ନୂଆପଡା: ଲାଞ୍ଚ ନେଇ ଶ୍ରମ ଅଧିକାରୀ ଗିରଫ

ନୂଆପଡା: ଭିଜିଲାନସ୍ ଜାଲରେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ ପଞ୍ଚାନନ ମଲ୍ଲିକ। ଶ୍ରମିକ ପଞ୍ଜିକରଣ ନିମନ୍ତେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଗିରଫ ହୋଇଛନ୍ତି। ପ୍ରଗତିଶୀଳ  ଶ୍ରମିକ ମଞ୍ଚର ସଂପାଦକ ବାସୁଦେବ ଧରୁଆ ୩୭୨ ଜଣ ଶ୍ରମିକଙ୍କ ନାମ ପଞ୍ଜିକରଣ ନିମନ୍ତେ ଜିଲ୍ଲା  ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ପଞ୍ଜିକରଣ ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ୧୫ ହଜାର ଟଙ୍କା ଦାବି କରିଥିଲେ। ଏନେଇ ଶ୍ରମିକ ମଞ୍ଚ ସମ୍ପାଦକ ଧରୁଆ ଭିଜିଲାନସ୍ […]

vigilance

vigilance

Rakesh Mallick
  • Published: Tuesday, 11 August 2015
  • Updated: 11 August 2015, 07:59 AM IST

Sports

Latest News

ନୂଆପଡା: ଭିଜିଲାନସ୍ ଜାଲରେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ ପଞ୍ଚାନନ ମଲ୍ଲିକ। ଶ୍ରମିକ ପଞ୍ଜିକରଣ ନିମନ୍ତେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଗିରଫ ହୋଇଛନ୍ତି। ପ୍ରଗତିଶୀଳ  ଶ୍ରମିକ ମଞ୍ଚର ସଂପାଦକ ବାସୁଦେବ ଧରୁଆ ୩୭୨ ଜଣ ଶ୍ରମିକଙ୍କ ନାମ ପଞ୍ଜିକରଣ ନିମନ୍ତେ ଜିଲ୍ଲା  ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ପଞ୍ଜିକରଣ ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ୧୫ ହଜାର ଟଙ୍କା ଦାବି କରିଥିଲେ। ଏନେଇ ଶ୍ରମିକ ମଞ୍ଚ ସମ୍ପାଦକ ଧରୁଆ ଭିଜିଲାନସ୍ ବିଭାଗ ସହିତ ଯୋଗାଯୋଗ କରିଥିଲେ। ଯୋଜନା ମୁତାବକ ଧରୁଆ ଶ୍ରମଧିକାରୀ ମଲ୍ଳିକଙ୍କୁ ଟଙ୍କା ଦେବାକୁ ଯାଇଥିଲେ। ଟଙ୍କା ଦେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନସ୍ ବିଭାଗର ଅଧିକାରୀମାନେ ମଲ୍ଲିକଙ୍କୁ ଗିରଫ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos