'କାଳିଆ’ ପାଇଁ ସ୍ୱତନ୍ତ୍ର ଅତିରିକ୍ତ ବଜେଟକୁ ମନ୍ତ୍ରିପରିଷଦର ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କାଳିଆ’ ଯୋଜନା ପାଇଁ ଓଡ଼ିଶା କଣ୍ଟିଜେନ୍ସି ଫଣ୍ଡରୁ ରାଜ୍ୟ ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ ଅଗ୍ରୀମ ଆକାରରେ ନେଇଥିବା ୭୩୫ କୋଟି ଟଙ୍କାର ଭରଣା ନିମନ୍ତେ ଆସନ୍ତାକାଲି ବିଧାନସଭାରେ ସ୍ୱତନ୍ତ୍ର ଅତିରିକ୍ତ ବଜେଟ୍ ଆଗତ ହେବ। ଏହି ସ୍ୱତନ୍ତ୍ର ଅତିରିକ୍ତ ବଜେଟ୍ ( ସ୍ପେଶାଲ ସପ୍ଲିମେଣ୍ଟାରୀ ଷ୍ଟେଟମେଣ୍ଟ ଅଫ ଏକ୍ସପେଣ୍ଡିଚର ଫର ରିକ୍ୟୁପମେଣ୍ଟ ଅଫ୍ ଆଡଭାନ୍ସ ଫ୍ରମ୍ ଓଡ଼ିଶା କଣ୍ଟିଜେନ୍ସୀ ଫଣ୍ଡ ଫର ଦି ଇୟର ୨୦୧୯-୨୦ )କୁ ଆଜି ମନ୍ତ୍ରିପରିଷଦର ଅନୁମୋଦନ ମିଳିଛି। […]

Kalia

Manoranjan Sial
  • Published: Thursday, 11 July 2019
  • , Updated: 11 July 2019, 09:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କାଳିଆ’ ଯୋଜନା ପାଇଁ ଓଡ଼ିଶା କଣ୍ଟିଜେନ୍ସି ଫଣ୍ଡରୁ ରାଜ୍ୟ ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ ଅଗ୍ରୀମ ଆକାରରେ ନେଇଥିବା ୭୩୫ କୋଟି ଟଙ୍କାର ଭରଣା ନିମନ୍ତେ ଆସନ୍ତାକାଲି ବିଧାନସଭାରେ ସ୍ୱତନ୍ତ୍ର ଅତିରିକ୍ତ ବଜେଟ୍ ଆଗତ ହେବ। ଏହି ସ୍ୱତନ୍ତ୍ର ଅତିରିକ୍ତ ବଜେଟ୍ ( ସ୍ପେଶାଲ ସପ୍ଲିମେଣ୍ଟାରୀ ଷ୍ଟେଟମେଣ୍ଟ ଅଫ ଏକ୍ସପେଣ୍ଡିଚର ଫର ରିକ୍ୟୁପମେଣ୍ଟ ଅଫ୍ ଆଡଭାନ୍ସ ଫ୍ରମ୍ ଓଡ଼ିଶା କଣ୍ଟିଜେନ୍ସୀ ଫଣ୍ଡ ଫର ଦି ଇୟର ୨୦୧୯-୨୦ )କୁ ଆଜି ମନ୍ତ୍ରିପରିଷଦର ଅନୁମୋଦନ ମିଳିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକରେ ୨୦୧୯-୨୦ ମସିହା ପାଇଁ ଓଡ଼ିଶା କଣ୍ଟିଜେନ୍ସୀ ଫଣ୍ଡରୁ ଅଗ୍ରୀମକୁ ଭରଣା ନିମନ୍ତେ ସ୍ୱତନ୍ତ୍ର ଅତିରିକ୍ତ ବଜେଟ(ବ୍ୟୟବରାଦ ବିବରଣୀ)କୁ ଅନୁମୋଦନ ମିଳିଛି। ରାଜ୍ୟ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ନିଜସ୍ୱ ମହତ୍ୱାକାଂକ୍ଷୀ ଯୋଜନା ‘କାଳିଆ’ ପାଇଁ ପାଣ୍ଠି ଆବଶ୍ୟକ ପଡ଼ିବାରୁ ଓଡ଼ିଶା କଣ୍ଟିଜେନ୍ସୀ ଫଣ୍ଡର ପରିମାଣକୁ ୪୦୦କୋଟି ଟଙ୍କାରୁ ୧୬୦୦କୋଟି ଟଙ୍କାକୁ ଏକ ଅର୍ଡିନାନ୍ସ ମାଧ୍ୟମରେ ବୃଦ୍ଧି କରିଥିଲେ। ଏହି କଣ୍ଟିନଜେନ୍ସୀ ଫଣ୍ଡରୁ କାଳିଆ ଯୋଜନା ପାଇଁ ପ୍ରଥମ ଦଫାରେ ରାଜ୍ୟ ସରକାର ୭୩୫ କୋଟି ଟଙ୍କା ଅଗ୍ରୀମ ଆକାରରେ ନେଇଥିଲେ। ଉକ୍ତ କଣ୍ଟିଜେନ୍ସୀ ଫଣ୍ଡରୁ ନେଇଥିବା ଅଗ୍ରୀମକୁ ଭରଣା ନିମନ୍ତେ ଏକ ସ୍ୱତନ୍ତ୍ର ଅତିରିକ୍ତ ବଜେଟ୍ ବିଧାନସଭାର ଅନୁମୋଦନ ଜରୁରୀ ଥିବାରୁ ଆଜି ମନ୍ତ୍ରିପରିଷଦ ବୈଠକ ଡାକି ଏହାକୁ ମଞ୍ଜୁରୀ ଦେଇଛନ୍ତି।

୨୦୧୯-୨୦ ମସିହା ପାଇଁ ଓଡ଼ିଶା କଣ୍ଟିଜେନ୍ସୀ ଫଣ୍ଡରୁ ଉଠାଯାଇଥିବା ଅଗ୍ରୀମ ଅର୍ଥର ଭରଣା ନିମନ୍ତେ ସ୍ୱତନ୍ତ୍ର ଅତିରିକ୍ତ ବଜେଟ(ବ୍ୟୟବରାଦ ବିବରଣୀ)କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆସନ୍ତାକାଲି ଗୃହରେ ଉପସ୍ଥାପନ କରିବାପରେ ଅଗଷ୍ଟ ୧ ତାରିଖରେ ପୁଣିଥରେ ଏହି ଅନୁଦାନ ଦାବି ରଖିବେ। ଯାହାକୁ ଅଗଷ୍ଟ ୨ ତାରିଖରେ ଅର୍ଥମନ୍ତ୍ରୀ ବ୍ୟୟମଞ୍ଜୁରୀ ବିଲ୍ ଭାବେ ଆଗତ କରି ଗୃହରେ ଅନୁମୋଦନ କରାଇବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟ୍ ୨୦୧୮ ଡିସେମ୍ବର ୨୯ ତାରିଖରେ ଏକ ଅର୍ଡିନାନ୍ସ ମାଧ୍ୟମରେ ଓଡ଼ିଶା କଣ୍ଟିନଜେନ୍ସୀ ଫଣ୍ଡ ଆକ୍ଟ-୧୯୬୭ର ସଂଶୋଧନ କରି ଆପାତକାଳୀନ ପାଣ୍ଠିର ପରିମାଣକୁ ୪୦୦କୋଟି ଟଙ୍କାରୁ ୧୬୦୦କୋଟି ଟଙ୍କାକୁ ବଢ଼ାଇ ଥିଲେ। ଏହି ଅର୍ଡିନାନ୍ସକୁ ୨୦୧୯ ଜାନୁୟାରୀ ୧୧ରେ ରାଜ୍ୟପାଳଙ୍କ ମଞ୍ଜୁରୀ ମିଳିବା ପରେ ସେହିମାସ ୧୬ତାରିଖରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିଲା।

Related story