ଦୁବାଇରେ ଫସିଥିବା ଓଡ଼ିଆ ଘରକୁ ଫେରିବେ, ଶ୍ରମିକଙ୍କୁ ଭେଟିଲେ ଦୂତାବାସ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁଦୂର ଦୁବାଇରେ ଫସିରହିଥିବା ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ବାଟ ଫିଟିଛି। ଦୁବାଇରେ ଅବସ୍ଥାପିତ ଭାରତୀୟ ବାଣିଜ୍ୟିକ ଦୂତାବାସ ଓ ସମାଜସେବୀଙ୍କ ପକ୍ଷରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ପ୍ରକ୍ରିୟା। ସେମାନେ ଖୁବ୍‌ଶୀଘ୍ର ଘରକୁ ଫେରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ପେଟ ପାଇଁ ଦାନା ସଂଗ୍ରହ କରିବାକୁ ଯାଇ ପାରିଶ୍ରମିକ ନପାଇ ଦୀର୍ଘ ଦିନ ଧରି ନାନା ଅଭାବ ଅସୁବିଧାରେ ପଡ଼ି ରହିଥିଲେ ୧୦ ଓଡ଼ିଆଙ୍କ ସମେତ […]

efforts-on-to-rescue-odia-workers-in-trouble-in-dubai

efforts-on-to-rescue-odia-workers-in-trouble-in-dubai

Manoranjan Sial
  • Published: Friday, 07 June 2019
  • Updated: 07 June 2019, 08:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁଦୂର ଦୁବାଇରେ ଫସିରହିଥିବା ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ବାଟ ଫିଟିଛି। ଦୁବାଇରେ ଅବସ୍ଥାପିତ ଭାରତୀୟ ବାଣିଜ୍ୟିକ ଦୂତାବାସ ଓ ସମାଜସେବୀଙ୍କ ପକ୍ଷରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ପ୍ରକ୍ରିୟା। ସେମାନେ ଖୁବ୍‌ଶୀଘ୍ର ଘରକୁ ଫେରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ପେଟ ପାଇଁ ଦାନା ସଂଗ୍ରହ କରିବାକୁ ଯାଇ ପାରିଶ୍ରମିକ ନପାଇ ଦୀର୍ଘ ଦିନ ଧରି ନାନା ଅଭାବ ଅସୁବିଧାରେ ପଡ଼ି ରହିଥିଲେ ୧୦ ଓଡ଼ିଆଙ୍କ ସମେତ ୨୫ ଜଣ ଭାରତୀୟ ଶ୍ରମିକ। ଗତ ୩୧ ତାରିଖରେ ଓଡ଼ିଆ ଶ୍ରମିକଙ୍କ ଦୁର୍ଦ୍ଦଶା ସମ୍ପର୍କରେ 'ଓଡିଶା ରିପୋର୍ଟର'ରେ ପ୍ରଥମେ ଖବର ପ୍ରକାଶ ପାଇଥିଲା। ପରେ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କୁ ଚିଠି ଲେଖିଥିଲେ। ଏହାପରେ ବାଣିଜ୍ୟିକ ଦୂତାବାସ ଅଧିକାରୀ ଶ୍ରମିକଙ୍କୁ ଭେଟିବା ସହ ସେମାନଙ୍କୁ ଭାରତ ଫେରାଇ ଆଣିବା ଲାଗି ଆବଶ୍ୟକ ପଦକ୍ଷେପ ନେଉଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବାଣିଜ୍ୟିକ ଦୂତାବାସ ଅଧିକାରୀଙ୍କ ପକ୍ଷରୁ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ଓ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି। ସେହିପରି ଦୁବାଇରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଭ୍ରମ ପଟ୍ଟନାୟକ ଓଟିଭିରୁ ଓଡ଼ିଆ ଶ୍ରମିକଙ୍କ ଫୋନ୍‌ ନମ୍ବର ସଂଗ୍ରହ କରିବା ସହ ସେମାନଙ୍କୁ ଭେଟି ସେମାନଙ୍କ ଅଭାବ ଅସୁବିଧା ସଂପର୍କରେ ପଚାରି ବୁଝିଛନ୍ତି।

ଫସି ରହିଥିବା ଓଡ଼ିଆ ଶ୍ରମିକମାନେ ନୟାଗଡ଼, ଗଞ୍ଜାମ, ବାଲେଶ୍ୱର ଓ ଜଗତସିଂପୁର ଜିଲ୍ଲାର ମୂଳ ବାସିନ୍ଦା। ୧୧ ମାସ ତଳେ ଦଲାଲଙ୍କ ମାଧ୍ୟମରେ ଏମାନେ ଦୁବାଇର ସାରଜା ସହରକୁ ଯାଇ ଏକ କମ୍ପାନୀରେ କାଠକାମ ସହ ରଙ୍ଗ ମିସ୍ତ୍ରୀ ଭାବେ ନିୟୋଜିତ ହୋଇଥିଲେ। କିନ୍ତୁ ଗତ ୨ ମାସ ହେଲା ସେମାନଙ୍କ ସହ ଆଉ ପରିବାର ଲୋକେ କୌଣସି ଯୋଗାଯୋଗ କରିପାରିନଥିଲେ। ସେଠାରେ ସେମାନଙ୍କୁ ପାରିଶ୍ରମିକ ଓ ଖାଦ୍ୟ ବଦଳରେ ନିର୍ଯାତନା ଦିଆଯାଉଥିବା ଶ୍ରମିକମାନେ ଅଭିଯୋଗ କରିଥିଲେ। ପାଖରେ ଟଙ୍କା ନଥିବାରୁ ସ୍ୱଦେଶ ଫେରିବା ମଧ୍ୟ ସମ୍ଭବ ହୋଇନଥିଲା। ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ନିବେଦନ କରି ସୋଶାଲ ମିଡିଆରେ ଶ୍ରମିକମାନେ ଭିଡିଓ ପୋଷ୍ଟ କରିଥିଲେ।

ଏଣେ କେନ୍ଦ୍ର ସରକାର ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ନେବାପରେ ସେମାନଙ୍କ ପରିବାର କୃତଜ୍ଞତା ଜଣାଇଛନ୍ତି। ଦାନା ପାଇଁ ବିଦେଶ ଯାଇ ଓଡ଼ିଆ ଶ୍ରମିକ ଦୁର୍ଦ୍ଦଶା ଭୋଗିବା ନୂଆ ନୁହେଁ। ଘରୋଇ କମ୍ପାନୀ ଦ୍ୱାରା ନିର୍ଯାତନାର ଶିକାର ହୋଇ ରାଜ୍ୟର ଅନେକ ଶ୍ରମିକ ଫସି ରହିଥିଲେ। ସେମାନଙ୍କୁ ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହାୟତା ବଳରେ ଉଦ୍ଧାର କରାଯାଇ ପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos