ଅଜ୍ଞାତବାସରେ ସେନାପତି, ଏବେ ବିଫଳତା ମୁଣ୍ଡାଇବେ ମନ୍ତ୍ରୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଉଦବେଗଜନକ ସ୍ଥିତିରେ ବଢ଼ି ଚାଲିଥିବା ‘କରୋନା’ ସଂକ୍ରମଣ ଓ ମୃତ୍ୟୁ ରାଜ୍ୟ ସରକାରଙ୍କ କରୋନା ମୁକାବିଲାର ବିଫଳ ଚିତ୍ରକୁ ପଦାରେ ପକାଇଥିବା ବେଳେ ଆଜି ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ୱ ଆବଣ୍ଟନ କରାଯାଇଛି। ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ମନ୍ତ୍ରୀ ଓ ବିଧାୟକମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିଥିବା ରାଜ୍ୟ ସରକାରଙ୍କର ବିଳମ୍ବରେ ଚେତା ପଶିଛି ଓ ସରକାରଙ୍କ ପ୍ରତି ବଢ଼ୁଥିବା ଲୋକଙ୍କ ଆକ୍ରୋଶକୁ ଦେଖି ସମସ୍ତ ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି। କରୋନା ମୁକାବିଲା ପାଇଁ […]

Naveen Patnaik

Naveen Patnaik

Manoranjan Sial
  • Published: Friday, 24 July 2020
  • Updated: 24 July 2020, 08:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଉଦବେଗଜନକ ସ୍ଥିତିରେ ବଢ଼ି ଚାଲିଥିବା ‘କରୋନା’ ସଂକ୍ରମଣ ଓ ମୃତ୍ୟୁ ରାଜ୍ୟ ସରକାରଙ୍କ କରୋନା ମୁକାବିଲାର ବିଫଳ ଚିତ୍ରକୁ ପଦାରେ ପକାଇଥିବା ବେଳେ ଆଜି ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ୱ ଆବଣ୍ଟନ କରାଯାଇଛି। ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ମନ୍ତ୍ରୀ ଓ ବିଧାୟକମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିଥିବା ରାଜ୍ୟ ସରକାରଙ୍କର ବିଳମ୍ବରେ ଚେତା ପଶିଛି ଓ ସରକାରଙ୍କ ପ୍ରତି ବଢ଼ୁଥିବା ଲୋକଙ୍କ ଆକ୍ରୋଶକୁ ଦେଖି ସମସ୍ତ ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି।

କରୋନା ମୁକାବିଲା ପାଇଁ କିଟ୍ କିଣା ଦୁର୍ନୀତି ପରଠୁ କୋଭିଡ୍‌-୧୯ ପରିଚାଳନାର ସେନାପତି ଓ ରାଜ୍ୟସ୍ତରୀୟ ପ୍ରଶାସନିକ ଯୋଦ୍ଧାମାନେ ଅଜ୍ଞାତବାସରେ ରହିଛନ୍ତି। ଜିଲ୍ଲାପାଳମାନଙ୍କ ସହାୟତାରେ ଏବେ କରୋନା ମୁକାବିଲା ପ୍ରକ୍ରିୟା ଜାରି ରହିଛି। ମନ୍ତ୍ରୀମାନଙ୍କୁ ଆଜି ଯେଉଁ ଜିଲ୍ଲା ଆବଣ୍ଟିତ ହୋଇଛି ସେଥିରେ ଅଧିକାଂଶ ମନ୍ତ୍ରୀଙ୍କୁ ନିଜସ୍ୱ ଜିଲ୍ଲା ଅବା ସେମାନେ ବିଜେଡି ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରୁଥିବା ଜିଲ୍ଲାର ଦାୟିତ୍ୱ ହିଁ ମିଳିଛି। ଯାହାକି ‘ପ୍ଲାଜମା ଦାନ’ ପ୍ରୋତ୍ସାହନ କାର୍ଯ୍ୟକ୍ରମର ସଫଳତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ପ୍ଲାଜମା ଥେରାପିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ପ୍ଲାଜମା ଦାନକୁ ଉତ୍ସାହିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି। ମନ୍ତ୍ରୀମାନେ ସେମାନଙ୍କୁ ଆବଣ୍ଟିତ ଜିଲ୍ଲା ଗସ୍ତ କରି ଆରୋଗ୍ୟ ଲାଗ କରୁଥିବା କୋଭିଡ୍ ରୋଗୀମାନଙ୍କୁ ଯୋଗାଯୋଗ ରଖି ସେମାନଙ୍କୁ ପ୍ଲାଜମା ଦାନ ପାଇଁ ଉତ୍ସାହିତ ଓ ବ୍ୟବସ୍ଥା କରିବେ। ମୁଖ୍ୟମନ୍ତ୍ରୀ ଏହି ପ୍ଲାଜମା ଦାନର ଅଗ୍ରଗତିର ସମ୍ପର୍କରେ ସମୀକ୍ଷା କରିବେ।

କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ଓ ଶଟଡାଉନ୍ ଭଳି ପଦକ୍ଷେପ ନେବା ସହ କୋଭିଡ୍ ଯୁଦ୍ଧର ସେନାପତି ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଆଗକୁ ଆସିଥିଲେ। ସେ ନିଜର ଏକ କୋର୍ ଟିମ୍ ଗଢ଼ି କରୋନା ମୁକାବିଲା ପାଇଁ ଉଦ୍ଦିଷ୍ଟ ଚିକିତ୍ସା ଉପକରଣ, ଭିତ୍ତିଭୂମି ପ୍ରସ୍ତୁତ ସହ ଟିକିନିଖି ପଦକ୍ଷେପ ନେଉଥିଲେ।

କୋଭିଡ୍ ମୁଖପାତ୍ର ଭାବେ ସୁବ୍ରତୋ ବାଗଚୀଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଇଥିଲା। ଆଉ ଅତ୍ୟନ୍ତ ଚତୁରତାର ସହ କରୋନା ମୁକାବିଲା କାର୍ଯ୍ୟରୁ ଲୋକପ୍ରତିନିଧିମାନଙ୍କୁ ଦୂରେଇ ରଖାଯାଇଥିଲା। ମାତ୍ର ଏପ୍ରିଲ ଓ ମେ’ ମାସରେ ସଂକ୍ରମଣ ହାର ଉପରେ ନିୟନ୍ତ୍ରଣ ପରିବର୍ତ୍ତେ ରାଜ୍ୟରେ ଏହା ଧୀରେଧୀରେ ବୃଦ୍ଧି ପାଇବା ସହ କୋଭିଡ-୧୯ ମୁକାବିଲା ପାଇଁ ଉପକରଣ କିଣାରେ ଦୁର୍ନୀତି ପରେ ଜୁନ୍ ପ୍ରଥମ ସପ୍ତାହରୁ ହିଁ ପ୍ରଶାସନିକ ଯୋଦ୍ଧାମାନଙ୍କୁ କରୋନା ମୁକାବିଲା କାର୍ଯ୍ୟରୁ ହଟାଇ ଦିଆଯାଇଥିଲା। ଏବେ ଅଙ୍ଗନବାଡ଼ି,ଆଶାକର୍ମୀଙ୍କ ସମେତ ଜିଲ୍ଲାସ୍ତରରେ କାର୍ଯ୍ୟରତ ବିଭିନ୍ନ ବର୍ଗର ସରକାରୀ କର୍ମଚାରୀ ଓ ଅଫିସରମାନେ ଦିନରାତି କୋଭିଡ୍ ମୁକାବିଲାରେ ଲାଗିଥିବାବେଳେ ମନ୍ତ୍ରୀ ଓ ବିଧାୟକମାନଙ୍କୁ ସରକାରୀସ୍ତରରେ ଅଣଦେଖା ଯୋଗୁ ଲୋକଙ୍କ ପାଖରେ ପହଂଚିବାକୁ ଉଚିତ୍ ମଣୁନଥିଲେ।

ଏପରିକି ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବାବେଳେ ଯେଉଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଲୋକ ପ୍ରତିନିଧି ଭାବେ ଏହି ମନ୍ତ୍ରୀ କି ବିଧାୟକ କିଛି ବି ପଦକ୍ଷେପ ନେଇପାରି ନଥିଲେ। ଗାଁ ଗହଳିରେ ଆବଶ୍ୟକ କୋଭିଡ୍ ପରୀକ୍ଷା ହୋଇପାରୁନଥିବା ଓ ସାଧାରଣ ଲୋକଙ୍କ ପ୍ରଶ୍ନବାଣକୁ ଏଡ଼ାଇବା ପାଇଁ ଲୋକପ୍ରତିନିଧିମାନେ ଲୋକଙ୍କଠୁ ଦୂରେଇ ରହିଛନ୍ତି।

ମାତ୍ର ରାଜ୍ୟରେ ଏବେ କରୋନା ସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ପ୍ଲାଜମା ଦାନ’କୁ ଉତ୍ସାହିତ କରିବା ଆଳରେ ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଗତ ୪ମାସ ଧରି ମନ୍ତ୍ରୀମାନେ ନିଜ ଅଂଚଳର ଲୋକଙ୍କ ସୁଖସୁବିଧା ବୁଝିବାରେ ସକ୍ଷମ ହୋଇପାରିନଥିବାବେଳେ ଏବେ ସେମାନଙ୍କୁ ଜିଲ୍ଲା ଆବଣ୍ଟନ କରାଯାଇ ‘ପ୍ଲାଜମା ଦାନ’ ପ୍ରତି ଲୋକଙ୍କୁ ସଚେତନ କରିବାର ଦାୟିତ୍ୱ ନ୍ୟସ୍ତ ରଣନୀତି କେତେ ଫଳପ୍ରଦ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନାଯୋଗ୍ୟ, ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ପୁରୀ, ବିକ୍ରମକେଶରୀ ଆରୁଖଙ୍କୁ କନ୍ଧମାଳ ଓ ଗଞ୍ଜାମ, ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ବରଗଡ଼, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଭଦ୍ରକ ଓ କେନ୍ଦ୍ରାପଡ଼, ପଦ୍ମନାଭ ବେହେରାଙ୍କୁ ଝାରସୁଗୁଡ଼ା ଓ ବୌଦ୍ଧ, ପ୍ରତାପ ଜେନାଙ୍କୁ ମୟୂରଭଞ୍ଜ ଓ କଟକ, ଅରୁଣ ସାହୁଙ୍କୁ ନୟାଗଡ଼ ଓ ଖୋର୍ଦ୍ଧା, ସୁଦାମ ମାର୍ଣ୍ଡିଙ୍କୁ ସୋନପୁର, ସୁଶାନ୍ତ ସିଂଙ୍କୁ ବଲାଙ୍ଗିର ଓ ସମ୍ବଲପୁର, ନବକିଶୋର ଦାସଙ୍କୁ କଳାହାଣ୍ଡି ଓ ନୂଆପଡ଼ା, ଟୁକୁନି ସାହୁଙ୍କୁ ଦେବଗଡ଼ ଓ ସୁନ୍ଦରଗଡ଼, ଜଗନ୍ନାଥ ସାରକାଙ୍କୁ ଗଜପତି ଓ କୋରାପୁଟ, ଦିବ୍ୟଶଙ୍କର ମିଶ୍ରଙ୍କୁ ଢେଙ୍କାନାଳ, ଅଶୋକ ପଣ୍ଡାଙ୍କୁ ଅନୁଗୋଳ, ସମୀର ରଞ୍ଜନ ଦାସଙ୍କୁ ଯାଜପୁର, ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ବାଲେଶ୍ୱର, ପ୍ରେମାନନ୍ଦ ନାୟକଙ୍କୁ କେନ୍ଦୁଝର, ରଘୁନନ୍ଦନ ଦାସଙ୍କୁ ନବରଙ୍ଗପୁର ଓ ଜଗତସିଂପୁର, ପଦ୍ମିନୀ ଦିଆନଙ୍କୁ ରାୟଗଡ଼ା ଓ ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରି ଦାୟିତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story