ବର୍ଷକ ମଧ୍ୟରେ ୯୧ ଦୁର୍ନୀତିଗ୍ରସ୍ତଙ୍କୁ ଚାକିରିରୁ ବିଦା କରିଛୁ: ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଦୁର୍ନୀତି ବିରୋଧରେ ମନ୍ତ୍ର ଦେଇଛନ୍ତି ନବୀନ । କହିଛନ୍ତି ଆମ ସରକାର ମୂଳରୁ ଦୁର୍ନୀତି ବିରୋଧରେ ଲଢ଼େଇ କରି ଆସିଛି। ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ। ଆମେ ଗରିବୀ, ରୋଗ, ଆଞ୍ଚଳିକ ବୈଷମ୍ୟ ବିରୋଧରେ ଲଢୁଛୁ। ଆମେ ପ୍ରାକୃତିକ ବିପର୍ଯ୍ୟୟ, ଅସମାନତା ବିରୋଧରେ ଲଢ଼େଇ କରୁଛୁ। ଦୁର୍ନୀତିର ମୂଳୋତ୍ପାଟନ ନକଲେ ଆମର ସବୁ ଲଢ଼େଇ ମୂଲ୍ୟ […]

naveen-patnaik-1

Tapas Behera
  • Published: Monday, 21 December 2020
  • , Updated: 21 December 2020, 06:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଦୁର୍ନୀତି ବିରୋଧରେ ମନ୍ତ୍ର ଦେଇଛନ୍ତି ନବୀନ । କହିଛନ୍ତି ଆମ ସରକାର ମୂଳରୁ ଦୁର୍ନୀତି ବିରୋଧରେ ଲଢ଼େଇ କରି ଆସିଛି। ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ। ଆମେ ଗରିବୀ, ରୋଗ, ଆଞ୍ଚଳିକ ବୈଷମ୍ୟ ବିରୋଧରେ ଲଢୁଛୁ।

ଆମେ ପ୍ରାକୃତିକ ବିପର୍ଯ୍ୟୟ, ଅସମାନତା ବିରୋଧରେ ଲଢ଼େଇ କରୁଛୁ। ଦୁର୍ନୀତିର ମୂଳୋତ୍ପାଟନ ନକଲେ ଆମର ସବୁ ଲଢ଼େଇ ମୂଲ୍ୟ ହୀନ ହେବ। ଦୁର୍ନୀତିଗ୍ରସ୍ତ କର୍ମଚାରୀ ଯେତେ ଉଚ୍ଚ ପଦରେ ଥିଲେ ବି କାର୍ଯ୍ୟନୁଷ୍ଠାନ କରୁଛୁ। ଗତ ବର୍ଷକ ମଧ୍ୟରେ ୯୧ ଦୁର୍ନୀତିଗ୍ରସ୍ତଙ୍କୁ ଚାକିରିରୁ ବିଦା କରିଛୁ ବୋଲି ନବୀନ କହିଛନ୍ତି।

Related story