ମାଉଣ୍ଟ ଏଲବୃସ୍‌ ଚଢ଼ିଲେ ଓଡ଼ିଆ ଝିଅ ଲିପିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲା ଡାଲବ ଗ୍ରାମର ସୁନାଝିଅ  ଲିପିକା ସେଟ ୟୁରୋପ ମହାଦେଶର ତଥା ରଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସ୍‌କୁ  (5.642 mtr/18, 510 ft)କୁ ସଫଳତାର ସହ ଆରାହଣ କରିଛନ୍ତି। ନିଜର ଏହି ସଫଳତା ଯୋଗୁ ସେ ବରଗଡ଼ ଜିଲା ତଥା ସମଗ୍ର ରାଜ୍ୟ ପାଇଁ ଇତିହାସ ରଚିଛନ୍ତି। ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିବା ସହ ପର୍ବତାରୋହଣ ପରି କଠିନ କାମରେ ମଧ୍ୟ ପୁରୁଷଙ୍କଠାରୁ ନାରୀ କିଛି କମ୍‌ ନୁହେଁ ବୋଲି ପ୍ରମାଣିତ […]

lipika-1

lipika-1

Niharika Rout
  • Published: Thursday, 10 October 2019
  • Updated: 10 October 2019, 02:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲା ଡାଲବ ଗ୍ରାମର ସୁନାଝିଅ  ଲିପିକା ସେଟ ୟୁରୋପ ମହାଦେଶର ତଥା ରଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସ୍‌କୁ  (5.642 mtr/18, 510 ft)କୁ ସଫଳତାର ସହ ଆରାହଣ କରିଛନ୍ତି। ନିଜର ଏହି ସଫଳତା ଯୋଗୁ ସେ ବରଗଡ଼ ଜିଲା ତଥା ସମଗ୍ର ରାଜ୍ୟ ପାଇଁ ଇତିହାସ ରଚିଛନ୍ତି। ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିବା ସହ ପର୍ବତାରୋହଣ ପରି କଠିନ କାମରେ ମଧ୍ୟ ପୁରୁଷଙ୍କଠାରୁ ନାରୀ କିଛି କମ୍‌ ନୁହେଁ ବୋଲି ପ୍ରମାଣିତ କରିଛନ୍ତି।

ପିତା ଲକ୍ଷ୍ମଣ ସେଟ୍‌ ଓ ମାତା ଅନୁସୟା ସେଟଙ୍କ  ଦ୍ୱିତୀୟ କନ୍ୟା ଲିପିକା ସେଟ ଓଡ଼ିଶାର ଜଣେ ଉଦୀୟମାନ ପର୍ବତାରୋହୀ ।  ତାଙ୍କର ମାଉଣ୍ଟ ଏଲବୃସ୍‌ ଆରୋହଣ ସେପ୍ଟେମ୍ବର ୨୮ତାରିଖରେ ଆରମ୍ଭ ହୋଇ ଚଳିତ ମାସ ୮ ତାରିଖରେ ଶେଷ ହୋଇଛି । ଏହି ଅଭିଯାନରେ ଭିନ୍ନ ଭିନ୍ନ ଦେଶର ବହୁ ପର୍ବତାରୋହୀ ଭାଗ ନେଇଥିଲେ। ପର୍ଯ୍ୟାୟକ୍ରମେ ଲିପିକା ସେଠାକାର ପରିବେଶ ଓ  ବେସ୍‌ କ୍ୟାମ୍ପ ସହ ଖାପ ଖୁଆଇ ସାରିବା ପରେ ଗତ ୫ ତାରିଖ ସକାଳୁ ଆଡ଼ଭାନ୍ସ ବେସ୍‌ କ୍ୟାମ୍ପ ଛାଡ଼ି ଅନ୍ତିମ ଆହୋରଣ ପାଇଁ ବାହାରିଥିଲେ ।

ଲିପିକି ମାଉଣ୍ଟ ଏଲବୃସ୍‌ ଶୀର୍ଷରେ ପହଞ୍ଚି ଜାତୀୟ ସଙ୍ଗୀତ ଗାନ କରିବା ସହ ଜାତୀୟ ପତାକା ଗର୍ବର ସହ ଉଡ଼ାଇଥିଲେ। ପର୍ବତାରୋହୀ ନୃସିଂହ ସାହୁଙ୍କ ତତ୍ତ୍ୱାବଧାନରେ  ଲିପିକା ଏଲବୃସ୍‌ ଆହୋରଣ କରିଥିଲେ। ଏଥିନିମନ୍ତେ ସେ ସମସ୍ତ ଆବଶ୍ୟକ କୌଶଳ ଯୋଗାଇବା ସହ ମନୋବଳ ବଢାଇଥିଲେ।

ନୃସିଂହଙ୍କ କହିବା ଅନୁସାରେ, ଆଡ଼ଭାନ୍ସ ବେସ୍‌ କ୍ୟାମ୍ପରେ ପହଞ୍ଚିବା ପରେ ଏବଂ ଆକ୍ଲାମାଇଟେଜେସନ ପ୍ରୋସେସରୁ ଫେରିବା ପରେ ଲିପିକାଙ୍କ ମନ୍ଥର ଚାଲିକୁ ନେଇ ତାଙ୍କ ଗାଇଡ ଜଣାଇଥିଲେ। ତାଙ୍କ ଶୀଖର ବିପଦ ବୋଲି ସେ ଦର୍ଶାଇଥିଲେ। କିନ୍ତୁ ୫ ତାରିଖ ସକାଳେ ଆରୋହଣ ସମୟରେ ଲିପିକା ତାଙ୍କର ସମସ୍ତ ସହଯୋଗୀଙ୍କୁ ପଛରେ ପକାଇ ୧ ଘଣ୍ଟା ଆଗରୁ ଶୀଖରରେ ପହଂଚି ଆଡଭାନ୍ସ ବେସ୍‌କ୍ୟାମ୍ପକୁ ଫେରିଥିଲେ।  ଏହା କେବଳ ଜଣେ ଦୃଢ଼ ମନୋବଳ ପର୍ବତାରୋହୀ ପାଖରେ ସମ୍ଭବ ବୋଲି ନୃସିଂହ ସୂଚନା ଦେଇଛନ୍ତି। ଲିପିକା ଆସନ୍ତାକାଲି ସକାଳ ୧୧ଟା୧୦ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ଚିବେ।

ସେ ପୂର୍ବରୁ ୨୦୧୮ ମସିହାରେ  ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶୃଙ୍ଗ କିଲି ମାଂଜାରୋକୁ  (୫,୮୯୫mtr) ସଫଳତାର ସହ ଆରୋହଣ କରିଥିଲେ। ଚଳିତ ବର୍ଷ ମାଉଣ୍ଟ ଏଲବୃସ୍‌ ଆରୋହଣ କରିବା ପାଇଁ ଲିପିକାଙ୍କୁ ବରଗଡ଼ ଜିଲ୍ଲାର ବିକାଶ ଇନଷ୍ଟିଚ୍ୟୁଟ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ। ଏସିଆ ପାସିଫିକ୍‌ ହାବିଟାଟ ସୋସାଇଟ(APHS) ଓଡ଼ିଶାର ସେକ୍ରେଟାରୀ ଜେନେରାଲ ଡ. ଉଲିୟମ ହେନେଜ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ନିଜର ଏହି ସଫଳତା ପାଇଁ ଦାଦା ଦିବାକର ମାଝି ଓ ମାଉସୀ ଦମୟନ୍ତୀ ବାଗଙ୍କ ସହଯୋଗକୁ ଲିପିକା ଭୁଲି ନାହାନ୍ତି। ଲିପିକା ଆସନ୍ତା ଡିସେମ୍ବର ୨୫ରେ ଦକ୍ଷିଣ ଆମେରିକା ମହାଦେଶର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଆକଙ୍କଗୁଆ (6,962mtr)କୁ  ଆରୋହଣ ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏଥିପାଇଁ ୧୨ ଲକ୍ଷ ଟଙ୍କା ଆବଶ୍ୟକ ବୋଲି  ଜଣାଇଛନ୍ତି।

ସେ ଦୁଃଖର ସହ ଏହା କହିଛନ୍ତି ଯେ, ଆମ ରାଜ୍ୟର ପର୍ବତାରୋହୀଙ୍କ ପାଖରେ ଆବଶ୍ୟକ ସରଞ୍ଜାମ ନ ଥିବାରୁ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ। ଏଥିପାଇଁ ସେ ରାଜ୍ୟ ସରକାର ତଥା କ୍ରୀଡ଼ା ବିଭାଗକୁ ପଞ୍ଜିକୃତ ପର୍ବତାରୋହୀ ଚିହ୍ନଟ କରି ଆବଶ୍ୟକୀୟ ସରଞ୍ଜାମ  ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story