ରାଜନୀତିର ଚକ୍ରବ୍ୟୁହରେ ଗୋଟି ସାଜିଛନ୍ତି ଓଡ଼ିଶା ଚାଷୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ସରକାରର ପତନ ଓ ନୂଆ କଂଗ୍ରେସର ସରକାରଙ୍କର କୃଷିଋଣ ଛାଡ଼ ଘୋଷଣା ପରେ ଚାଷୀଙ୍କୁ ନେଇ ଦେଶରେ ରାଜନୀତି ଜୋର ଧରିଛି। ରାଜନୀତିକ ରଣନୀତିକାରମାନଙ୍କ ଗୋଟି ଚାଳନାରେ ଉଛୁଳୁଛି ରାଜନୀତି। ଏହି ନେତାମାନଙ୍କ ଚାଷୀଙ୍କୁ ନିଜ ସପକ୍ଷରେ ନେବାକୁ ଆପଣାଉଛନ୍ତି ନାନା ଫନ୍ଦି। ଆଉ ମିଠା ମିଠା ଭାଷାରେ ଚାଷୀଙ୍କୁ ମନାଇବାକୁ ଆଣ୍ଠୁ ଗଣ୍ଠି ଲଗାଇ ଦେଉଛନ୍ତି। ହେଲେ ନେତାମାନଙ୍କ ଏହି ରାଜନୀତିକ ଚକ୍ରବ୍ୟୁହରେ ପେଷି […]

mandi

mandi

Rakesh Mallick
  • Published: Saturday, 22 December 2018
  • Updated: 22 December 2018, 10:38 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ସରକାରର ପତନ ଓ ନୂଆ କଂଗ୍ରେସର ସରକାରଙ୍କର କୃଷିଋଣ ଛାଡ଼ ଘୋଷଣା ପରେ ଚାଷୀଙ୍କୁ ନେଇ ଦେଶରେ ରାଜନୀତି ଜୋର ଧରିଛି। ରାଜନୀତିକ ରଣନୀତିକାରମାନଙ୍କ ଗୋଟି ଚାଳନାରେ ଉଛୁଳୁଛି ରାଜନୀତି। ଏହି ନେତାମାନଙ୍କ ଚାଷୀଙ୍କୁ ନିଜ ସପକ୍ଷରେ ନେବାକୁ ଆପଣାଉଛନ୍ତି ନାନା ଫନ୍ଦି। ଆଉ ମିଠା ମିଠା ଭାଷାରେ ଚାଷୀଙ୍କୁ ମନାଇବାକୁ ଆଣ୍ଠୁ ଗଣ୍ଠି ଲଗାଇ ଦେଉଛନ୍ତି। ହେଲେ ନେତାମାନଙ୍କ ଏହି ରାଜନୀତିକ ଚକ୍ରବ୍ୟୁହରେ ପେଷି ହେଉଥିବା ଚାଷୀର ପ୍ରକୃତ ଦୁଃଖ ଯେଉଁଠି ଥିଲା, ଆଜି ବି ସେହିଠି ରହିଛି। ନିଜ କଷ୍ଟ ଉପାର୍ଜିତ ଧାନ ଗଣ୍ଡାକ ବି ସେ ବିକି ପାରୁନାହିଁ।

ପ୍ରକୃତିଠାରୁ ଆରମ୍ଭ କରି ମନୁଷ୍ୟକୃତ ସମସ୍ତ ଝଡ଼ଝଞ୍ଜାକୁ ସାମ୍ନା କରିବା ପରେ ବି ଝାଳ ନିଗାଡ଼ି ଫଳାଇଥିବା ସୁନାର ସଫଲକୁ ଠିକଣା ଜାଗାରେ ପହଞ୍ଚାଇବା ପରେ ବି ଦି ପଇସା ପାଇବା ଚାଷୀ ପାଇଁ ସବୁଠାରୁ ବଡ଼ ଚିନ୍ତା ପାଲଟିଛି। ମଣ୍ଡି ଖୋଲିବାରେ ବିଳମ୍ବ ହେଉ, କି ଧାନକିଣାରେ କଟନୀଛଟନୀ ଭଳି ନାନା ସମସ୍ୟାରେ ଘାଣ୍ଟି ଗୋଳାଇ ହେଉଛି ମାଟିର ମଣିଷ। ଏପରିକି ଯେଉଁଠି ଧାନ ବିକ୍ରି ହେଉଛି, ସେଠାରେ ମଧ୍ୟ ଠିକ୍ ସମୟରେ ଆକାଉଣ୍ଟକୁ ଟଙ୍କା ପହଞ୍ଚୁନଥିବା ଅଭିଯୋଗ ଉଠୁଛି।

[caption id="attachment_315807" align="aligncenter" width="750"]mandi Image credit- internet[/caption]

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ସିଆଡ଼ିମାଳ ପଞ୍ଚାୟତରେ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଅସୁବିଧା ଯୋଗୁ ପ୍ରକୃତ ଚାଷୀ ଧାନ ବିକ୍ରି କରିପାରୁନଥିବା ଅଭିଯୋଗ ହୋଇଛିା ସମାନ ଅବସ୍ଥା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ। ଧାନର ଉପଯୁକ୍ତ ମାନ ନଥିବା ଦର୍ଶାଯାଇ କୁଇଣ୍ଟାଲ୍ ପିଛା ୧୦ରୁ ୧୨ କେଜି ପର୍ଯ୍ୟନ୍ତ ଧାନ କାଟି ଦିଆଯାଉଥିବାର ଅଭିଯୋଗ ଏଠାରୁ ଆସୁଛି।

ସେପଟେ ଧାନ ଜମା ଦେବାର ୨୪ରୁ ୭୨ ଘଣ୍ଟା ମଧ୍ୟରେ ଚାଷୀକୁ ତାର ପ୍ରାପ୍ୟ ମିଳିବ ବୋଲି ସରକାର ଘୋଷଣା କରିଥିଲେ। ହେଲେ ବରଗଡ଼ ଜିଲ୍ଲାରେ ୭ରୁ ୮ ଦିନ ପରେ ଟଙ୍କା ମିଳୁଥିବା କିଛି ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି।

[caption id="attachment_315809" align="aligncenter" width="750"]mandi image credit- internet[/caption]

ଗତ ସେପ୍ଟେମ୍ବରରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଥିଲା, ଚାଷୀଙ୍କ ଆକାଉଣ୍ଟକୁ ୩ଦିନ ଭିତରେ ଧାନ ବିକ୍ରି ଟଙ୍କା ପହଞ୍ଚିବ। ଧାନ କିଣାରେ କୌଣସି ପ୍ରକାରେ କାଣ୍ଟ୍ ଛାଣ୍ଟ୍ ହେବ ନାହିଁ। କ୍ୟାବିନେଟ୍ ବୈଠକରେ ପରେ ନିଜେ ମୁଖ୍ୟ ଶାସନ ସଚିବ ଏକଥା କହିଥିଲେ। ହେଲେ ସମସ୍ୟା ଯଥା ପୂର୍ବଂ ତଥା ପରଂ। ବିଭିନ୍ନ ସ୍ଥାନରୁ ଧାନ ବିକ୍ରି ସମସ୍ୟା କଥା ଜଣାପଡ଼ିବା ପରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି, “ଯିଏ ଚାଷୀଙ୍କଠାରୁ ସର୍ବନିମ୍ନ ସହାୟକ ଦରଠାରୁ କମ୍ ମୂଲ୍ୟରେ ଧାନ କିଣିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

ହେଲେ ବିଭିନ୍ନ ସ୍ଥାନରୁ ଠିକ୍‌ ମୂଲ୍ୟ ମିଳୁ ନଥିବା କଟନୀଛଟନୀ ହେଉଥିବାର ଅଭିଯୋଗ ଆସିଥିବା ବେଳେ ଏଠାରେ କି ପ୍ରକାର ପଦକ୍ଷେପ ନିଆଯାଇଛି ଓ ନିଆଯାଉଛି ତାହାର ଖବର କାହା ପାଖରେ ନାହିଁ। ଗୋଟିଏ ପଟେ କୃଷକଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ ଆଉ କାଳିଆ ଭଳି ସ୍ୱତନ୍ତ୍ର ଯୋଜନା। ହେଲେ ଚାଷୀ ସମସ୍ୟାର ଅନ୍ତ ନାହିଁ। ଆଉ କେତେ ଯୋଜନା ହେଲେ, ଓଡ଼ିଶା ଚାଷୀଙ୍କ ସ୍ଥିତି ବଦଳିବ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

https://youtu.be/iS8CA42fq24

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story