ସିଏଏ ସପକ୍ଷରେ ଆସନ୍ତାକାଲି ମହାକାଳପଡ଼ାଠାରେ ଶୁଭାରମ୍ଭ ହେବ ବିଜେପିର ସର୍ବଭାରତୀୟ ଜନସମ୍ପର୍କ ଅଭିଯାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ବିଜେପି ଓଡ଼ିଶାରେ ବ୍ୟାପକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଛି। ଆସନ୍ତାକାଲି କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରାପଡ଼ାର ମହାକାଳପଡ଼ାଠାରେ ସର୍ବଭାରତୀୟସ୍ତରରେ ଦଳର ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରିବେ। ଏହାସହିତ ସେଠାରେ ବସବାସ କରୁଥିବା ଶରଣାର୍ଥୀଙ୍କୁ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଅବଗତ କରାଇବେ। ଏହାସହିତ ଦଳ ପକ୍ଷରୁ ସିଏଏ ସପକ୍ଷରେ ରାଜ୍ୟରେ ୫ଟି ବଡ଼ଧରଣର ଶୋଭାଯାତ୍ରା ଓ ପ୍ରାୟ […]

pruthiraj

pruthiraj

Manoranjan Sial
  • Published: Saturday, 04 January 2020
  • Updated: 05 January 2020, 09:41 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ବିଜେପି ଓଡ଼ିଶାରେ ବ୍ୟାପକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଛି। ଆସନ୍ତାକାଲି କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରାପଡ଼ାର ମହାକାଳପଡ଼ାଠାରେ ସର୍ବଭାରତୀୟସ୍ତରରେ ଦଳର ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରିବେ। ଏହାସହିତ ସେଠାରେ ବସବାସ କରୁଥିବା ଶରଣାର୍ଥୀଙ୍କୁ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଅବଗତ କରାଇବେ। ଏହାସହିତ ଦଳ ପକ୍ଷରୁ ସିଏଏ ସପକ୍ଷରେ ରାଜ୍ୟରେ ୫ଟି ବଡ଼ଧରଣର ଶୋଭାଯାତ୍ରା ଓ ପ୍ରାୟ ୧କୋଟି ପରିବାର ନିକଟରେ ପହଞ୍ଚିବାକୁୁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି।

ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସିଏଏକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଞ୍ଚଳିକ ଦଳର କୁପ୍ରଚାର ଯୋଗୁ ଦେଶରେ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି ହୋଇଛି। ନାଗରିକତା ସଂଶୋଧନ ଆଇନ ସଂପର୍କରେ ଜନଜାଗରଣ ସୃଷ୍ଟି କରିବା ପାଇଁ ଆସନ୍ତାକାଲି ଶ୍ରୀ କୁଲସ୍ତେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶ୍ରୀ କୁଲସ୍ତେ ଆସନ୍ତାକାଲି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାଠାରେ ସର୍ବଭାରତୀୟସ୍ତରରେ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରିବୋ ରାଜ୍ୟରେ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ୫ ଟି ବଡ ଧରଣର ସଭା ଓ ଶୋଭାଯାତ୍ରା କରାଯିବ। ଆସନ୍ତା ୬ ତାରିଖ ସୋମବାର କଟକରେ ପାଖାପାଖି ୨୦ହଜାର ଲୋକ ଏକାଠି ହୋଇ ନାଗରିକତା ସଂଶୋଧନ ଆଇନ ସମର୍ଥନରେ ଏକ ବିରାଟ ଶୋଭାଯାତ୍ରା କରିବେ। ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଯୋଗଦେବେ। ଆଗାମୀ ଦିନରେ ଭୁବନେଶ୍ୱରଠାରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହେବ। ବିଜେପି କର୍ମକର୍ତ୍ତାମାନେ ରାଜ୍ୟର ସମସ୍ତ ୩୬ଟି ସାଙ୍ଗଠନିକ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନୀ କରିବେ ତଥା ପ୍ରତ୍ୟେକ ଜିଲ୍ଲାରେ ଏହି ଆଇନକୁ ନେଇ ସଚେତନତା ରାଲି କରାଯିବ ଓ ରାଜ୍ୟର ପାଖାପାଖି ୧ କୋଟି ପରିବାରକୁ ଯାଇ ଏହି ଆଇନ ସଂପର୍କରେ ବୁଝାଇବୋ ଦଳର ସବୁ ବର୍ଗର କର୍ମକର୍ତ୍ତାଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ଓ ସାଧାରଣ ଲୋକଙ୍କୁ ଅବଗତ ପାଇଁ ପରାମର୍ଶ ଦିଆଯାଇଛି। ଏହାସହିତ ୮୮୬୬୨୮୮୬୬୨କୁ ମିସ୍ କଲ୍ ଦେଇ ସାଧାରଣ ଲୋକେ ଏହି ଆଇନକୁ ସମର୍ଥନ ଜଣାଇ ପାରିବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos