ଫୋନି ପାଇଁ ଏସବୁ ସ୍ଥାନରେ ହୋଇଛି ଏମିତି ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଫୋନି ବାତ୍ୟାରେ ପ୍ରଭାବିତ ହେଉଥିବା ଅଞ୍ଚଳରେ ଆଜିଠାରୁ ଶୁଖିଲା ଖାଦ୍ୟ ପହଁଞ୍ଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏପରିକି ଆବଶ୍ୟକ ପଡ଼ିଲେ ପାଣି ଘେରରେ ଥିବା ଲୋକଙ୍କ ପାଇଁ ଏୟାର ଡ୍ରପିଂ ଦ୍ୱାରା ଖାଦ୍ୟ ପହଞ୍ଚାଯିବ। ଖାଦ୍ୟ ଯୋଗାଣ ବିଭାଗ ତରଫରୁ ଏକ ଲକ୍ଷ ଲୋକଙ୍କ ପାଇଁ ଚୁଡ଼ା ଓ ଗୁଡ଼ ସହ ଅନ୍ୟ ଦରକାରୀ ସାମଗ୍ରୀ ପ୍ୟକେଟ୍‌ କରି ରଖାଯାଇଛି। ରେଡକ୍ରସ ତରଫରୁ ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ବାଣ୍ଟିବାକୁ ବ୍ୟବସ୍ଥା ହୋଇଛି। […]

ss

Hemant Lenka
  • Published: Thursday, 02 May 2019
  • , Updated: 02 May 2019, 08:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଫୋନି ବାତ୍ୟାରେ ପ୍ରଭାବିତ ହେଉଥିବା ଅଞ୍ଚଳରେ ଆଜିଠାରୁ ଶୁଖିଲା ଖାଦ୍ୟ ପହଁଞ୍ଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏପରିକି ଆବଶ୍ୟକ ପଡ଼ିଲେ ପାଣି ଘେରରେ ଥିବା ଲୋକଙ୍କ ପାଇଁ ଏୟାର ଡ୍ରପିଂ ଦ୍ୱାରା ଖାଦ୍ୟ ପହଞ୍ଚାଯିବ। ଖାଦ୍ୟ ଯୋଗାଣ ବିଭାଗ ତରଫରୁ ଏକ ଲକ୍ଷ ଲୋକଙ୍କ ପାଇଁ ଚୁଡ଼ା ଓ ଗୁଡ଼ ସହ ଅନ୍ୟ ଦରକାରୀ ସାମଗ୍ରୀ ପ୍ୟକେଟ୍‌ କରି ରଖାଯାଇଛି। ରେଡକ୍ରସ ତରଫରୁ ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ବାଣ୍ଟିବାକୁ ବ୍ୟବସ୍ଥା ହୋଇଛି। ଫୋନି ଲ୍ୟାଣ୍ଡଫଲ କରିବା ପରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ବେଶ ଚ୍ୟାଲେଞ୍ଜିଂ ରହିବ। ଏଥିପାଇଁ ସବୁ ସ୍ତରରେ

ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଦ୍ଧାର କାର୍ଯ୍ୟ ପାଇଁ କୋଷ୍ଟଗାର୍ଡ ସମେତ ନୌସେନା ଓ ସ୍ଥଳସେନା ମଧ୍ୟ ପ୍ରସ୍ତୁତ ରହିଛନ୍ତି। ୧୮ଟି ଓଡ୍ରାଫ୍, ୨୫ ଏନଡିଆରଏଫ୍‌ ଟିମ୍ ସହ ଦମକଳବାହିନୀର ୫୨୫ ଟିମ୍ ଗ୍ରାଉଣ୍ଡରେ ପହଞ୍ଚି ସାରିଛନ୍ତି। ସବୁଠୁ ବଡ଼ କଥା ହେଉଛି ତୁରନ୍ତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ନୌସେନାର ୩ଟି ଜାହାଜ ଆଲର୍ଟ ହୋଇ ରହିଛନ୍ତି। ସବୁ ପ୍ରକାର ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ଲାଇଫ୍ ବୋଟ୍, ଲାଇଫ୍ ବୟ ଓ କଟର୍ ଭଳି ସାଜ ସରଞ୍ଜାମ ସହ ସଜ ଫାୟାର ସର୍ଭିସ୍‌ର ଟିମ୍‌ ସଜାଗ ରହିଛନ୍ତି।

କେବଳ ପୁରୀ ଜିଲ୍ଲାରେ ଏଭଳି ୩୯ଟି ଟିମ୍ ରହିଥିବା ବେଳେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ମୋଟ୍ ୫୨୫ଟି ଟିମ୍ ମୁତୟନ ହୋଇଛନ୍ତି। ତୁରନ୍ତ ରିଲିଫ୍ ଓ ଉଦ୍ଧାର ପାଇଁ ତିନିଟି ଜାହାଜରେ ଥିବା ନୌସେନେ କର୍ମଚାରୀଙ୍କ ସହ ବିଶାଖାପଟନାମରେ ୭ଟି ହେଲିକପ୍ଟର, ଡୋନିୟର ଭଳି ୬ଟି ଏୟାରକ୍ରାଫ୍ଟ ମଧ୍ୟ ପ୍ରସ୍ତୁତ ରହିଛନ୍ତି। ଏହାବାଦ୍‌ ଚେନ୍ନାଇରୁ ୪ଟି ଜାହାଜରେ ଆବଶ୍ୟକ ରିଲିଫ୍ ସାମଗ୍ରୀ ଆସୁଥିବା ନୌସେନା ପକ୍ଷରୁ କୁହାଯାଇଛି। ସେହିପରି ଏନଡିଏମ୍ଏର ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ୨ଟି ହେଲିକପ୍ଟର ମହଜୁଦ ରଖିବାକୁ ନିଷ୍ପତ୍ତି ହୋଇଛି । ସହାୟତା ପାଇଁ ସ୍ଥଳସେନାର ଗୋଟିଏ ୟୁନିଟ ଭୁବନେଶ୍ୱରରେ ଅନ୍ୟଟି ରାଞ୍ଚିରେ ରହିଛି। କେବଳ ସେତିକି ନୁହେଁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ୩୦୨ଟି ରାପିଡ୍ ରେସପନ୍ସ ଟିମ୍ ନିୟୋଜିତ କରାଯାଇଛି, ଯେଉଁଥିରେ ଜଣେ ଲେଖାଏ ଡାକ୍ତର, ଫାର୍ମାସିଷ୍ଟ ଓ ଆଟେଣ୍ଡାଣ୍ଟ ରହିବେ। ଏଥିସହ ବିଦ୍ୟୁତ ସେବାକୁ ଠିକ୍‌ କରିବାକୁ ଶକ୍ତି ବିଭାଗ ପକ୍ଷରୁ ୫ ଶହ ଗ୍ୟାଙ୍ଗ ମୁତୟନ କରାଯାଇଛି।

Related story