ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକରେ ଜନ୍ମିତ ଜଷ୍ଟିସ ଇନ୍ଦ୍ରଜିତ୍ ମହାନ୍ତି ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇବାର ସମ୍ଭାବନା ରହିଛି। ଜଷ୍ଟିସ ମହାନ୍ତି ଏବେ ବମ୍ବେ ହାଇକୋର୍ଟରେ କାର୍ଯ୍ୟ କରୁଛନ୍ତି। ଜଷ୍ଟିସ ମହାନ୍ତିଙ୍କ ନୂଆ ନିଯୁକ୍ତି ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିସ୍ କରିଛନ୍ତି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ ମହାନ୍ତିଙ୍କ ନାମ ସୁପାରିସ୍ କରିଛନ୍ତି। ରାଜସ୍ଥାନ ହାଇକୋର୍ଟର ମୁଖ୍ୟ […]

indrajit

indrajit

Subrat Kumar Nayak
  • Published: Friday, 30 August 2019
  • Updated: 30 August 2019, 06:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକରେ ଜନ୍ମିତ ଜଷ୍ଟିସ ଇନ୍ଦ୍ରଜିତ୍ ମହାନ୍ତି ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇବାର ସମ୍ଭାବନା ରହିଛି। ଜଷ୍ଟିସ ମହାନ୍ତି ଏବେ ବମ୍ବେ ହାଇକୋର୍ଟରେ କାର୍ଯ୍ୟ କରୁଛନ୍ତି। ଜଷ୍ଟିସ ମହାନ୍ତିଙ୍କ ନୂଆ ନିଯୁକ୍ତି ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିସ୍ କରିଛନ୍ତି।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ ମହାନ୍ତିଙ୍କ ନାମ ସୁପାରିସ୍ କରିଛନ୍ତି। ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ . ରବୀନ୍ଦ୍ର ଭଟ୍ଟଙ୍କୁ ପଦୋନ୍ନତି ମିଳିବା ପରେ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିବାରୁ ସେହି ପଦ ଖାଲି ପଡ଼ିବ। ଓଡ଼ିଶା ହାଇକୋର୍ଟର କୌଣସି ବିଚାରପତି ଏବେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁନାହାନ୍ତି।

ସୂଚନାଯୋଗ୍ୟ, ୧୯୬୦ ନଭେମ୍ବର ୧୧ ତାରିଖରେ କଟକରେ ଜନ୍ମିତ ଜଷ୍ଟିସ ମହାନ୍ତି ୧୯୮୪ ମସିହାରେ ଓଡ଼ିଶା ରାଜ୍ୟ ବାର କାଉନସିଲ ସଦସ୍ୟ ଭାବେ ଓକିଲାତି ଆରମ୍ଭ କରିଥିଲେ। ତାଙ୍କ ପିତା ବାରିଷ୍ଟର ରଣଜିତ୍ ମହାନ୍ତିଙ୍କ ଅଧୀନରେ ସେ ଲ’ ପ୍ରାକ୍ଟିସ୍ କରିଥିଲେ ଓ ୨୦୦୬ ମାର୍ଚ୍ଚ ୩୦ ତାରିଖରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos