ନୂଆପାଟଣା ଶଟ୍‌ଡାଉନ୍‌

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ତିଗିରିଆ ବ୍ଲକର ନୂଆପାଟଣା ଅଞ୍ଚଳକୁ ୨୪ ଘଣ୍ଟିଆ ଶଟ୍‌ଡାଉନ ଘୋଷଣା କରାଯାଇଛି। ଗତକାଲି ରାତିରୁ ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳକୁ ଶଟ୍‌ଡାଉନ ଘୋଷଣା କରିଛି। ଶଟ୍‌ଡାଉନ ସମୟରେ କେବଳ ଜରୁରୀକାଳୀନ ସେବା ଜାରି ରହିବ। ଡାକ୍ତରଖାନା ଓ ମେଡିସିନ ଷ୍ଟୋର ଖୋଲା ରହିବ। ହେଲେ ଅନ୍ୟ ସବୁ ସେବା ବନ୍ଦ ରହିବ। ସେହିପରି ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ କୁହାଯାଇଛି। ଆଜି ସକାଳେ ସାନିଟାଇଜ ଟିମ୍ ଓ ଅଗ୍ନିଶମ […]

vlcsnap-2020-05-12-12h54m13

Tapaswini Nayak
  • Published: Tuesday, 12 May 2020
  • , Updated: 12 May 2020, 01:09 PM IST

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ତିଗିରିଆ ବ୍ଲକର ନୂଆପାଟଣା ଅଞ୍ଚଳକୁ ୨୪ ଘଣ୍ଟିଆ ଶଟ୍‌ଡାଉନ ଘୋଷଣା କରାଯାଇଛି। ଗତକାଲି ରାତିରୁ ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳକୁ ଶଟ୍‌ଡାଉନ ଘୋଷଣା କରିଛି।

ଶଟ୍‌ଡାଉନ ସମୟରେ କେବଳ ଜରୁରୀକାଳୀନ ସେବା ଜାରି ରହିବ। ଡାକ୍ତରଖାନା ଓ ମେଡିସିନ ଷ୍ଟୋର ଖୋଲା ରହିବ। ହେଲେ ଅନ୍ୟ ସବୁ ସେବା ବନ୍ଦ ରହିବ। ସେହିପରି ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ କୁହାଯାଇଛି।

ଆଜି ସକାଳେ ସାନିଟାଇଜ ଟିମ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତିଗିରିଆ, ନୂଆପାଟଣା, ନୂଆସଡକ ,ପାଞ୍ଚଗାଁ ବିନ୍ଧାଣିମା, ଜମାଦେଇପୁର ଓ ଅଚଳକୋଟ ଅଞ୍ଚଳକୁ ସାନିଟାଇଜ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ରେ ପହଞ୍ଚିଥିବା ବେଳେ ତିଗିରିଆ ଅଞ୍ଚଳରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related story