ଅକ୍ଟୋବର ୧୬ରେ ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅକ୍ଟୋବର ୧୬ତାରିଖରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ଆଜି ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ତେବେ ପରୀକ୍ଷାର ବିସ୍ତୃତ କାର୍ଯ୍ୟସୂଚୀ ପରେ ଘୋଷଣା ହେବ ଓ ଆୟୋଗଙ୍କ ୱେବସାଇଟରେ ଏସବୁ ତଥ୍ୟ ଉପଲବ୍ଧ ହେବ ବୋଲି ଶ୍ରୀ ମହାନ୍ତି ପରୀକ୍ଷାର୍ଥୀମାନଙ୍କୁ କହିଛନ୍ତି । ତେବେ ଓଏଏସ୍ ପରୀକ୍ଷା-୨୦୨୦ର ଫଳ ପ୍ରକାଶିତ ହେବା ପରେ ହିଁ ଓଏଏସ୍ […]

OAS

Ordigital Desk
  • Published: Thursday, 28 July 2022
  • , Updated: 28 July 2022, 09:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅକ୍ଟୋବର ୧୬ତାରିଖରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ଆଜି ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ତେବେ ପରୀକ୍ଷାର ବିସ୍ତୃତ କାର୍ଯ୍ୟସୂଚୀ ପରେ ଘୋଷଣା ହେବ ଓ ଆୟୋଗଙ୍କ ୱେବସାଇଟରେ ଏସବୁ ତଥ୍ୟ ଉପଲବ୍ଧ ହେବ ବୋଲି ଶ୍ରୀ ମହାନ୍ତି ପରୀକ୍ଷାର୍ଥୀମାନଙ୍କୁ କହିଛନ୍ତି । ତେବେ ଓଏଏସ୍ ପରୀକ୍ଷା-୨୦୨୦ର ଫଳ ପ୍ରକାଶିତ ହେବା ପରେ ହିଁ ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା-୨୦୨୧ ହେବ ବୋଲି ଶ୍ରୀ ମହାନ୍ତି ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୧ ଡିସେମ୍ବର ମାସରେ ୩୯୨ଟି ପ୍ରଶାସନିକ ପଦବୀ ( ଗ୍ରୁପ୍ ଏ ଓ ବି)ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା । ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା ଦୁଇଟି ସିଟିଂରେ ଓ ଦୁଇଟି ପେପରର ହେବ । ପ୍ରଶ୍ନପତ୍ରରେ ମଲଟିପୁଲ ଚଏସ୍ ରହିବ ।

Related story