୧୦୬ ଜଣଙ୍କ ମଧ୍ୟରେ ୪୨ ମହିଳା: ଆୟୂଷୀ ଟପ୍ପର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷା ଫଳ। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ୨୦୧୭ ବର୍ଷ ପାଇଁ ହୋଇଥିବା ଏହି ପରୀକ୍ଷାର ଫଳ ଗତକାଲି ପ୍ରକାଶ ପାଇଛି। ଲିଖିତ ଓ ମୌଖିକ ପରୀକ୍ଷା ଆଧାରରେ ମୋଟ ୧୦୬ ଜଣ ପରୀକ୍ଷାର୍ଥୀଙ୍କୁ କ୍ୟାଟେଗୋରୀ-୧ ଓ ୨ ସେବା ପାଇଁ ଯୋଗ୍ୟ ବିବେଚିତ କରାଯାଇଛି। ଡିସେମ୍ବର ୩ ରୁ ୧୨ ତାରିଖ ପର୍ଯ୍ୟନ୍ତ ମୌଖିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ […]

OAS

Jitendra Garnayak
  • Published: Thursday, 20 December 2018
  • , Updated: 20 December 2018, 10:19 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷା ଫଳ। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ୨୦୧୭ ବର୍ଷ ପାଇଁ ହୋଇଥିବା ଏହି ପରୀକ୍ଷାର ଫଳ ଗତକାଲି ପ୍ରକାଶ ପାଇଛି।

ଲିଖିତ ଓ ମୌଖିକ ପରୀକ୍ଷା ଆଧାରରେ ମୋଟ ୧୦୬ ଜଣ ପରୀକ୍ଷାର୍ଥୀଙ୍କୁ କ୍ୟାଟେଗୋରୀ-୧ ଓ ୨ ସେବା ପାଇଁ ଯୋଗ୍ୟ ବିବେଚିତ କରାଯାଇଛି। ଡିସେମ୍ବର ୩ ରୁ ୧୨ ତାରିଖ ପର୍ଯ୍ୟନ୍ତ ମୌଖିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଏହି ପରୀକ୍ଷାରେ ଆୟୂଷୀ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସଞ୍ଜିତା ମହାପାତ୍ର ଦ୍ୱିତୀୟ ଓ ପୁନମ୍ ମହାପାତ୍ର ତୃତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି।

କୃତିତ୍ୱ ହାସଲ କରିଥିବା ୧୦୬ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ମୋଟ ୪୨ ଜଣ ମହିଳା ଅଛନ୍ତି।

ସେହିଭଳି ଝୋଡ଼ିଆ ସଂପ୍ରଦାୟର ପ୍ରଥମ ଝିଅ ଭାବେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ଟିକିରି ଅଞ୍ଚଳର ପ୍ରଭାତୀ ଝୋଡ଼ିଆ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ୧୦୬ କୃତକାର୍ଯ୍ୟଙ୍କ ମଧ୍ୟରେ ସେ ୭୬ ନମ୍ବରରେ ରହିଛନ୍ତି।

ଓପିଏସ୍‌ସିର ୱେବ୍‌ସାଇଟ୍ http: //opsc.gov.in ରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି।

Related story