ନୂଆପଡ଼ାରେ ମାଓପୋଷ୍ଟର, ଜାନୁୟାରୀ ୮ରେ ଓଡ଼ିଶା ବନ୍ଦ ଡାକରା

ନୂଆପଡ଼ା: କିଛି ଦିନର ନିରବତା ପରେ ପୁଣି ନୂଆପଡ଼ା ଜିଲ୍ଲାରେ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିଛନ୍ତି। ଗତକାଲି ଜିଲ୍ଲାର ଛତିଶଗଡ଼ ସୀମାନ୍ତ ସିରିଗିଡି ଗାଁରେ ଠିକାଦାର କ୍ୟାମ୍ପରେ ଜଳାପୋଡ଼ା ପରେ ଆଜି ସକାଳେ ନୂଆପଡ଼ା ସଦର ମହକୁମାଠାରୁ ମାତ୍ର ୭ କିଲୋମିଟର ସାରାଜଙ୍ଗ ଗାଁରେ ଅନେକ ବ୍ୟାନର ଦେଖିବାକୁ ମିଳିଛି। ଓଡ଼ିଶା ରାଜ୍ୟ କମିଟି ତରଫରୁ ଲଗାଯାଇଥିବା ବ୍ୟାନରରେ ଗ୍ରୀନହଣ୍ଟକୁ ବିରୋଧ କରି ଆସନ୍ତା ଜାନୁୟାରୀ ୮ ତାରିଖରେ ଓଡ଼ିଶା ଓ ଛତିଶଗଡ଼ରେ ବନ୍ଦ ପାଳନ […]

mao poster

Rakesh Mallick
  • Published: Monday, 04 January 2016
  • , Updated: 04 January 2016, 05:48 AM IST

ନୂଆପଡ଼ା: କିଛି ଦିନର ନିରବତା ପରେ ପୁଣି ନୂଆପଡ଼ା ଜିଲ୍ଲାରେ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିଛନ୍ତି। ଗତକାଲି ଜିଲ୍ଲାର ଛତିଶଗଡ଼ ସୀମାନ୍ତ ସିରିଗିଡି ଗାଁରେ ଠିକାଦାର କ୍ୟାମ୍ପରେ ଜଳାପୋଡ଼ା ପରେ ଆଜି ସକାଳେ ନୂଆପଡ଼ା ସଦର ମହକୁମାଠାରୁ ମାତ୍ର ୭ କିଲୋମିଟର ସାରାଜଙ୍ଗ ଗାଁରେ ଅନେକ ବ୍ୟାନର ଦେଖିବାକୁ ମିଳିଛି। ଓଡ଼ିଶା ରାଜ୍ୟ କମିଟି ତରଫରୁ ଲଗାଯାଇଥିବା ବ୍ୟାନରରେ ଗ୍ରୀନହଣ୍ଟକୁ ବିରୋଧ କରି ଆସନ୍ତା ଜାନୁୟାରୀ ୮ ତାରିଖରେ ଓଡ଼ିଶା ଓ ଛତିଶଗଡ଼ରେ ବନ୍ଦ ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଜିଲ୍ଲା ପୋଲିସ ତରଫରୁ କମ୍ୱିଂକୁ ଜୋରଦାର କରାଯାଇଥିବା ନୂଆପଡ଼ା ଏସପି କହିଛନ୍ତି।

Related story