ନର୍ସ ନିହାରିକାଙ୍କ ଫୋନ୍‌ ସୁଇଚ୍‌ ଅଫ ଥିଲା, କଥା ବଦଳାଉଥିଲେ ପ୍ରେମିକ ରାଜା !

କଟକ (ଓଡ଼ିଶା ରିପୋର୍ଟର) ଘନେଇବାରେ ଲାଗିଛି, ନର୍ସ ନିହାରିକା ପାତ୍ରଙ୍କ ମୃତ୍ୟୁ ମାମଲା। ୧୦ ଦିନ ପରେ ବି ଅପରାଧୀଙ୍କ ପତ୍ତା ଏବଂ ଅପରାଧର ପ୍ରମାଣ ପାଇପାରୁନି ପୁଲିସ। ଏହାରି ଭିତରେ ସାମ୍ନାକୁ ଆସିଛି ନିହାରିକାଙ୍କ ନିଖୋଜ ପୂର୍ବର ଶେଷ ସିସିଟିଭି ଫୁଟେଜ୍। ଯେଉଁଥିରେ ପ୍ରେମିକ କିଶୋର ଆଞ୍ଚଲ୍ ଓରଫ୍ ରାଜାଙ୍କୁ ଭେଟିବାକୁ ଯାଉଛନ୍ତି ନିହାରିକା। ଆଉ ତା’ପରଠୁ ହୋଇଯାଉଛନ୍ତି ନିଖୋଜ୍। ଏହି ଫୁଟେଜ୍‌କୁ ପୁଲିସ ଜବତ କରିବା ସହ ନିହାରିକାଙ୍କ ମୃତଦେହର ପୋଷ୍ଟମର୍ଟମ କରି ତଦନ୍ତ […]

65

65

Tapas Behera
  • Published: Wednesday, 18 September 2019
  • Updated: 18 September 2019, 08:00 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର) ଘନେଇବାରେ ଲାଗିଛି, ନର୍ସ ନିହାରିକା ପାତ୍ରଙ୍କ ମୃତ୍ୟୁ ମାମଲା। ୧୦ ଦିନ ପରେ ବି ଅପରାଧୀଙ୍କ ପତ୍ତା ଏବଂ ଅପରାଧର ପ୍ରମାଣ ପାଇପାରୁନି ପୁଲିସ। ଏହାରି ଭିତରେ ସାମ୍ନାକୁ ଆସିଛି ନିହାରିକାଙ୍କ ନିଖୋଜ ପୂର୍ବର ଶେଷ ସିସିଟିଭି ଫୁଟେଜ୍। ଯେଉଁଥିରେ ପ୍ରେମିକ କିଶୋର ଆଞ୍ଚଲ୍ ଓରଫ୍ ରାଜାଙ୍କୁ ଭେଟିବାକୁ ଯାଉଛନ୍ତି ନିହାରିକା। ଆଉ ତା’ପରଠୁ ହୋଇଯାଉଛନ୍ତି ନିଖୋଜ୍। ଏହି ଫୁଟେଜ୍‌କୁ ପୁଲିସ ଜବତ କରିବା ସହ ନିହାରିକାଙ୍କ ମୃତଦେହର ପୋଷ୍ଟମର୍ଟମ କରି ତଦନ୍ତ ଜାରି ରଖିଛି। ସେପଟେ ଏକମାତ୍ର ରୋଜଗାର କ୍ଷମ ଝିଅକୁ ହରାଇ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକେ।

ନର୍ସ ନିହାରିକା ପାତ୍ର ମର୍ଡର ମିଷ୍ଟ୍ରି ପଛରେ କିଏ ? ୧୦ ଦିନ ଧରି ଲାଗିରହିଥିବା ଛକାପଞ୍ଛା ପରେ ବି ହତ୍ୟାର ଗୁମର ଖୋଲିପାରୁନି ପୁଲିସ୍‌। ତେବେ ଶେଷଥର ପାଇଁ ନିହାରିକା ତାଙ୍କ ବୟଫ୍ରେଣ୍ଡ ସହ ଯାଉଥିବା ଭିଡିଓ ସିସିଟିଭିରେ କଏଦ ହୋଇଛି।

କଟକ ମଧୁପାଟଣାସ୍ଥିତ ନର୍ସିଂହୋମ୍ ଏମ୍ଏମ୍ ମେଡ଼ିକେୟାରରୁ ବାହାରି ଯାଉଥିବା ସମୟରେ ଗେଟ୍ ବାହାରେ ବାଇକ୍‌ରେ ଅପେକ୍ଷା କରିଥିଲେ ତାଙ୍କ ବୟଫ୍ରେଣ୍ଡ ରାଜା। ଗତ ୮ ତାରିଖ ଅପରାହ୍ନରେ ଉଭୟେ କୁଆଡ଼େ ବାହାରିଯାଇଥିଲେ, କାହାକୁ ଜଣାନାହିଁ । ନିହାରିକା ହସ୍ପିଟାଲ୍ ନଫେରିବାରୁ ତାଙ୍କୁ ଏବଂ ରାଜାଙ୍କୁ କୁଆଡ଼େ ନର୍ସିଂହୋମ ପରିଚାଳକ ଫୋନ୍ କରିଥିଲେ । କିନ୍ତୁ, ନିହାରିକାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିବାବେଳେ ରାଜା ବାରମ୍ବାର କଥା ବଦଳାଉଥିଲେ ବୋଲି କହିଛନ୍ତି ନର୍ସିଂହୋମ୍ ପରିଚାଳକ। ଏନେଇ ମଧୁପାଟଣା ଥାନାରେ ମଧ୍ୟ ଏତଲା ଦିଆଯାଇଥିବା ପରିଚାଳକ କହିଛନ୍ତି । ଅପରପକ୍ଷେ ଏକମାତ୍ର ରୋଜଗାର କ୍ଷମ ଝିଅକୁ ହରାଥିବା ବାପା, ମାଙ୍କ ଆଖିରୁ ଶୁଖୁନି ଲୁହ। କେମିତି ଏବେ ଘର ଚଳିବ, ସାନ ପୁଅକୁ ପାଠପଢ଼ାଇବ କିଏ ଭାବି ଭାବି ଆଖିକୁ ନିଦ ନାହିଁ କି ପେଟକୁ ଦାନା ନାହିଁ।

ବିରିଡି ସ୍ଥିତ ନିଜ ମାମୁଁ ଘରକୁ ଯିବା ଆସିବା ଭିତରେ ନିହାରିକା ଏବଂ ରାଜାଙ୍କ ମଧ୍ୟରେ ଗଢ଼ିଉଠିଥିଲା ପ୍ରେମ ସମ୍ପର୍କ । କୁହାଯାଉଛି ଉଭୟେ ପରସ୍ପରକୁ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଅକସ୍ମାତ ଏଭଳି ଅଘଟଣ ଘଟିଲା କାହିଁକି ? ନିହାରିକାଙ୍କ ମୃତ୍ୟୁ ପଛରେ ପ୍ରେମ, ପ୍ରତାରଣା ନା ଅନ୍ୟକିଛି ? ହତ୍ୟା ପଛରେ ଅନ୍ୟ କୌଣସି ତୃତୀୟ ବ୍ୟକ୍ତି ନାହାଁନ୍ତି ତ ? ସେପଟେ ଘଟଣାପରଠୁ ପତ୍ତା ମିଳୁନଥିବା ରାଜାକୁ ଠାବ ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ଆଜି ବିରିଡ଼ି ହାଜିପୁରକୁ ଯାଇ ରାଜାଙ୍କ ପରିବାର ଏବଂ ବନ୍ଧୁବାନ୍ଧବଙ୍କୁ ପଚରାଉଚରା କରିଛି । ଅପରପକ୍ଷେ ମଧୁପାଟଣା ପୁଲିସ ନିହାରିକାଙ୍କ ପୋଷ୍ଟମର୍ଟମ ସହ ଡିଏନ୍ଏ ଟେଷ୍ଟ ପାଇଁ ସାମ୍ପୁଲ ପଠାଇଛି।

ବିରିଡ଼ିର ବିଲୁଆଖାଇ ନଦୀପଠାରୁ ଗତକାଲି ବସ୍ତା ଭିତରୁ ଗୋଡ଼ହାତ ବନ୍ଧା ଅବସ୍ଥାରେ ମିଳିଥିଲା ନିଖୋଜ ନିହାରିକାଙ୍କ ମୃତଦେହ। ଏହି ଘଟଣା ପରଠୁ ଉଭୟ ମଧୁପାଟଣା ଏବଂ ବିରିଡି ପୁଲିସ ମିଳିତ ତଦନ୍ତ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos