ପିଏନ୍ବି ଠକେଇ: ଫସିଲେ ଓଡ଼ିଆ ଅଧିକାରୀ
- Published: Saturday, 03 March 2018
- , Updated: 03 March 2018, 08:36 AM IST
<p>ଭୁବନେଶ୍ୱର: ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଠକେଇ ଲିଙ୍କରେ ଜଣେ ଓଡ଼ିଆ ଅଧିକାରୀଙ୍କ ସଂପୃକ୍ତି ଥିବା ଜଣାପଡ଼ିଛି। ତାଙ୍କ ନାଁ ବିଷ୍ଣୁବ୍ରତ ମିଶ୍ର। ସେ ୨୦୧୧ରୁ ୧୫ ପର୍ଯ୍ୟନ୍ତ PNB ବ୍ରାଡି ବ୍ରାଞ୍ଚର ଇଣ୍ଟରନାଲ ଚିଫ୍ ଅଡିଟର ଥିଲେ। ଏହି ଠକେଇରେ ସାମିଲ ଥିବା ଅଭିଯୋଗରେ ବିଷ୍ଣୁବ୍ରତ ମିଶ୍ରଙ୍କୁ ଗିରଫ କରାଯାଇଛି। ତାଙ୍କୁ ମୁମ୍ବାଇର ଏକ କୋର୍ଟରେ ହାଜର କରାଯିବା ପରେ ସିବିଆଇ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି।</p>
<p>ହୀରା ବ୍ୟବସାୟୀ ନିରବ ମୋଦି ଓ ତାଙ୍କ ସହଯୋଗୀ ମେହୁଲ ଚୋକସି ୧୩ ହଜାର କୋଟିରୁ ଅଧିକ ଟଙ୍କା ପିଏନ୍‌ବିରୁ ଠକେଇ କରିଥିବା ଅଭିଯୋଗ ହୋଇଛି।</p>