ଜାଗିଲା ଦେଶ ପ୍ରେମ: ଚୀନ୍‌ ସାମଗ୍ରୀକୁ ବର୍ଜନ ପାଇଁ ଓଡ଼ିଶା ବ୍ୟବସାୟୀ ସଂଘର ଆହ୍ୱାନ: ନିଷ୍ପତ୍ତିକୁ ସ୍ୱାଗତ ଆଉ ସାବାସିର ସୁଅ

ଭୁବନେଶ୍ୱର:ଦେଶପ୍ରେମରେ ଜାଗ୍ରତ ହୋଇଛି ଓଡ଼ିଶା ବ୍ୟବସାୟୀ ମହାସଂଘ। ଚୀନ୍‌କୁ ଜବାବ ଦେବା ପାଇଁ ଅଣ୍ଟା ଭିଡ଼ିଛି ମହାସଂଘ।  ଅତୀତରେ ବ୍ରିଟିସ ରାଜ୍‌ ବିରୋଧରେ ଯେମିତି ବିଦେଶୀ ଦ୍ରବ୍ୟକୁ ବର୍ଜନ ପାଇଁ ଆହ୍ୱାନ ଦିଆଯାଇଥିଲା ଠିକ୍‌ ସେମିତି ଢଙ୍ଗରେ ଆନ୍ଦୋଳନକୁ ଆପଣାଇଛି ମହାସଂଘ। ଚୀନ୍‌ ଉତ୍ପାଦିତ ସାମଗ୍ରୀକୁ କିଣିବେ ନାହିଁ କି ବିକିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଭାରତ ମାତାର ସୁରକ୍ଷା ପାଇଁ ବେପାରକୁ ତୁଚ୍ଛ କରିବାକୁ ପଛାଇ ନାହିଁ ମହାସଂଘ। ସଂଘର ଏହି ନିଷ୍ପତ୍ତିକୁ ସମର୍ଥନର […]

china-products-main-2

Rakesh Mallick
  • Published: Sunday, 23 July 2017
  • , Updated: 23 July 2017, 06:35 PM IST

ଭୁବନେଶ୍ୱର:ଦେଶପ୍ରେମରେ ଜାଗ୍ରତ ହୋଇଛି ଓଡ଼ିଶା ବ୍ୟବସାୟୀ ମହାସଂଘ। ଚୀନ୍‌କୁ ଜବାବ ଦେବା ପାଇଁ ଅଣ୍ଟା ଭିଡ଼ିଛି ମହାସଂଘ।  ଅତୀତରେ ବ୍ରିଟିସ ରାଜ୍‌ ବିରୋଧରେ ଯେମିତି ବିଦେଶୀ ଦ୍ରବ୍ୟକୁ ବର୍ଜନ ପାଇଁ ଆହ୍ୱାନ ଦିଆଯାଇଥିଲା ଠିକ୍‌ ସେମିତି ଢଙ୍ଗରେ ଆନ୍ଦୋଳନକୁ ଆପଣାଇଛି ମହାସଂଘ। ଚୀନ୍‌ ଉତ୍ପାଦିତ ସାମଗ୍ରୀକୁ କିଣିବେ ନାହିଁ କି ବିକିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଭାରତ ମାତାର ସୁରକ୍ଷା ପାଇଁ ବେପାରକୁ ତୁଚ୍ଛ କରିବାକୁ ପଛାଇ ନାହିଁ ମହାସଂଘ।

ସଂଘର ଏହି ନିଷ୍ପତ୍ତିକୁ ସମର୍ଥନର ସୁଅ ଛୁଟିଛି। ଗତକାଲି ‘ଓଡ଼ିଶା ରିପୋର୍ଟ’ରେ ‘ଦେଶପ୍ରେମ ଆଗରେ ତୁଚ୍ଛ ହେଲା ବେପାର: ଚୀନ୍‌ ଜିନିଷ କିଣିବେନି କି ବିକିବେନି ଓଡ଼ିଶା ବେପାରୀ’ ଶୀର୍ଷକ ଏକ ଖବର ପ୍ରକାଶ ପାଇବା ପରେ ଶତାଧିକ ପ୍ରତିକ୍ରିୟା ଆସିଛି। ଓଡ଼ିଶା ବ୍ୟବସାୟୀ ମହାସଂଘର ନିଷ୍ପତିକୁ ଅନେକ ସ୍ୱାଗତ କରିଛନ୍ତି। ସୋସିଆଲ ମଡିଆରେ ଆସିଥିବା ପ୍ରତିକ୍ରିୟାରେ ସାବାସି  ଏବଂ ପ୍ରଂଶସାରେ ପୋତିପାଇଛନ୍ତି ଦର୍ଶକ। ଓଡ଼ିଶା ବ୍ୟବସାୟୀ ମହାସଂଘ ପରି ଭାରତର ସବୁ ନାଗରିକ ସଚେତନ ହେବା ଉଚତ୍ ବୋଲି ଅନେକ ମତ ଦେଇଛନ୍ତି। ସେହିପରି ଓଡ଼ିଶା ବ୍ୟବସାୟୀ ମହାସଂଘର ଏହି ନିଷ୍ପତ୍ତିକୁ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ତାଙ୍କ ଫେସବୁକ୍‌ର ଆକାଉଣ୍ଟରେ ଟ୍ୟାଗ୍‌ କରାଯାଇଥିବା ଚିତ୍ର ସାମ୍ନାକୁ ଆସିଛି।

Related story