ଦିଲ୍ଲୀରେ ବୈଜୟନ୍ତଙ୍କୁ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଦିଲ୍ଲୀରେ ଶତାଧିକ ପ୍ରବାସୀ ଓଡ଼ିଆ ବୈଜୟନ୍ତଙ୍କୁ ପାଛୋଟି ନେଇ ସମ୍ବର୍ଦ୍ଧିତ କରିଛନ୍ତି।

ବୈଜୟନ୍ତ ଆଜି ହଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ଦର୍ଶନ କରିଛନ୍ତି। ପୂର୍ବରୁ ମଧ୍ୟ ବିଜେଡିରୁ ନିଲମ୍ବନ ପରେ ବୈଜୟନ୍ତଙ୍କ ସମର୍ଥନରେ ବାହାରିଥିଲେ ପ୍ରବାସୀ ଓଡ଼ିଆ। ଗତକାଲି ବୈଜୟନ୍ତଙ୍କ ସପକ୍ଷରେ ଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ପଦଯାତ୍ରା କରାଯାଇଥିଲା।