ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ (ଜାତୀୟ ନିରାପତ୍ତା ଆଇନ୍) NSA ଲାଗୁ କରାଯାଇଛି। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ୍ କମିଶନର। ଦାବାବଟି ଆଦାୟ ଓ ସାଧାରଣରେ ଆତଙ୍କ ଭଳି ବାତାବରଣ ସୃଷ୍ଟି କରିବା ଅଭିଯୋଗ ଆଧାରରେ ଏହି NSA ଲାଗୁ କରାଯାଇଛି।
ଗତ ଅକ୍ଟୋବରରେ ଦାଦାବଟି ଜୁଲମ ଅଭିଯୋଗରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ଗିରଫ କରିଥିଲା କମିଶନରେଟ ପୁଲିସ୍। ରାଜା ଉପରେ ସରକାରୀ ଜମିରେ ଘର ତିଆରି ନେଇ ଦାଦାବଟି ନେଉଥିବାର ଅଭିଯୋଗ ରହିଥିଲା ସେ ପ୍ରତି ମାସରେ ୨୦ ହଜାର ଟଙ୍କା ଦାଦାବଟି ଆଦାୟ କରୁଥିଲା।