟେ କଂଗ୍ରେସ କହିଛି ଏନ୍‌ପିଆର ହେଉଛି ଏନ୍‌ଆସିର ମାଧ୍ୟମ ତେଣୁ ଏସବୁ କଂଗ୍ରେସ ବିରୋଧ କରୁଛି। ଏପ୍ରିଲ୍ ୧୬ରୁ ମେ ୧୬ ପର୍ଯ୍ୟନ୍ତ ହାଉସ ଲିଷ୍ଟିଂ ଅର୍ଥାତ ଘର ଗଣନା ଓ ମେ’ ୧୬ରୁ ମେ ୩୧ ପର୍ଯ୍ୟନ୍ତ ଜାତୀୟ ଜନସଂଖ୍ୟା ପଜିଂକାର ଅପଡେଟ୍ ପାଇଁ ତଥ୍ୟ ସଂଗ୍ରହ କରାଯିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ । ଏହା ପରେ ୨୦୨୧ ଫେବୃୟାରୀରୁ ୯ରୁ ୨୮ ପର୍ଯ୍ୟନ୍ତ ଜନଗଣନା କରାଯିବ। ତେବେ ଏନ୍‌ପିଆର୍ ଅପଡେଟ୍ କିଭଳି ହେଉଛି ତା ଉପରେ ନଜର ରହିଛି।

Related story