ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ଉଚ୍ଛେଦ ପ୍ରସଙ୍ଗ: ବିରୋଧ କଲା ବିଜେପି

ଭୁବନେଶ୍ୱର: ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ବା ସ୍ୟାଟ୍ ଉଚ୍ଛେଦ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଛି ବିଜେପି। ସ୍ୟାଟ୍ ଦ୍ୱାରା ସରକାରୀ କର୍ମଚାରୀଙ୍କ ମାମଲାର ଶୀଘ୍ର ସମାଧାନ ହୋଇପାରୁଥିବା ବେଳେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ଦଳ କହିଛି। ଅନ୍ୟ ରାଜ୍ୟରେ ସ୍ୟାଟ୍ କାର୍ଯ୍ୟ କରୁଥିବା ବେଳେ ଓଡ଼ିଶା ସରକାର ନିଜ ଅପାରଗତାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ବିଜେପି ଅଭିଯୋଗ କରିଛି। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର […]

vlcsnap-2015-09-11-20h00m03s298

Rakesh Mallick
  • Published: Friday, 11 September 2015
  • , Updated: 11 September 2015, 03:49 PM IST

ଭୁବନେଶ୍ୱର: ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ବା ସ୍ୟାଟ୍ ଉଚ୍ଛେଦ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଛି ବିଜେପି। ସ୍ୟାଟ୍ ଦ୍ୱାରା ସରକାରୀ କର୍ମଚାରୀଙ୍କ ମାମଲାର ଶୀଘ୍ର ସମାଧାନ ହୋଇପାରୁଥିବା ବେଳେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ଦଳ କହିଛି। ଅନ୍ୟ ରାଜ୍ୟରେ ସ୍ୟାଟ୍ କାର୍ଯ୍ୟ କରୁଥିବା ବେଳେ ଓଡ଼ିଶା ସରକାର ନିଜ ଅପାରଗତାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ବିଜେପି ଅଭିଯୋଗ କରିଛି।

ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଥିଲେ ଯେ ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ସଂପୂର୍ଣ୍ଣ ବେଆଇନ ଓ ଲୋକ ବିରୋଧୀ। ସରକାର ନିଜ ଅପାରଗତା ଲୁଚାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ସ୍ୟାଟ୍ ସଂପର୍କରେ ସରକାର କିଛି ବୁଝି ନାହାନ୍ତି। ସେଥିପାଇଁ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ବିଜେଡି ମୁଖ୍ୟପାତ୍ର ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ସ୍ୟାଟ୍ ସଂପର୍କରେ ବିତର୍କ କରାଯାଉ। ଏହାକୁ ବିରୋଧୀ ଦଳ ସଦସ୍ୟମାନେ ବିଧାନସଭାରେ ଉଠାଇ ପାରିବେ ଓ ତର୍କ କରିପାରିବେ।

ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ସ୍ୟାଟ୍ ବାର୍ ଆସୋସିଏସନ। ଗତକାଲି ଭଳି ଆଜି ମଧ୍ୟ ସ୍ୟାଟ୍ ବାର ଆସୋସିଏସନ ପକ୍ଷରୁ କଟକରେ କାମ ବନ୍ଦ କରାଯାଇଛି। ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବାକୁ ବାର ଆସୋସିଏସନ ଚେତାବନୀ ଦେଇଛି।

ଓଏଟି କଟକ ବାର୍ ସଭାପତି ଉଲ୍ଲାସ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ସୋମବାର ପର୍ଯ୍ୟନ୍ତ ଆନ୍ଦୋଳନ ହେବ। ସେହିଦିନ ଓଏଟି ସମେତ ଅନ୍ୟ ବାରଗୁଡ଼ିକୁ ନେଇ ଏକ ବୈଠକ କରାଯିବ। ବୈଠକରେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ନିଆଯିବ। ଆନ୍ଦୋଳନ ଜାରି ରହିବ ନା ଆଉ କ’ଣ କରାଯିବ- ଏ ନେଇ ସୋମବାର ବୈଠକରେ ହିଁ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ, ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ସ୍ୟାଟ୍ ଉଚ୍ଛେଦ ଲାଗି ନିଷ୍ପତ୍ତି ହୋଇଥିଲା। ସ୍ୟାଟ୍ ଗଠନର ପ୍ରକୃତ ଲକ୍ଷ୍ୟ ପୂରଣ ହୋଇନଥିବାରୁ  ଓ ସୁପ୍ରିମକୋର୍ଟଙ୍କ ନିଦ୍ଦେର୍ଶ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା।

Related story