ଓଲିଉଡ୍‌ ଜଗତରେ ଭିଲିଆନ ମରୁଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଜଗତରେ ଭିଲିଆନ ମରୁଡ଼ି ପଡ଼ିଛି। ଖଳନାୟକ ଶୂନ୍ୟ ହେଉଛି ଓଲିଉଡ୍ ଇଣ୍ଡଷ୍ଟ୍ରି। କରୋନାକାଳ ପରଠୁ ସଙ୍କଟ ଦେଇ ଗତି କରୁଛି ଓଡ଼ିଶା ସିନେମା ଶିଳ୍ପ। ସତେଯେମିତି ତାକୁ ବି ଗ୍ରାସିଛି ଅଦିନିଆକାଳ। ରାଇମୋହନ ପରିଡ଼ା, ମୀନକେତନ, ବିଜୟ ମହାନ୍ତି, ମିହିର ଦାସ, ଗ୍ଲୋରିଆ ମହାନ୍ତି, ଅନୀତା ଦାସ ଜଣଙ୍କ ପରେ ଜଣେ ହାତ ଧରାଧରି ହୋଇ ଚାଲିଯାଇଛନ୍ତି। ଗତ କିଛି ବର୍ଷ ଭିତରେ ଏଭଳି ଅନେକ କିମ୍ବଦନ୍ତୀ କଳାକାରଙ୍କୁ ହରାଇ ଓଡ଼ିଶା ସିନେମା […]

cenema

  • Published: Sunday, 26 June 2022
  • , Updated: 26 June 2022, 10:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଜଗତରେ ଭିଲିଆନ ମରୁଡ଼ି ପଡ଼ିଛି। ଖଳନାୟକ ଶୂନ୍ୟ ହେଉଛି ଓଲିଉଡ୍ ଇଣ୍ଡଷ୍ଟ୍ରି। କରୋନାକାଳ ପରଠୁ ସଙ୍କଟ ଦେଇ ଗତି କରୁଛି ଓଡ଼ିଶା ସିନେମା ଶିଳ୍ପ। ସତେଯେମିତି ତାକୁ ବି ଗ୍ରାସିଛି ଅଦିନିଆକାଳ। ରାଇମୋହନ ପରିଡ଼ା, ମୀନକେତନ, ବିଜୟ ମହାନ୍ତି, ମିହିର ଦାସ, ଗ୍ଲୋରିଆ ମହାନ୍ତି, ଅନୀତା ଦାସ ଜଣଙ୍କ ପରେ ଜଣେ ହାତ ଧରାଧରି ହୋଇ ଚାଲିଯାଇଛନ୍ତି।

ଗତ କିଛି ବର୍ଷ ଭିତରେ ଏଭଳି ଅନେକ କିମ୍ବଦନ୍ତୀ କଳାକାରଙ୍କୁ ହରାଇ ଓଡ଼ିଶା ସିନେମା ଶିଳ୍ପ ଏବେ ସଙ୍କଟରେ ପଡ଼ିଛି। ଯେଉଁମାନେ ସିନେ ଇଣ୍ଡଷ୍ଟ୍ରିକୁ କାନ୍ଧେଇ ନେଉଥିଲେ, ଏବେ ସେମାନଙ୍କୁ କାନ୍ଧରେ ନେଇ ଯୁବ କଳାକାରମାନେ ମର୍ମାହତ।

ଏମାନେ ପଞ୍ଚଭୂତରେ ବିଲିନ ହୋଇଯାଇଛନ୍ତି ସତ। କିନ୍ତୁ ସେମାନଙ୍କୁ ଝୁରୁଛି ଓଲିଉଡ୍। ଝୁରୁଛନ୍ତି କୋଟି କୋଟି ଓଡ଼ିଆ ସିନେ ପ୍ରେମୀ। ଏହି ସିନେ ପ୍ରେମୀଙ୍କ କାନରେ ଏବେବି ସେହି ଲୋକପ୍ରିୟ କଳାକାରଙ୍କ ଡାଇଲଗ୍ ଗୁଞ୍ଜରିତ ହେଉଛି। ରାଇମୋହନ ପରିଡ଼ାଙ୍କ ଏ ଅନାନୀ ଡାଏଲଗ୍.., ମୀନକେତନଙ୍କ ମୁଁ ଯେତିକି ଦିଏ ସେତିକି ନିଏ.., ବ୍ୟାଡ଼ ବୟ ହର ପଟ୍ଟନାୟକଙ୍କ ନାଇଁ ନାଇଁ ନାଇଁ ମ...., ମିହିର ଦାସଙ୍କ କାକା ଯାହା କହେ... ସଂଳାପ ଆଜି ବି ମନରେ ଗୁଞ୍ଜରିତ।

କିନ୍ତୁ ଦୁର୍ଭାଗ୍ୟ, କାହାର କେଉଁ ନଜର ଲାଗିଲା କେଜାଣି ଆଗପଛ ହୋଇ ଜୀବନ ମଞ୍ଚରୁ ବାହୁଡ଼ିଗଲେ ଓଲିଉଡ୍‌ର ଏହି କିମ୍ବଦନ୍ତୀ ଖଳନାୟକ ମାନେ। ସିନେ ପରଦା ହେଉ କିମ୍ବା ଯାତ୍ରା ମଞ୍ଚ, ଆଉ ଦେଖିବାକୁ ମିଳିବନି ଏମାନଙ୍କ ନିକ୍ଷୁଣ ଅଭିନୟ। ଶୁଣିବାକୁ ମିଳିବନି ଖଳନାୟକ ଚରିତ୍ରର ସଂଳାପ। ଏମାନଙ୍କ ଅନୁପସ୍ଥିତିରେ ଖଳନାୟକ ଚରିତ୍ରରେ ଆଉ କିଏ ଅଭିନୟ କରିବେ ଓ ପୁଣି ଲୋକଙ୍କ ହୃଦୟ ଜିତିବେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ।

କେବଳ ରାଇମୋହନ କି ମୀନକେତନ ନୁହଁନ୍ତି, ହର ପଟ୍ଟନାୟକ କିମ୍ବା ମିହିର ଦାସ ବି ନୁହଁନ୍ତି, ବିଜୟ ମହାନ୍ତି, ଦେବୁ ବୋଷ, ଦୁଃଖିରାମ, ରବି ମିଶ୍ର, ସଳିଳ ମିତ୍ର, ଅଜିତ ଦାସ, ଗ୍ଲୋରିଆ ମହାନ୍ତି, ରୁନୁ ମହାନ୍ତି, ଅନୀତା ଦାସଙ୍କ ଭଳି ଅନେକ ବରିଷ୍ଠ ଅଭିନେତା ଓ ଅଭିନେତ୍ରୀ ଆଜି ଅତୀତ ହୋଇଯାଇଛନ୍ତି। ଏମାନଙ୍କ ମଧ୍ୟରୁ କିଏ ଚରିତ୍ର ଅଭିନୟ କରୁଥିଲେ ତ ଆଉ କିଏ ଖଳନାୟକ। କିନ୍ତୁ କାହାର କରୋନାରେ ପ୍ରାଣ ଚାଲିଯାଇଛି ତ, କାହାର ରୋଗଦୁଃଖରେ ଆକସ୍ମିକ ବିୟୋଗ ଘଟିଛି। ଗତ କେଇଟା ବର୍ଷ ମଧ୍ୟରେ ଏଭଳି ଅନେକ କିମ୍ବଦନ୍ତୀ କଳାକାରଙ୍କୁ ହରାଇଛି ଓଡ଼ିଆ ସିନେମା ଜଗତ। ସିନେ ଜଗତର ମେରୁଦଣ୍ଡ ସାଜିଥିବା ଭେଟେରାନ୍ ଏହି କଳାକାରଙ୍କ ଶୂନ୍ୟସ୍ଥାନ ସବୁଦିନ ପାଇଁ ଅପୂରଣୀୟ ହୋଇରହିବ।

Related story