ଚୀନ କ୍ଷେପଣାସ୍ତ୍ରକୁ ଟକ୍କର ଦେବାକୁ ଆସିଲା ‘ଅଗ୍ନି ୫’

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଉତକ୍ଷେପଣ ହୋଇଛି ‘ଅଗ୍ନି ୫’ କ୍ଷେପଣାସ୍ତ୍ର। ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ ପକ୍ଷରୁ ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡରୁ ଆଜି ସକାଳ ୯ଟା ୫୩ ମିନିଟରେ ଏହାକୁ ଉତକ୍ଷେପଣ କରାଯାଇଛି। ଚୀନର ଅନ୍ତଃ ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ‘ଡଙ୍ଗପେଙ୍ଗ’ ୫କୁ ଏହା କଡ଼ା ଟକ୍କର ଦେବ। ଭାରତର ଯେକୌଣସି ସ୍ଥାନରୁ ଚୀନକୁ ଏହା ଟାର୍ଗେଟ କରିପାରିବ। ଜରୁରୀ ସ୍ଥିତିରେ ରେଳ ଓ ରୋଡ୍ ଲଞ୍ଚରରୁ ଉତକ୍ଷେପଣ ହୋଇପାରିବ।

ପରମାଣୁ କ୍ଷମତା ସଂପନ୍ନ ଏହି ବାଲାଷ୍ଟିକ କ୍ଷେପଣାସ୍ତ୍ର ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ଏହାର ଲମ୍ବ ୧୭.୫ ମିଟର, ମୋଟେଇ ୨ ମିଟର ଓ ଓଜନ ୫୦ ଟନ୍।  ଏହା ଦେଢ଼ ଟନ୍ ଓଜନର ପାରମ୍ପାରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିଲୋମିଟର। ପୂର୍ବରୁ ୨୦୧୨, ୨୦୧୩, ୨୦୧୫ ଓ ୨୦୧୬ରେ ସଫଳ ପରୀକ୍ଷଣ ହୋଇଥିଲା।