‘ବିରୋଧ’ ନାଁରେ ହିତାହତ ଜ୍ଞାନ ହରାଇଲାଣି ବିଜେପି: କୁନ୍ଦୁଲି ପୀଡ଼ିତାଙ୍କୁ ଭୁତ କରି ଗୀତ ବୋଲିଲା, ଭିଡିଓ ଛାଡ଼ିଲା

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିବାର ପାଞ୍ଚ ଛଅ ଦିନ ପରେ, ଗୋଟେ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ କେହି ଜଣେ ଏକ ଅଡିଓ ଫାଇଲ୍ ପୋଷ୍ଟ କରିଥିଲେ। ଡାଉନ୍‌ଲୋଡ୍ କରି ଶୁଣିଲି। ଟିକିଏ ଆଶ୍ଚର୍ଯ୍ୟ ହେଲି। ତାହା ଏକ ସୁନ୍ଦର ଗୀତ ଥିଲା। ଯାହାର କାହାଣୀ ହେଲା, ପରଲୋକ ଗମନ କରିଥିବା କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୀତ ଗାଇ ଗାଇ ପଚାରୁଛନ୍ତି ଅନେକ ପ୍ରଶ୍ନ, କହୁଛନ୍ତି କାହିଁକି ମୋ ପ୍ରତି ଅନ୍ୟାୟ […]

BJP

Ordigital Desk
  • Published: Monday, 05 February 2018
  • , Updated: 05 February 2018, 10:24 PM IST

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିବାର ପାଞ୍ଚ ଛଅ ଦିନ ପରେ, ଗୋଟେ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ କେହି ଜଣେ ଏକ ଅଡିଓ ଫାଇଲ୍ ପୋଷ୍ଟ କରିଥିଲେ। ଡାଉନ୍‌ଲୋଡ୍ କରି ଶୁଣିଲି। ଟିକିଏ ଆଶ୍ଚର୍ଯ୍ୟ ହେଲି। ତାହା ଏକ ସୁନ୍ଦର ଗୀତ ଥିଲା। ଯାହାର କାହାଣୀ ହେଲା, ପରଲୋକ ଗମନ କରିଥିବା କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୀତ ଗାଇ ଗାଇ ପଚାରୁଛନ୍ତି ଅନେକ ପ୍ରଶ୍ନ, କହୁଛନ୍ତି କାହିଁକି ମୋ ପ୍ରତି ଅନ୍ୟାୟ କଲ?

ଗୀତଟି ଶୁଣି ଆଶ୍ଚର୍ଯ୍ୟ ଲାଗିଲା। ରାଜନୀତିରେ ବିରୋଧର ଭାଷା ବଦଳି ଗଲାଣି ନିଶ୍ଚୟ। ଗଣତନ୍ତ୍ରରେ ବିରୋଧ ଏକ ପ୍ରକ୍ରିୟା। ସରକାରଙ୍କର କୌଣସି କାର୍ଯ୍ୟକୁ ସମାଲୋଚନା କରିବାକୁ ଭାରତୀୟ ସମ୍ବିଧାନ ସମସ୍ତଙ୍କୁ ଅଧିକାର ଦେଇଛି। ବିରୋଧର ଭାଷା ଶାଣିତ ହେଲେ, ଗଣତନ୍ତ୍ର ଭଲରେ ଚାଲେ। ଲୋକଙ୍କୁ ଲାଭ ମିଳେ। ଅଡିଓଟି ଶୁଣିବା ପରେ ଲାଗିଲା, ବିରୋଧର ଭାଷା ଶାଣିତ ହେବା ନାଁରେ ଧୀରେ ଧୀରେ ବିକୃତ ହେବାରେ ଲାଗିଛି।

କୁନ୍ଦୁଲି ମାମଲାରେ ସରକାରଙ୍କୁ ବିରୋଧ କରିବାକୁ ଏ ଅଡ଼ିଓଟି ପ୍ରସ୍ତୁତ କରିଛି ଓଡ଼ିଶା ବିଜେପି। ଏହାର ଦୁଇଦିନ ପରେ ଏହି ଗୀତର ଭିଡ଼ିଓ ବି ପାଇଲି। ତାକୁ ଦେଖି ଆହୁରି ଖରାପ ଲାଗିଲା। ଲାଗିଲା ସରକାରଙ୍କୁ ବିରୋଧ କରିବା ନାଁରେ ବିଜେପ କୁନ୍ଦୁଲି ପୀଡ଼ିତାଙ୍କୁ ବ୍ୟବହାର କରିଛି। ପୂରା ଅଡିଓଟି ବିଜେପି ସଭ୍ୟା ତଥା ପୂର୍ବତନ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କ ଭଏସ୍‌ରେ ତିଆରି ହୋଇଛି। ଗୀତ ବି ସେ ଭଲ ଗାଇଛନ୍ତି। ଏ ଗୀତଟି ଶୁଣି ସ୍ୱଭାବିକ ଭାବରେ ମନରେ ଦୁଃଖ ଜାଗ୍ରତ ହେବାକଥା, କିନ୍ତୁ ସେମିତି ହେଲାନି। ଭିଡିଓରେ ଆତ୍ମହତ୍ୟା କରିଥିବା କୁନ୍ଦୁଲି ଝିଅଟିର ମୃତଦେହକୁ ଏକ ଭୁତରେ ପରିଣତ କରାଯାଇଛି। ଲାଗୁଛି, ବିଜେପି ଯେମିତି କୁନ୍ଦୁଲି ଘଟଣାରେ ଖୁବ୍ ଖୁସି। ସରକାରକୁ କୁନ୍ଦିବାକୁ ଏ ମୌକା ଛାଡ଼ିବା ଅନୁଚିତ ବୋଲି ଦଳ ଉଲ୍ଲସିତ। ସଙ୍ଗେ ସଙ୍ଗେ ଗୀତ ଲେଖା, ମ୍ୟୁଜିକ୍ ସ୍କୋର୍, ଗୀତ ରେକର୍ଡିଂ, ସଙ୍ଗେ ସଙ୍ଗେ ଭିଡିଓ ଏଡିଟିଂ। ଏହାକୁ ଆପଣ କଣ କହିବେ?

କେବଳ ଏଇ ମାମଲା ନୁହେଁ, ଅନ୍ୟ କିଛି ମାମଲାରେ ବି, ବିଜେପିର ’ବିରୋଧ ଷ୍ଟ୍ରାଟେଜି’ ସୀମା ଡେଉଁଛି। ବାଲେଶ୍ୱର ଜିଲ୍ଲା ତଳସାରି ବେଳାଭୂମି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ତାଙ୍କୁ ଲକ୍ଷ୍ୟ କରି ଅଣ୍ଡା ଫିଙ୍ଗିବା ମଧ୍ୟ ଅତ୍ୟଧିକ ନିନ୍ଦନୀୟ ପଦକ୍ଷେପ। ଅଭିଯୁକ୍ତ ମହିଳା ଜଣକ ବିଜେପି ସମର୍ଥକ, ଏଥିରେ ଆଉ କିଛି ଲୁଚାଛପା ନାହିଁ। ତାଙ୍କ ସ୍ୱାମୀ ବିଜେପିର ନେତା। ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ଫିଙ୍ଗିବାକୁ ମହିଳାଙ୍କୁ କିଏ ଉଷୁକାଇଥିଲେ ନା ସେ ନିଜ ପଟରୁ ଏମିତି ଯୋଜନା କଲେ। ବାଲେଶ୍ୱରର ବିଜେପି ନେତା କ’ଣ ଏ ବିଷୟରେ ଅଜ୍ଞ ଥିଲେ? ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଯୋଜନାବଦ୍ଧ ଭାବେ ଅଣ୍ଡା ଫିଙ୍ଗିବାକୁ ଅଣ୍ଟିରେ ଅଣ୍ଡା ଲୁଚେଇ ନେବା, କେଉଁ ପ୍ରକାର ବିରୋଧ ବୁଝାପଡୁନି। ବିଜେପି ଭଲ କରି ଜାଣେ ଯେ, ମହିଳା ଜଣକ ମଂଚ ପାଖକୁ ଯାଇ ଅଣ୍ଡା ଫିଙ୍ଗିଲା ପରେ, ସେଠି ସମବେତ ବିଜେଡି କର୍ମୀ ତାଙ୍କୁ କେବେ ଛାଡ଼ିବେନି। ସେମାନେ ତାଙ୍କୁ ଦୁର୍ବ୍ୟବହାର କରିବା ନିଶ୍ଚିତ। ସେତିକି ହିଁ ଦରକାର ଥିଲା ବିଜେପିର। ତା ପରେ ମହିଳା କାର୍ଡ ଖେଳି, ଅଣ୍ଡା ଫିଙ୍ଗିବା ପରି ଏକ ଅପରାଧକୁ ନୂଆ ମୋଡ଼ ଦେବାକୁ ଚେଷ୍ଟା କରାଗଲା। କିନ୍ତୁ ଅପରାଧ ତ ଅପରାଧ। ଏପରି ଯୋଜନା କରିଥିବା ବିଜେପି ଏ ଅପରାଧରେ ଭାଗି ନୁହେଁ କି?

ସେହିପରି କୁନ୍ଦୁଲି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ନବୀନ ନିବାସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିବା ଅସୁସ୍ଥ ଗଣତାନ୍ତ୍ରିକ ବିରୋଧ ପରମ୍ପରାର ପରିଚାୟକ। ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀମାନେ ରାଜ୍ୟ ମହିଳା କମିଶନ ଅଫିସରେ ପଶି ଭଙ୍ଗାରୁଜା କରିବା ମଧ୍ୟ ନିନ୍ଦନୀୟ। ଏହା ହିଂସାତ୍ମକ ନୁହେଁ କି? ବିରୋଧ କରିବାର ଗୋଟେ ବିଧିବ୍ୟବସ୍ଥା ରହିଛି। ଟିଭି କ୍ୟାମେରାର ଦୃଷ୍ଟି ଆକର୍ଷଣ କରିବାକୁ ସବୁବେଳେ ଅସାମାଜିକଙ୍କ ପରି ବନ୍ଧବାଡ଼ ଡେଇଁଲେ, ମାଙ୍କଡ଼ଙ୍କ ପରି ହେଲେ, ତାହା ଗଣତନ୍ତ୍ର ପାଇଁ ଶୁଭ ନୁହେଁ। ଗଣତନ୍ତ୍ରରେ ଭଦ୍ରାମୀର ବି କିଛି ସ୍ଥାନ ଅଛି। ଓଡ଼ିଶାରେ ଦଳକୁ ନେତୃତ୍ୱ ଦେଉଥିବା ଧର୍ମେନ୍ଦ୍ର ବାବୁ ଏହା ଜାଣନ୍ତି ତ? ନା ସେ ବି ଏହି ଷଡ଼ଯନ୍ତ୍ରର ଭାଗୀଦାର?

ଦେଖନ୍ତୁ କୁନ୍ଦୁଲି ଘଟଣାରେ ବିଜେପି ପ୍ରସ୍ତୁତ କରିଥିବା ଭିଡିଓ

https://www.youtube.com/watch?v=hGHYus46IwM

Related story