ଓଡ଼ିଆ ଅଫିସରଙ୍କୁ ଶାସ୍ତି, ଅଣଓଡ଼ିଆଙ୍କ ସାତ୍ ଖୁନ୍ ମାଫ୍!

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ନବୀନ ସରକାରଙ୍କ ଶାସନରେ ଅଣଅଡିଆ ଅଫିସରଙ୍କ ସାତ୍ ଖୁନ୍ ମାଫ୍! ଲାଞ୍ଚ, ଦୁର୍ନୀତି ଅଭିଯୋଗ ଆସିବା ମାତ୍ରେ ଓଡ଼ିଆ ଅଫିସରଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ହେଲେ ଅଣଓଡ଼ିଆ ଅଫିସରଙ୍କ ନାଁରେ ହତ୍ୟା ଅଭିଯୋଗ ଆସିଲେ ମଧ୍ୟ ନବୀନ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଏବେ ଶାସନ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଛି। ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲଙ୍କ ବିରୋଧରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ […]

naveen

naveen

Subhransu Sekhar
  • Published: Tuesday, 17 November 2020
  • Updated: 17 November 2020, 01:55 PM IST

Sports

Latest News

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ନବୀନ ସରକାରଙ୍କ ଶାସନରେ ଅଣଅଡିଆ ଅଫିସରଙ୍କ ସାତ୍ ଖୁନ୍ ମାଫ୍! ଲାଞ୍ଚ, ଦୁର୍ନୀତି ଅଭିଯୋଗ ଆସିବା ମାତ୍ରେ ଓଡ଼ିଆ ଅଫିସରଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ହେଲେ ଅଣଓଡ଼ିଆ ଅଫିସରଙ୍କ ନାଁରେ ହତ୍ୟା ଅଭିଯୋଗ ଆସିଲେ ମଧ୍ୟ ନବୀନ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଏବେ ଶାସନ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଛି।

ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲଙ୍କ ବିରୋଧରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ରୁଜୁ ହୋଇଛି। ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କ ବିରୋଧରେ ଦଫା ୩୦୨ ଲାଗିଛି। ହେଲେ ଏହାପରେ ବି ରାଜ୍ୟ ସରକାର ତାଙ୍କୁ ନିଲମ୍ୱନ ନକରି ପୁରସ୍କାର ସ୍ୱରୂପ ଭୁବନେଶ୍ୱରକୁ ବଦଳି ହୋଇଛନ୍ତି। ଯୋଜନା ଓ ସଂଯୋଜନା ବିଭାଗକୁ ମନୀଷ ବଦଳି ହୋଇଛନ୍ତି। ଅର୍ଥାତ୍ ସେ ଏବେ କ୍ଷମତା କେନ୍ଦ୍ର ପାଖରେ ରହିବେ। ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ।

ମନୀଷଙ୍କୁ ରାଜ୍ୟ ସରକାର ଏଭଳି ପୁରସ୍କାର ଦେବାକୁ ନେଇ ବିରୋଧୀ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ଏବେ ମୃତକଙ୍କ ପତ୍ନୀ ସ୍ଥାନୀୟ ପୁଲିସ ପ୍ରମାଣ ନଷ୍ଟ କରୁଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ଏମିତିକି ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ସେଠିକାର ପୁଲିସ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।

ନିକଟରେ କରୋନା ମୁକାବିଲା ପାଇଁ ପିପିଇ ଓ ମାସ୍କ କିଣାରେ ରାଜକୋଷକୁ ବ୍ୟାପକ ହରିଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ସେହି ସମୟରେ କ୍ରୟ କମିଟି ମୁଖ୍ୟ ଦାୟିତ୍ୱ ତୁଲାଉଥିଲେ ଆଇଏଏସ୍ ହେମନ୍ତ ଶର୍ମା। ତାଙ୍କ ନାମରେ ସାମାଜିକ କର୍ମୀଙ୍କ ଅଭିଯୋଗ ଭିତ୍ତିରେ ଲୋକାୟୁକ୍ତଙ୍କ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି। ହେଲେ ଏହି ଅଣଅଡ଼ିଆ ଆଇଏଏସ ନିଲମ୍ବିତ କି ବହିଷ୍କୃତ ହୋଇ ନାହାନ୍ତି। ହେମନ୍ତ ଶର୍ମା ହେଉଛନ୍ତି ୧୯୯୫ ବ୍ୟାଚର ଆଇଏଏସ ଅଫିସର। ତାଙ୍କ ଘର ଉତ୍ତର ପ୍ରଦେଶ।

ଗତବର୍ଷ ଓଡ଼ିଆ ଆଇଏଏସ ବିଜୟ କେତନ ଉପାଧ୍ୟାୟ(୨୦୦୯ ବ୍ୟାଚ୍‌) ଭିଜିଲାନ୍ସ ଜାଲରେ ଫସିଥିଲେ। ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଏକ ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ତାଙ୍କୁ ଗତବର୍ଷ ଡିସେମ୍ବର ୩୦ରେ ନିଲମ୍ବନ କରାଯାଇଥିଲା। ମାମଲା କୋର୍ଟକୁ ମଧ୍ୟ ଯାଇଥିଲା। ଏହାପରେ ଚଳିତ ବର୍ଷ ଜୁନ ୨୮ରେ ଆଇଏଏସ ବିଜୟ କେତନଙ୍କ ଉପରେ ଲାଗିଥିବା ନିଲମ୍ବନକୁ ଉଠାଇ ଦେଇଥିଲେ ସରକାର। ତାଙ୍କୁ ରାଜସ୍ୱ ପର୍ଷଦ ବୋର୍ଡର ସଚିବ ଭାବେ ନିଯୁକ୍ତ କରାଯାଇଛି।

ସେହିପରି ରାଜ୍ୟ ସରକାର ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି କେନ୍ଦ୍ରରେ ତାଙ୍କର ପଥରୋଧ କରିଥିଲେ। ୧୯୭୭ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ପ୍ରକାଶ ମିଶ୍ର ୨୦୧୬ ଫେବ୍ରୁଆରି ୨୯ରେ ସିଆରପିଏଫ୍ ଡିଜି ଭାବରେ ଅବସର ନେଇଥିଲେ। ପରେ ଏହି ମାମଲାରେ ରାଜ୍ୟ ସରକାର କୋର୍ଟଙ୍କ ଦ୍ୱାରା ଭର୍ତ୍ସିତ ହୋଇଥିଲେ। ତାଙ୍କ ପରି ଆଇପିଏସ ଅଫିସର ବିଜୟ କୁମାର ଶର୍ମାଙ୍କୁ ରାଜନୀତିକ/ପ୍ରାଶାସନିକ କାରଣରୁ ଦୀର୍ଘ ଦିନ ହେବ ଅଫିସର ଉଇଦାଉଟ୍‌ ଡ୍ୟୁଟି ଭାବେ ରଖାଯାଇଛି। ଅନ୍ୟପକ୍ଷରେ ତାଙ୍କଠାରୁ ଅଧିକ ବିବାଦୀୟ ଅଣଓଡ଼ିଆ ଅଧିକାରୀଙ୍କୁ ସସ୍‌ପେଣ୍ଡ କଲା ପରେ ମଧ୍ୟ ପଦୋନ୍ନତି ଦେଇ ଡିଜି ପଦରେ ଅବସ୍ଥାପିତ କରାଯାଇଥିଲା।

ସେହିପରି ଚଳିତ ବର୍ଷ ଜୁନ୍ ୪ରେ ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ଗିରଫ ହୋଇଥିଲେ। ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା।

ଜୁଲାଇ ୨୬ରେ ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ କଳାହାଣ୍ଡିର ଡେପୁଟି କଲେକ୍ଟର ଅନିଶା ଦାସଙ୍କୁ ନିଲମ୍ବନ କରିଥିଲେ। ଅନିଶା ବେତନଟୀ ତହସିଲଦାର ଭାବେ କାର୍ଯ୍ୟରତ ଥିବା ବେଳେ ଜଣେ ଟ୍ରକ ମାଲିକଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏନେଇ ବୈଶିଙ୍ଗା ଥାନାରେ ମାମଲା ରୁଜୁ ହୋଇଥିଲା। ଏପରିକି ତାଙ୍କୁ ଧମକଚମକ ଦେଇ ଟ୍ରକରେ ଥିବା ୬ ହଜାର ଟଙ୍କା ଛଡାଇ ନେଇଥିବା ଅଭିଯୋଗ କରିଥିଲେ ଟ୍ରକ ମାଲିକ। ଯଦିଓ ଅନିଶା ଅଭିଯୋଗକୁ ଖଣ୍ଡନ କରିଥିଲେ। ହେଲେ ଦୁର୍ନୀତିକୁ ପ୍ରସୟ ନଦେବା ଅଭିଯୋଗରେ ତାଙ୍କୁ ନିଲମ୍ୱନ କରିଥିଲେ ସରକାର।

ସୂଚନାଯୋଗ୍ୟ, ସ୍ୱଚ୍ଛ ଶାସନ ଏବଂ ଦୁର୍ନୀତିକୁ ବିରୋଧ କରି ନବୀନ ସରକାର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଫାଇଭ୍ ଟି ଘୋଷଣା କରିଥିଲେ। ଏହାର ସଚିବ ଅଛନ୍ତି ଭି.କେ ପାଣ୍ଡିଆନ୍। ଯିଏକି ଅଣ ଓଡ଼ିଆ। ତାଙ୍କ ଘର ତାମିଲନାଡୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story