ସ୍ୱପ୍ନସାକାର କରିବାକୁ ଯାଇଥିଲେ ଦିଲ୍ଲୀ, ନେଇଗଲା କରୋନା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଉଚ୍ଚ ଅଶା ଅକାଂକ୍ଷା ନେଇ ଦିଲ୍ଲୀ ଯାଇଥିଲେ ସେ। ଚାକିରି କରି ଦୁଇ ପଇସା ଅଧିକ ରୋଜଗାର କରି ସୁଖୀ ଜୀବନଯାପନ ପାଇଁ ସହରକୁ ଯାଇଥିଲେ। ହେଲେ ସ୍ୱପ୍ନ ସକାର କରୁ କରୁ ସୁନାର ସଂସାରରେ ନିଆଁ ଲଗାଇଦେଲା ମହାମାରୀ କରୋନା। ଆଗକୁ ଚାଲିବାକୁ ଅନେକ ରାସ୍ତା ଥିବା ବେଳେ ଅଧାବାଟରୁ ଛଡ଼େଇ ନେଲା ଭୂତାଣୁ। କରୋନାରେ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ  ଘଟିଛି । ସେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର […]

nmb1

Tapas Behera
  • Published: Wednesday, 21 April 2021
  • , Updated: 21 April 2021, 05:08 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଉଚ୍ଚ ଅଶା ଅକାଂକ୍ଷା ନେଇ ଦିଲ୍ଲୀ ଯାଇଥିଲେ ସେ। ଚାକିରି କରି ଦୁଇ ପଇସା ଅଧିକ ରୋଜଗାର କରି ସୁଖୀ ଜୀବନଯାପନ ପାଇଁ ସହରକୁ ଯାଇଥିଲେ। ହେଲେ ସ୍ୱପ୍ନ ସକାର କରୁ କରୁ ସୁନାର ସଂସାରରେ ନିଆଁ ଲଗାଇଦେଲା ମହାମାରୀ କରୋନା। ଆଗକୁ ଚାଲିବାକୁ ଅନେକ ରାସ୍ତା ଥିବା ବେଳେ ଅଧାବାଟରୁ ଛଡ଼େଇ ନେଲା ଭୂତାଣୁ। କରୋନାରେ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ  ଘଟିଛି । ସେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଗିରିବନ୍ଧ ଗ୍ରାମର ଗୌରୀ ଶଙ୍କର ପରିଡ଼ା।

ସେ ନୋଏଡାରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ୩୮ ବର୍ଷୀୟ ଗୌରୀ ଶଙ୍କରଙ୍କ ସହିତ ନୋଏଡାରେ ପତ୍ନୀ ନିରୂପମା, ୩ ବର୍ଷୀୟ ଝିଅ ଏବଂ ତାଙ୍କ ସାନଭାଇ ମିଶି ରହୁଥିଲେ।  ସପ୍ତାହେ ହେବ ଗୌରୀ ଶଙ୍କରଙ୍କୁ ଜ୍ୱର ହୋଇଥିଲା।  ଟେଷ୍ଟ ପରେ କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ସେଠାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ତେବେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏପଟେ ଆଜି ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଏବେ ୫ ହଜାର ମୁହାଁ ହୋଇଥିବା ବେଳେ  ଉପରମୁହାଁ ରହିଛି ଗ୍ରାଫ।  ଗତକାଲି ରାଜ୍ୟରେ ୪,୭୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୪୮୫୧ ରହିଛି।  ସେହିପରି ଗତକାଲି ପରି ଆଜି ବି ରାଜ୍ୟରେ  ୫ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ୪୮୫୧ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୩,୮୨,୩୧୫ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୪୯,୩୭୭ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଏବେ ୩୦୯୨୭ ଆକ୍ଟିଭ କେସ୍‌ ରହିଛି।

Related story