ଓଡ଼ିଆ-ଅଣଓଡ଼ିଆ ଆଇଏଏସ୍‌ ବିବାଦରେ ଫସିଛନ୍ତି କି ବିଜୟ କେତନ? ପତ୍ନୀ ତୁଷିମାଙ୍କ ଅଭିଯୋଗକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଓଡ଼ିଶାରେ ଓଡ଼ିଆ ଓ ଅଣଓଡ଼ିଆ ଆଇଏଏସ୍‌ ଅଫିସର ଅଗଲା ହୋଇ ରହିଛନ୍ତି। ଓଡ଼ିଆ ଅଫିସରଙ୍କୁ ଭଲ ବିଭାଗ ଦିଆଯାଉ ନାହିଁ। କିନ୍ତୁ ଅଣ ଓଡ଼ିଆ ଅଫିସଙ୍କୁ ଭଲ ବିଭାଗ ସହ ଜଣକା ୫ଟି ଲେଖାଏଁ ବିଭାଗ ଦିଆଯାଉଛି। ସେଥିପାଇଁ ହୁଏତ ମୋ ସ୍ୱାମୀଙ୍କୁ ଫସାଇ ଦିଆଯାଇଥାଇ ପାରେ।” ନିଲମ୍ୱିତ ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ପତ୍ନୀ ତୁଷିମା ମିଶ୍ର ଗତକାଲି ଏପରି ଆରୋପ ଲଗାଇଛନ୍ତି। ଯାହାକୁ ନେଇ ଏବେ ପାଓ୍ୱାର କରିଡରରେ ଚର୍ଚ୍ଚା […]

bijy-ketan

bijy-ketan

Manoranjan Sial
  • Published: Saturday, 18 January 2020
  • Updated: 18 January 2020, 09:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଓଡ଼ିଶାରେ ଓଡ଼ିଆ ଓ ଅଣଓଡ଼ିଆ ଆଇଏଏସ୍‌ ଅଫିସର ଅଗଲା ହୋଇ ରହିଛନ୍ତି। ଓଡ଼ିଆ ଅଫିସରଙ୍କୁ ଭଲ ବିଭାଗ ଦିଆଯାଉ ନାହିଁ। କିନ୍ତୁ ଅଣ ଓଡ଼ିଆ ଅଫିସଙ୍କୁ ଭଲ ବିଭାଗ ସହ ଜଣକା ୫ଟି ଲେଖାଏଁ ବିଭାଗ ଦିଆଯାଉଛି। ସେଥିପାଇଁ ହୁଏତ ମୋ ସ୍ୱାମୀଙ୍କୁ ଫସାଇ ଦିଆଯାଇଥାଇ ପାରେ।”

ନିଲମ୍ୱିତ ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ପତ୍ନୀ ତୁଷିମା ମିଶ୍ର ଗତକାଲି ଏପରି ଆରୋପ ଲଗାଇଛନ୍ତି। ଯାହାକୁ ନେଇ ଏବେ ପାଓ୍ୱାର କରିଡରରେ ଚର୍ଚ୍ଚା ଲାଗି ରହିଛି। ପ୍ରକୃତରେ କଣ ଓଡ଼ିଆ ଓ ଅଣଓଡ଼ିଆ ଆଇଏଏସ୍‌ଙ୍କ ଭିତରେ ବିବାଦ ରହିଛି? ଆଉ ସେହି ବିବାଦ ଭିତରେ ଫସିଛନ୍ତି କି ବିଜୟ କେତନ ଉପାଧ୍ୟାୟ? ତାଙ୍କ ବିରୋଧରେ କିଛି ଷଡ଼ଯନ୍ତ୍ର ହୋଇଛି କି? ଯଦି ହଁ ଏହା ପଛରେ କିଏ?

ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ବିଜୟଙ୍କୁ ଯେପରି ଶୀଘ୍ର ବେଲ ନମିଳେ, ସେଥିପାଇଁ ମଧ୍ୟ ଚକ୍ରାନ୍ତ ଚାଲିଛି। ଏ ପୂରା ଏପିସୋଡ୍‌କୁ ନେଇ ଘନଉଛି ବିବାଦ ଓ ତେଜିଛି ରାଜନୀତି।

ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି-“ନବୀନ ପଟ୍ଟନାୟକଙ୍କର ଏକ କୋଟେରୀ ଆଇଏଏସ୍‌ ଅଫିସର ଗ୍ରୁପ୍‌ ଅଛନ୍ତି। ତାହା ମାଧ୍ୟମରେ କେତେକ ଆଇଏଏସ୍‌ ଅଫିସର ପୂରା ଶାସନ କଳକୁ ଆୟତ୍ତ କରୁଛନ୍ତି। ବାକି ଆଇଏଏସ୍‌ ଅଫିସର ଅବହେଳିତ ଓ ଅପମାନି ହେଉଛନ୍ତି। ଏଭଳି ଶାସନ ତନ୍ତ୍ର ଚାଲିଲେ, ରାଜ୍ୟର ବିକାଶ ହୋଇପାରିବ ନାହିଁ। ମୁଁ ଭାବୁଛି ଏହା ପରେ ମୁଖ୍ୟମନ୍ତ୍ରୀ ଚେତିବେ ଓ କଠୋର କାର୍ଯ୍ୟାନୁଷ୍ଠନ ନେବେ।”

କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି-“ବିନା ସର୍ଚ୍ଚ ୱାରେଣ୍ଟରେ ଆତଙ୍କବାଦୀ ଓ ନକ୍ସଲଙ୍କ ପରି ଜଣେ ଆଇଏଏସ୍‌ ଅଫିସରଙ୍କୁ ଉଠାଇ ଆଣିଲେ। ଏଥିରୁ ସନ୍ଦେହ ହେଉଛି, ଏଠି ଓଡ଼ିଆ ଓ ଅଣ ଓଡ଼ିଆ ଅଫିସରଙ୍କ ଭିତରେ ବିବାଦ ରହିଛି। ଓଡ଼ିଶାରେ ଏହା ବନ୍ଦ ହେଉ।”

ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି-“ଓଡ଼ିଆ ଓ ଅଣଓଡ଼ିଆ ବିବାଦ କିଛି ନାହିଁ। ଯାହାର ଦକ୍ଷତା ଅଛି, ତାକୁ ଗୁରୁତ୍ୱ ନିଶ୍ଚିତ ଦିଆଯିବ। ଏହା ମନ ଗଢ଼ା କଥା।”

ବିଜୟ କେତନଙ୍କ ପତ୍ନୀ ଭିଜିଲାନ୍ସ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି। ଭିଜିଲାନ୍ସ ପାଖରେ ସର୍ଚ୍ଚ ଓ୍ୱାରେଣ୍ଟ ନଥାଇ ବିଜୟଙ୍କୁ ଗରିଫ କରାଯାଇଛି। ଟପ୍‌ରୁ ନିର୍ଦ୍ଦେଶ ଥିବାରୁ ତାଙ୍କୁ ଗରିଫ କରାଯାଇଛି ବୋଲି ଭିଜିଲାନ୍ସ ସ୍କାଡ ସଦସ୍ୟମାନେ କହିଥିଲେ। ଏଠି ବଡ଼ ପ୍ରଶ୍ନ ଏଥିପାଇଁ କିଏ ନିର୍ଦ୍ଦେଶ ଦେଇଥିଲେ? କେଉଁ ପାଓ୍ୱାରଫୁଲ୍‌ ଅଫିସରଙ୍କ ଇଙ୍ଗିତରେ ଏହା କରାଯାଇଛି? କାହା ସହ ବିଜୟଙ୍କ ବିବାଦ ଥିଲା କି? ଯେଉଁ ୟେସ୍ ବ୍ୟାଙ୍କକୁ ସରକାରୀ ଅର୍ଥ ସ୍ଥାନାନ୍ତର ହୋଇଛି ବୋଲି କହି ଉପାଧ୍ୟାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା, ସେହି ୟେସ୍ ବ୍ୟାଙ୍କକୁ ଅନ୍ୟ ଏକ ବ୍ୟାଙ୍କରୁ ୬୦୦ କୋଟି ଟଙ୍କାର ଶ୍ରୀମନ୍ଦିର ପାଣ୍ଠି ସ୍ଥାନାନ୍ତର କରାଯାଇଥିଲା। ହେଲେ ସେ କ୍ଷେତ୍ରରେ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ତେଣୁ ଏହି ବିବାଦରେ ବିଜୟକେତନ ସଫ୍‌ଟ ଟାର୍ଗେଟ୍ ହୋଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story