ଓଡ଼ିଶାରେ ଆରମ୍ଭ ହେବ ଓସିଏଲ ଟି-ଟ୍ୱେଣ୍ଟି

କଟକ(ଓଡ଼ିଶା ରିପୋର୍ଟର) ଆରମ୍ଭ ହେବ ଓସିଏଲ ଟି-ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଡିସେମ୍ବର ୧୪ରୁ OCL ଟି-ଟ୍ୱେଣ୍ଟି ଆରମ୍ଭ ଲାଗି OCA ପକ୍ଷରୁ  ଯୋଜନା କରାଯାଇଛି। TCM ସହଯୋଗରେ OCA ଆୟୋଜନ କରିବ ଏହି ଟୁର୍ଣ୍ଣାମେଣ୍ଟ। ଓଡ଼ିଶା କ୍ରିକେଟ ଆସୋସିଏସନ୍ ସଂପାଦକ ସଂଜୟ ବେହେରା ଏହି ସୂଚନା ଦେଇଛନ୍ତି।  ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ OCA ବୈଠକରେ ନିଷ୍ପତ୍ତି ହୋଇଛି। ୬ଟି ଟିମ୍‌ରେ ୮୪ ଖେଳାଳିଙ୍କୁ ନେଇ ଖେଳାଯିବ OCL ଟି-ଟ୍ୱେଣ୍ଟି। OCL ଟି-ଟ୍ୱେଣ୍ଟି ଲାଗି ଖେଳାଳି ଚୟନ […]

barabati

Tapas Behera
  • Published: Monday, 30 November 2020
  • , Updated: 30 November 2020, 09:54 PM IST

କଟକ(ଓଡ଼ିଶା ରିପୋର୍ଟର) ଆରମ୍ଭ ହେବ ଓସିଏଲ ଟି-ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଡିସେମ୍ବର ୧୪ରୁ OCL ଟି-ଟ୍ୱେଣ୍ଟି ଆରମ୍ଭ ଲାଗି OCA ପକ୍ଷରୁ  ଯୋଜନା କରାଯାଇଛି। TCM ସହଯୋଗରେ OCA ଆୟୋଜନ କରିବ ଏହି ଟୁର୍ଣ୍ଣାମେଣ୍ଟ। ଓଡ଼ିଶା କ୍ରିକେଟ ଆସୋସିଏସନ୍ ସଂପାଦକ ସଂଜୟ ବେହେରା ଏହି ସୂଚନା ଦେଇଛନ୍ତି।  ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ OCA ବୈଠକରେ ନିଷ୍ପତ୍ତି ହୋଇଛି।

୬ଟି ଟିମ୍‌ରେ ୮୪ ଖେଳାଳିଙ୍କୁ ନେଇ ଖେଳାଯିବ OCL ଟି-ଟ୍ୱେଣ୍ଟି। OCL ଟି-ଟ୍ୱେଣ୍ଟି ଲାଗି ଖେଳାଳି ଚୟନ ପ୍ରକ୍ରିୟା ଡିସେମ୍ବର ୫ରୁ ଆରମ୍ଭ ହେବ। ଡିସେମ୍ବର ୫ରୁ ୧୬୮ ଖେଳାଳିଙ୍କୁ ନେଇ ଆରମ୍ଭ ହେବ ଟ୍ରାଏଲ୍ ମ୍ୟାଚ୍। ଟ୍ରାଏଲ୍ ମ୍ୟାଚ୍ ଲାଗି ଭିଜିଅନ୍ ୨୦୨୪ ଓ ବିସିସିଆଇ ମ୍ୟାଚରୁ ବଛାଯିବେ ଖେଳାଳି। ଟ୍ରାଏଲ୍ ମ୍ୟାଚ୍‌ରୁ OCL ଟି-ଟ୍ୱେଣ୍ଟି ପାଇଁ ବଛାଯିବ ୮୪ ଜଣ ଖେଳାଳି। ସରକାରଙ୍କ ଅନୁମତି ମିଳିଲେ କୋଭିଡ୍ ଗାଇଡ୍ ଲାଇନ୍‌ରେ ହେବ ଏହି ଟୁର୍ଣ୍ଣାମେଣ୍ଟ।

Related story