Advertisment

ଧାନକିଣାରେ ଅବ୍ୟବସ୍ଥା, କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ଭେଟିଲା ବିଜେପି ସାଂସଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଠାରେ ଫେରାଦ ହେଲେ ବିଜେପି ସାଂସଦ। ନୂଆଦିଲ୍ଲୀରେ କେନ୍ଦ୍ର ଯୋଗାଣ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ଧାନ କିଣାରେ କେନ୍ଦ୍ର ସରକାରଙ୍କ ଗାଇଡଲାଇନର ଖୋଲା ଉଲ୍ଲଙ୍ଘନ ହେଉଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି ସାଂସଦ। ସମସ୍ତ RMC/PACS/PPCSରେ ଅବ୍ୟବସ୍ଥା ନେଇ ଅବଗତ କରାଯାଇଛି। ଧାନ କିଣା ନେଇ ଯେଉଁ ଟାଇମଲାଇନ ଥିଲା, ତାକୁ କାଣ୍ଟଛାଣ୍ଟ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ। […]

ଧାନକିଣାରେ ଅବ୍ୟବସ୍ଥା, କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ଭେଟିଲା ବିଜେପି ସାଂସଦ

bjp

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଠାରେ ଫେରାଦ ହେଲେ ବିଜେପି ସାଂସଦ। ନୂଆଦିଲ୍ଲୀରେ କେନ୍ଦ୍ର ଯୋଗାଣ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ଧାନ କିଣାରେ କେନ୍ଦ୍ର ସରକାରଙ୍କ ଗାଇଡଲାଇନର ଖୋଲା ଉଲ୍ଲଙ୍ଘନ ହେଉଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି ସାଂସଦ।

Advertisment

ସମସ୍ତ RMC/PACS/PPCSରେ ଅବ୍ୟବସ୍ଥା ନେଇ ଅବଗତ କରାଯାଇଛି। ଧାନ କିଣା ନେଇ ଯେଉଁ ଟାଇମଲାଇନ ଥିଲା, ତାକୁ କାଣ୍ଟଛାଣ୍ଟ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ। ଏପରିକି ଚାଷୀଙ୍କ ଟୋକନ ଅବଧି ଲାପ୍ସ ହେବାରୁ ଚାଷୀ ଧାନ ବିକିପାରୁ ନାହାନ୍ତି ବୋଲି କହି ଦୃଷ୍ଟି ଆକର୍ଷଣ କରାଯାଇଛି। ସେପଟେ ମଣ୍ଡିରେ ମାଫିଆଙ୍କ ରାଜ୍ ଚାଲିଥିବା ମନ୍ତ୍ରୀଙ୍କ ନିକଟରେ ଦୋହରାଇଛନ୍ତି ବିଜେପି ସାଂସଦ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲା। ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ଧାନ କିଣାରେ କେନ୍ଦ୍ରୀୟ ତଦନ୍ତକାରୀ ଦଳ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ସଠିକ୍ ସମୟରେ ଚାଷୀଙ୍କୁ ଏମଏସପି ମୂଲ୍ୟରେ ଧାନ କିଣା ହେବା ଏବଂ ଠିକ୍ ସମୟରେ ଚାଷୀଙ୍କୁ ସେମାନଙ୍କ ବିକ୍ରି ଟଙ୍କା ମିଳିବା ନେଇ ସୁନିଶ୍ଚିତ କରିବା ପାଇଁ ଆମେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲୁ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ମାତ୍ର ଓଡ଼ିଶାରେ ବ୍ୟାପକ ଅବ୍ୟବସ୍ଥା, ସରକାର ଓ ମଧ୍ୟସ୍ଥିଙ୍କ ମଧ୍ୟରେ ସମ୍ପର୍କ ଆମ ଚାଷୀ ଭାଇଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦୁଇ ଗୁଣିତ କରିଦେଇଛି।

Advertisment

ଚଳିତମାସ ପ୍ରଥମ ସପ୍ତାହରେ ଆସିଥିବା ବାତ୍ୟା ‘ଜୱାଦ’ ପ୍ରଭାବରେ ହୋଇଥିବା ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଗୋଟିଏ ପଟେ ବର୍ଷାରେ ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଏବେ ଧାନ ମଣ୍ଡିକୁ ନେଇ ଆଉ ଏକ ସମସ୍ୟା ଛିଡ଼ା ହୋଇଛି। ଚାଷୀ ମଣ୍ଡିକୁ ସିନା ଆସିଛନ୍ତି, ହେଲେ କେଉଁଠାରେ ମଣ୍ଡି ଖୋଲିନି, କେଉଁଠାରେ ମିଲର୍ସମାନେ ଧାନ ଉଠାଉନାହାନ୍ତି। ଯେଉଁ କାରଣରୁ ଏହି ମଣ୍ଡି ସମସ୍ୟା ଚାଷୀଙ୍କ ଟେନସନକୁ ଦ୍ୱିଗୁଣିତ କରିଦେଇଛି।

ସୂଚନାଯୋଗ୍ୟ, ବାତ୍ୟା ଓ ବର୍ଷାରେ ୧୨ଟି ଜିଲ୍ଲାର ୧୩୧ଟି ବ୍ଲକର ୫.୭୮ଲକ୍ଷ ହେକ୍ଟର ଖରିଫ ଫସଲ କ୍ଷତିଗ୍ରସ୍ତ ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି। ପ୍ରାଥମିକ ଆକଳନ ଅନୁସାରେ ୧୨ଟି ଜିଲ୍ଲା ଯଥା- ଗଞ୍ଜାମ, ଭଦ୍ରକ, ପୁରୀ, କଟକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ଼, ଯାଜପୁର ଓ ମୟୂରଭଞ୍ଜର ୧୩୧ଟି ବ୍ଲକର ୫.୭୮ଲକ୍ଷ ହେକ୍ଟର ଖରିଫ ଫସଲ ବର୍ଷା ଓ ବାତ୍ୟାରେ ପ୍ରଭାବିତ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe