ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରେକର୍ଡ ସଂଖ୍ୟକ ୬୦୯ ‘କରୋନା’ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୮୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। ଆଜି ଆରୋଗ୍ୟ ହୋଇଥିବା ୬୦୯ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୮ ଜଣ ଅଛନ୍ତି। ସେହିପରି ସୁନ୍ଦରଗଡ଼ାରୁ ୧୩୫, ଖୋର୍ଦ୍ଧାରୁ ୩୭, କଟକରୁ ୩୨, ବାଲେଶ୍ୱରରୁ ୨୫, କେନ୍ଦୁଝରରୁ ୨୩, ମୟୂରଭଞ୍ଜରୁ […]

coronavirus-in-india

coronavirus-in-india

Manoranjan Sial
  • Published: Tuesday, 14 July 2020
  • Updated: 14 July 2020, 06:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରେକର୍ଡ ସଂଖ୍ୟକ ୬୦୯ ‘କରୋନା’ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୮୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

ଆଜି ଆରୋଗ୍ୟ ହୋଇଥିବା ୬୦୯ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୮ ଜଣ ଅଛନ୍ତି। ସେହିପରି ସୁନ୍ଦରଗଡ଼ାରୁ ୧୩୫, ଖୋର୍ଦ୍ଧାରୁ ୩୭, କଟକରୁ ୩୨, ବାଲେଶ୍ୱରରୁ ୨୫, କେନ୍ଦୁଝରରୁ ୨୩, ମୟୂରଭଞ୍ଜରୁ ୧୮, ଭଦ୍ରକରୁ ୧୨, ପୁରୀରୁ ୧୨, ସମ୍ୱଲପୁରରୁ ୮, ବରଗଡ଼ରୁ ୭, ଜଗତସିଂହପୁରରୁ ୭ , ଯାଜପୁରରୁ ୬, ଝାରସୁଗୁଡ଼ାରୁ ୪, କେନ୍ଦ୍ରାପଡ଼ାରୁ ୪ ଓ ବଲାଙ୍ଗିରିରୁ ୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1283025409580433409?s=20

ଆଜି ସୁଦ୍ଧା ସମଗ୍ର ରାଜ୍ୟରେ ୧୪୨୮୦ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୭୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୮୬୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୪୧୬ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୨୨ ଜଣ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos