ଜୀବନ ଯେଉଁଠି ମୃତ୍ୟୁ ଠାରୁ ଭୟଙ୍କର: ଭିନ୍ନକ୍ଷମଙ୍କ ଗାଁ ନୂଆପଡ଼ାର କାଳିମାଟି

ନୂଆପଡ଼ା: କିଏ ମାନସିକ ଅନଗ୍ରସର ତ ଆଉ କିଏ ଶାରିରୀକ ଭିନ୍ନକ୍ଷମ। କାହାକୁ ଦିଶୁ ନାହିଁ ତ ଆଉ କାହାକୁ ଶୁଭୁନାହିଁ। ପୂରା ଗାଁରେ ଘରେ ଘରେ ଏପରି ସମସ୍ୟା। ଆଉ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଗାଁଟି ଅନ୍ୟ କେଉଁଠି ନାହିଁ ଆମ ରାଜ୍ୟରେ ଅଛି। ଏହି ଅଭିଶପ୍ତ ଗାଁଟି ହେଲା ନୂଆପଡ଼ା ଜିଲ୍ଲାର ନୂଆଗାଁ ପଞ୍ଚାୟତର କାଳିମାଟି। ପୂରା ଗାଁରେ ପିଲାମାନେ ଏପରି ସମସ୍ୟାରେ ପଡିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହା କୌଣସି […]

nuapada

Rakesh Mallick
  • Published: Tuesday, 23 May 2017
  • , Updated: 23 May 2017, 05:40 PM IST

ନୂଆପଡ଼ା: କିଏ ମାନସିକ ଅନଗ୍ରସର ତ ଆଉ କିଏ ଶାରିରୀକ ଭିନ୍ନକ୍ଷମ। କାହାକୁ ଦିଶୁ ନାହିଁ ତ ଆଉ କାହାକୁ ଶୁଭୁନାହିଁ। ପୂରା ଗାଁରେ ଘରେ ଘରେ ଏପରି ସମସ୍ୟା। ଆଉ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଗାଁଟି ଅନ୍ୟ କେଉଁଠି ନାହିଁ ଆମ ରାଜ୍ୟରେ ଅଛି। ଏହି ଅଭିଶପ୍ତ ଗାଁଟି ହେଲା ନୂଆପଡ଼ା ଜିଲ୍ଲାର ନୂଆଗାଁ ପଞ୍ଚାୟତର କାଳିମାଟି। ପୂରା ଗାଁରେ ପିଲାମାନେ ଏପରି ସମସ୍ୟାରେ ପଡିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହା କୌଣସି ରୋଗ ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ ଏହା ଏବେ ବି ସ୍ପଷ୍ଟ ହୋଇପାରିନାହିଁ।

କାଳିମାଟି ଗାଁକୁ ଗଲେ ଆପଣଙ୍କ ହୃଦୟ ବି କାନ୍ଦି ଉଠିବ। କାରଣ ଦୁନିଆକୁ ଭଲରେ ଜାଣି ନ ଥିବା ଏହି ପିଲାମାନଙ୍କୁ ଆଖି ଉଠାଇ ଦେଖି ହେବ ନାହିଁ। ବିନା ସାହାରାରେ ପାଦେ ଚାଲିବା ଏମାନଙ୍କ ପକ୍ଷେ ଅସମ୍ଭବ।

ଗୁତ୍ୱପୂର୍ଣ୍ଣ କଥା ହେଲା କିଛି ପିଲା ଭିନ୍ନକ୍ଷମ ଭାବେ ଜନ୍ମ ହୋଇଥିବା ବେଳେ ଆଉ କିଛି ଜନ୍ମ ପରେ ଭିନ୍ନକ୍ଷମ ହୋଇଯାଇଛନ୍ତି।

କାରଣ ଅସ୍ପଷ୍ଟ

କ’ଣ ହୋଇପାରେ ପିଲା ଭିନ୍ନକ୍ଷମ ହେବାର କାରଣ। ଏହା କୌଣସି ରୋଗ ନା ଅଉ କିଛି ? ଭିନ୍ନକ୍ଷମ ପିଲାନଙ୍କ ମଧ୍ୟରୁ କିଛି କଟକ ବଡ ମେଡିକାଲ ଯାଇ ଚିକିତ୍ସିତ ହୋଇଥିଲେ ମଧ୍ୟ କାରଣ ଧରାପଡି ନ ଥିଲା। ସେହିପରି ନିକଟରେ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ବିଶେଷଜ୍ଞ ଦଳ ମଧ୍ୟ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି। ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ ପଠାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଗାଁର ବୃନ୍ଦାବତୀ ହାତୀଙ୍କ ୩ ପିଲା। ସେମାନଙ୍କ ମଧ୍ୟରୁ ୨ ଜଣ ଭିନ୍ନକ୍ଷମ। ସେହିପରି ଲାଲଦେଇ ହାତୀଙ୍କ ୨ଟି ଯାକ ପିଲା ଭିନ୍ନକ୍ଷମ। ଗାଁରେ ମାତ୍ର କେଇ ଘର ରହୁଥିବା ବେଳେ ଭିନ୍ନକ୍ଷମ ପିଲାଙ୍କ ସଂଖ୍ୟା ୧୭।

Related story