ରଜ ପାଳିଲେ ଦୁବାଇରେ ଅଟକି ରହିଥିବା ଓଡ଼ିଆ ଶ୍ରମିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପହିଲି ରଜରେ ଉଛୁଳୁଛି ସାରା ରାଜ୍ୟ। ଗାଁରେ ରଜ ଦୋଳି, ରଜ ପାନ ଏବଂ ଭଳିକି ଭଳି ପିଠାପଣା ସହ ରଜ। ସହରରେ ପାରମ୍ପରିକ ଶୈଳୀ ସହ ଆଧୁନିକ ରୁଚି ମିଶା ରଜ। ଏପରିକି ଘରଠାରୁ ଦୂରରେ ଥିବା ଲୋକେ ପୂରୁଣା ଫଟୋଟିଏ କିମ୍ବା ରଜ ଶୁଭେଚ୍ଛା ଦେଇ ଡିଜିଟାଲ ଉପାୟରେ ରଜ ପାଳନ କରିଛନ୍ତି। କିନ୍ତୁ କେବେ ଭାବିଛନ୍ତି ଓଡ଼ିଶାରୁ ହଜାର ହଜାର କିଲୋମିଟର ଦୂରରେ ଜନ୍ମମାଟିକୁ ଫେରିବା ଅପେକ୍ଷାରେ ଥିବା […]

raja-2

Subrat Kumar Nayak
  • Published: Friday, 14 June 2019
  • , Updated: 14 June 2019, 11:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପହିଲି ରଜରେ ଉଛୁଳୁଛି ସାରା ରାଜ୍ୟ। ଗାଁରେ ରଜ ଦୋଳି, ରଜ ପାନ ଏବଂ ଭଳିକି ଭଳି ପିଠାପଣା ସହ ରଜ। ସହରରେ ପାରମ୍ପରିକ ଶୈଳୀ ସହ ଆଧୁନିକ ରୁଚି ମିଶା ରଜ। ଏପରିକି ଘରଠାରୁ ଦୂରରେ ଥିବା ଲୋକେ ପୂରୁଣା ଫଟୋଟିଏ କିମ୍ବା ରଜ ଶୁଭେଚ୍ଛା ଦେଇ ଡିଜିଟାଲ ଉପାୟରେ ରଜ ପାଳନ କରିଛନ୍ତି। କିନ୍ତୁ କେବେ ଭାବିଛନ୍ତି ଓଡ଼ିଶାରୁ ହଜାର ହଜାର କିଲୋମିଟର ଦୂରରେ ଜନ୍ମମାଟିକୁ ଫେରିବା ଅପେକ୍ଷାରେ ଥିବା ଓଡ଼ିଆ ଶ୍ରମିକ କ’ଣ ରଜ ପାଳିଥିବେ?

ଆଜ୍ଞା ହଁ ସେମାନେ ମଧ୍ୟ ରଜ ପାଳିଛନ୍ତି। ଆଉ ରଜ ପାଳିବା ପାଇଁ ସେମାନଙ୍କ ମନ ଭିତରେ ଥିବା ଇଛାଟିକୁ ପୂରଣ କରିଛନ୍ତି ପୂର୍ବରୁ ସେମାନଙ୍କ ପାଖରେ ପ୍ରଥମେ ପହଞ୍ଚି ସହାୟତାର ହାତ ବଢ଼ାଇଥିବା ପ୍ରଫେସର ସମ୍ଭ୍ରମ ପଟ୍ଟନାୟକ ଏବଂ ତାଙ୍କ ବନ୍ଧୁ ଡକ୍ଟର ଚନ୍ଦ୍ରଶେଖର ଖୁଣ୍ଟିଆ।

ଆହୁରି ପଢ଼ନ୍ତୁ:- ଦୁବାଇରେ ଫସିଥିବା ଓଡ଼ିଆ ଘରକୁ ଫେରିବେ, ଶ୍ରମିକଙ୍କୁ ଭେଟିଲେ ଦୂତାବାସ କର୍ମଚାରୀ

ରଜରେ ରୋଷେଇ ହୋଇଥିଲା ଭାତ, ଓଡ଼ିଆ ଶୈଳୀରେ ରୋହି ମାଛର ଝୋଳ, ସାଲାଡ୍‌ ଏବଂ ଆଉ କୋବି ତରକାରୀ। ସମସ୍ତେ ଏକାଠି ଖାଇବା ସହିତ ପିଲାବେଳର ରଜ ମଉଜ ଏବଂ ଦୋଳି ଖେଳ କଥା ମନେ ପକାଇଥିଲେ। ଆଉ ଖାଇବା ଶେଷରେ ଲଡ଼ୁ ମଧ୍ୟ ଖିଆ ହୋଇଥିଲା। ସେମାନଙ୍କ ମୁହଁରେ ଉକୁଟି ଉଠିଥିବା ହସ ଓଡ଼ିଶାର ଗଣପର୍ବ ରଜର ପ୍ରକୃତ ଉଦ୍ଦେଶ୍ୟ ପୂରଣ କଲା ପରି ମନେ ହେଉଥିଲା।

ପ୍ରଫେସର ସମ୍ଭ୍ରମ ଏବଂ ତାଙ୍କ ବନ୍ଧୁ ଏହି ଓଡ଼ିଆମାନଙ୍କ ପାଇଁ ଆଉ ଦୁଇ ସପ୍ତାହର ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟ ଜିନିଷ ମଧ୍ୟ ପହଞ୍ଚାଇଛନ୍ତି। ସେମାନଙ୍କ ଫେରିବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଚାଲୁ ରଖିଛନ୍ତି ଏବଂ ଦୁବାଇରେ ଅବସ୍ଥାପିତ ଦୂତାବାସ ଏହାକୁ କାର୍ଯ୍ୟକାରୀ କରିବାରେ ଲାଗିଛନ୍ତି ବୋଲି ସୂଚନା ମିଳିଛି। ସମ୍ଭ୍ରମଙ୍କ କହିବା ଅନୁଯାୟୀ, ସେମାନେ ରଜକୁ ଖୁବ୍‌ ମନେପକାଉଥିବେ ନିଶ୍ଚିତ ଥିଲି। ସେଥିପାଇଁ ମୁଁ ଏବଂ ମୋ ବନ୍ଧୁ ଡକ୍ଟର ଚନ୍ଦ୍ରଶେଖର ଆଜି ସେମାନଙ୍କ ପାଖରେ ପହଞ୍ଚିଥିଲୁ। ସେମାନଙ୍କ ସହ ଏହି ଖୁସିର ମୁହୂର୍ତ୍ତରେ ସାମିଲ ହୋଇ ଖୁବ୍‌ ଆନନ୍ଦିତ।

Related story