ମିସ୍ ଇଣ୍ଡିଆ ଏଲିଗେଣ୍ଟ ଟାଇଟଲ ଜିତିଲେ ଓଡ଼ିଆ ଝିଅ

ଭୁବନେଶ୍ୱର: ଓଡ଼ିଆ ଝିଅ ଏନି ପ୍ରିନ୍ସ ନାଗ ମିସ୍ ଇଣ୍ଡିଆ ଏଲିଗେଣ୍ଟ ଟାଇଟଲ ଜିତିଛନ୍ତି। ଏହାକୁ ନେଇ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି। ଏନି କୋରାପୁଟ ବିକ୍ରମଦେବ କଲେଜରୁ ପାଠ ପଢ଼ା ସାରିବା ପରେ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରିବାକୁ ବେଙ୍ଗଲୁରୁ ଯାଇଥିଲେ।  ସେଠାରେ ସେ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମଧ୍ୟ ପାଇଥିଲେ। ତାମିଲ ଫିଲ୍ମ ‘ମହାରାଣୀ କୋଟାଇ’ ଓ କନ୍ନଡ଼ ଫିଲ୍ମ ‘ନାନୁ ବନ୍ନେ ଓଲ୍ଲେରନୁ’ରେ ଚମତ୍କାର ଅଭିନୟ କରି ବେଶ୍ […]

Rakesh Mallick
  • Published: Monday, 25 September 2017
  • , Updated: 25 September 2017, 07:00 AM IST

ଭୁବନେଶ୍ୱର: ଓଡ଼ିଆ ଝିଅ ଏନି ପ୍ରିନ୍ସ ନାଗ ମିସ୍ ଇଣ୍ଡିଆ ଏଲିଗେଣ୍ଟ ଟାଇଟଲ ଜିତିଛନ୍ତି। ଏହାକୁ ନେଇ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି। ଏନି କୋରାପୁଟ ବିକ୍ରମଦେବ କଲେଜରୁ ପାଠ ପଢ଼ା ସାରିବା ପରେ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରିବାକୁ ବେଙ୍ଗଲୁରୁ ଯାଇଥିଲେ।  ସେଠାରେ ସେ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମଧ୍ୟ ପାଇଥିଲେ। ତାମିଲ ଫିଲ୍ମ ‘ମହାରାଣୀ କୋଟାଇ’ ଓ କନ୍ନଡ଼ ଫିଲ୍ମ ‘ନାନୁ ବନ୍ନେ ଓଲ୍ଲେରନୁ’ରେ ଚମତ୍କାର ଅଭିନୟ କରି ବେଶ୍ ପ୍ରଶଂସିତ ହୋଇଥିଲେ। ଏବେ ମିସ୍ ଇଣ୍ଡିଆ ଏଲିଗେଣ୍ଟ ଟାଇଟଲ ଜିତିବା ପରେ ଏନି ସଫଳତାର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।

Related story