ଓଡ଼ିଶା ବଜେଟ୍‌ର ରୂପରେଖ ନେଇ ମାନସମନ୍ଥନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିପରି ରହିବ ରାଜ୍ୟ ବଜେଟ୍‌ର ରୂପରେଖ? କେତେ ହେବ ବଜେଟ ପରିମାଣ? କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ଦେବେ ରାଜ୍ୟ ସରକାର? ଏହାକୁ ନେଇ ପ୍ରାକ-ବଜେଟ୍‌ ବୈଠକରେ ହୋଇଛି ମାନସମନ୍ଥନ। ବଜେଟ୍ ବାବଦରେ ଲୋକଙ୍କ ମତାମତ ନେଇସାରିବା ପରେ ଆଜି ପୂର୍ବତନ ଅର୍ଥମନ୍ତ୍ରୀ, ସଚିବ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାର। ୨୦୧୯-୨୦ ଆର୍ଥିକ ବର୍ଷ ଅପେକ୍ଷା ୨୦-୨୧ରେ ବଜେଟ ଆକାର ବଢିବାର ଯଥେଷ୍ଟ ସମ୍ଭାବନା ରହିଛି। ଗତବର୍ଷ ଏହି ପରିମାଣ ୧ […]

budge

budge

Manoranjan Sial
  • Published: Wednesday, 15 January 2020
  • Updated: 15 January 2020, 09:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିପରି ରହିବ ରାଜ୍ୟ ବଜେଟ୍‌ର ରୂପରେଖ? କେତେ ହେବ ବଜେଟ ପରିମାଣ? କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ଦେବେ ରାଜ୍ୟ ସରକାର? ଏହାକୁ ନେଇ ପ୍ରାକ-ବଜେଟ୍‌ ବୈଠକରେ ହୋଇଛି ମାନସମନ୍ଥନ।

ବଜେଟ୍ ବାବଦରେ ଲୋକଙ୍କ ମତାମତ ନେଇସାରିବା ପରେ ଆଜି ପୂର୍ବତନ ଅର୍ଥମନ୍ତ୍ରୀ, ସଚିବ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାର। ୨୦୧୯-୨୦ ଆର୍ଥିକ ବର୍ଷ ଅପେକ୍ଷା ୨୦-୨୧ରେ ବଜେଟ ଆକାର ବଢିବାର ଯଥେଷ୍ଟ ସମ୍ଭାବନା ରହିଛି। ଗତବର୍ଷ ଏହି ପରିମାଣ ୧ ଲକ୍ଷ ୩୯ ହଜାର କୋଟି ଥିଲା। ଏଥର ଏହା ଦେଢ଼ ଲକ୍ଷ କୋଟି ଟପିପାରେ। ଏଥର ବଜେଟ୍‌ରେ ଫୋକସରେ ରହିବ 5T ଓ ମୋ ସରକାର। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତଭୂମି, ପୁଞ୍ଜିନିବେଶ ଉପରେ ମଧ୍ୟ ଗୁରୁତ୍ୱ ରହିବ। ଏହାବ୍ୟତୀତ ପୁରୀ, କୋଣାର୍କ ଓ ଲିଙ୍ଗରାଜ କ୍ଷେତ୍ରର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଥିବାରୁ ଏଥିପାଇଁ ଅର୍ଥ ବ୍ୟବସ୍ଥା ହୋଇପାରେ। ସେହିପରି ଭିତରକନିକା ଭଳି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଆର୍ଥିକ ପ୍ୟାକେଜରେ ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆଗକୁ ପୌର ନିର୍ବାଚନ ହେବାକୁ ଥିବାରୁ ସହରାଞ୍ଚଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବଜେଟ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇପାରେ।

ତେବେ ଆର୍ଥିକ ସଙ୍କଟ ଆଡ଼କୁ ଗତି କରୁଥିବା ସରକାରଙ୍କ ପାଇଁ ବଜେଟ୍ ପ୍ରସ୍ତୁତ ସେତେଟା ସହଜ ହେବ ନାହିଁ। ଆର୍ଥିକ ମାନ୍ଦାବସ୍ଥା, ଋଣବୋଝ ଓ ରାଜସ୍ୱ ଆଦାୟ ସନ୍ତୋଷଜନକ ନହେବା ଅର୍ଥ ବିଭାଗ ପାଇଁ ଏବେ ମୁଣ୍ଡବ୍ୟଥା ପାଲଟିଛି। ତେଣେ ରାଜ୍ୟର ଋଣଭାର ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧ ଲକ୍ଷ ୬ ହଜାର କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ବଢୁଥିବା ଋଣବୋଝ ଭିତରେ ସମତୁଲ ବଜେଟ୍ ଭେଟି ଦେବା ଏକ ପ୍ରକାର ଚ୍ୟାଲେଞ୍ଜ୍ ହେବାକୁ ଯାଉଛି। ଅନ୍ୟପକ୍ଷରେ ଆର୍ଥିକ ମାନ୍ଦାବସ୍ଥା ଓ ଜିଏସ୍‌ଟି ସଂଗ୍ରହ କମିଥିବାରୁ କେନ୍ଦ୍ରଠାରୁ ମିଳୁଥିବା ଅନୁଦାନ ରାଶି ବି କମି ଯାଇପାରେ। ତେଣୁ ଅଧିକ ରାଜସ୍ୱ ଆଦାୟ ଉପରେ ରାଜ୍ୟ ସରକାରଙ୍କୁ ଗୁରୁତ୍ୱ ଦେବାକୁ ପଡିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଫେବ୍ରୁୟାରୀ ପହିଲାରେ ଆସିବ କେନ୍ଦ୍ରୀୟ ବଜେଟ୍। ଏଥିରେ କେଉଁ ଯୋଜନାରେ କେତେ ଅନୁଦାନ ମିଳିବ, ତାକୁ ଦେଖି ରାଜ୍ୟ ସରକାର ବଜେଟ୍ ଚୂଡ଼ାନ୍ତ କରିବେ। ସେପଟେ ଆର୍ଥିକ ସ୍ଥିତି ଭଲନଥିବାରୁ ବିଭିନ୍ନ ଜନହିତକର ଯୋଜନାକୁ ସରକାର କିଭଳି ଆଗକୁ ବଢ଼ାଇବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story