ବିଧାୟକଙ୍କୁ ତାଗିଦ୍, ମୋବାଇଲ ଫୋନ୍ ବାଜିଲେ ଜବତ ହେବ : ବାଚସ୍ପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଗୃହ ଭିତରେ ମୋବାଇଲ ଫୋନ୍ ବାଜିବା ଏଣିକି ସମ୍ପୃକ୍ତ ବିଧାୟକ ଓ ମନ୍ତ୍ରୀମାନଙ୍କୁ ମହଙ୍ଗା ପଡ଼ିବ। ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ଏନେଇ ବିଧାୟକମାନଙ୍କୁ ତାଗିଦ୍ କରିଛନ୍ତି। ଗୃହ ଭିତରେ ଯଦି କାହାରି ମୋବାଇଲ ଫୋନ୍ ବାଜେ, ତାକୁ ଜବତ କରିବାକୁ ସେ ନିର୍ଦ୍ଦେଶ ଦେବେ ବୋଲି ଆଜି ବିଧାୟକମାନଙ୍କୁ ସତର୍କ କରାଇ ଦେଇଛନ୍ତି। ସୂଚନାଯୋଗ୍ୟ, ବିଧାୟକ ଓ ମନ୍ତ୍ରୀମାନେ ନିଜର ଫୋନକୁ ବେଧଡ଼କ ଭାବେ ଗୃହ ଭିତରକୁ ନେଇ ଯାଉଛନ୍ତି। […]

suryapatra

Manoranjan Sial
  • Published: Tuesday, 02 July 2019
  • , Updated: 02 July 2019, 10:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଗୃହ ଭିତରେ ମୋବାଇଲ ଫୋନ୍ ବାଜିବା ଏଣିକି ସମ୍ପୃକ୍ତ ବିଧାୟକ ଓ ମନ୍ତ୍ରୀମାନଙ୍କୁ ମହଙ୍ଗା ପଡ଼ିବ। ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ଏନେଇ ବିଧାୟକମାନଙ୍କୁ ତାଗିଦ୍ କରିଛନ୍ତି। ଗୃହ ଭିତରେ ଯଦି କାହାରି ମୋବାଇଲ ଫୋନ୍ ବାଜେ, ତାକୁ ଜବତ କରିବାକୁ ସେ ନିର୍ଦ୍ଦେଶ ଦେବେ ବୋଲି ଆଜି ବିଧାୟକମାନଙ୍କୁ ସତର୍କ କରାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ବିଧାୟକ ଓ ମନ୍ତ୍ରୀମାନେ ନିଜର ଫୋନକୁ ବେଧଡ଼କ ଭାବେ ଗୃହ ଭିତରକୁ ନେଇ ଯାଉଛନ୍ତି। ଗୃହ କାର୍ଯ୍ୟ ଚାଲିଥିବାବେଳେ ଫୋନ୍ ରିଂ ହେଉଥିବାରୁ ତାହା ଗୃହର ପରମ୍ପରା ଓ ଗରିମାକୁ ଭଙ୍ଗ କରୁଛି। ଗୃହ ଭିତରକୁ ମୋବାଇଲ ଫୋନ୍ ନେବା ଉପରେ କଟକଣା ବହୁ ପୂର୍ବରୁ ଥିଲେ ମଧ୍ୟ ଅଧିକାଂଶ ବିଧାୟକ ଓ ମନ୍ତ୍ରୀ ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ମହେଶ୍ୱର ମହାନ୍ତି ବାଚସ୍ପତି ଥିବାବେଳେ ଗୃହକୁ ମୋବାଇଲ ଫୋନ୍ ଆଣିବା ଉପରେ କଟକଣା ଜାରି କରିଥିଲେ।

Related story