ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବରିଷ୍ଠ ଆଇଏଏସ୍‌ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ ହୋଇଛି। ପ୍ରଦୀପ୍ତ ମହାପାତ୍ର ହେଲେ ସ୍କୁଲ ଓ ଗଣଶିକ୍ଷା ସଚିବ। ମନୋଜ ଆହୁଜା ଓ ସଂଜୟ ରସ୍ତୋଗୀଙ୍କୁ ଓଏସ୍‌ଡି ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ୱ ଦିଆଯାଇଛି। ସେହିପରି ଜି.ଶ୍ରୀନିବାସନ ହେଲେ ବାଣିଜ୍ୟ ଓ ପରିବହନ ସଚିବ। ଅନୁ ଗର୍ଗ ହେଲେ ଶ୍ରମ ଓ ଇଏସ୍ଆଇ ବିଭାଗ ସଚିବ। ସୌରଭ ଗର୍ଗ ହେଲେ କୃଷି ଓ କୃଷକ ସଶକ୍ତୀକରଣ ସଚିବ। ଅବକାରୀ ସଚିବ […]

odisha govt

Rakesh Mallick
  • Published: Tuesday, 03 October 2017
  • , Updated: 03 October 2017, 05:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବରିଷ୍ଠ ଆଇଏଏସ୍‌ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ ହୋଇଛି। ପ୍ରଦୀପ୍ତ ମହାପାତ୍ର ହେଲେ ସ୍କୁଲ ଓ ଗଣଶିକ୍ଷା ସଚିବ। ମନୋଜ ଆହୁଜା ଓ ସଂଜୟ ରସ୍ତୋଗୀଙ୍କୁ ଓଏସ୍‌ଡି ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ୱ ଦିଆଯାଇଛି। ସେହିପରି ଜି.ଶ୍ରୀନିବାସନ ହେଲେ ବାଣିଜ୍ୟ ଓ ପରିବହନ ସଚିବ। ଅନୁ ଗର୍ଗ ହେଲେ ଶ୍ରମ ଓ ଇଏସ୍ଆଇ ବିଭାଗ ସଚିବ। ସୌରଭ ଗର୍ଗ ହେଲେ କୃଷି ଓ କୃଷକ ସଶକ୍ତୀକରଣ ସଚିବ। ଅବକାରୀ ସଚିବ ହେଲେ ନିକୁଞ୍ଜ ଧଳ। ନିକୁଞ୍ଜଙ୍କୁ ମଧ୍ୟ ବିଜ୍ଞାନ ଓ ବୈଷୟିକ ବିଭାଗ ଅତିରିକ୍ତ ଦାୟିତ୍ୱ ମିଳିଛି। ରଂଜନା ଚୋପ୍ରା ହେଲେ ସମବାୟ ସଚିବ। ସେହିପରି ତାଙ୍କୁ ମଧ୍ୟ ଗୋପବନ୍ଧୁ ଏକାଡେମୀ ମହାନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ ମିଳିଛି। ବୀର ବିକ୍ରମ ଯାଦବ ହେଲେ ଖାଦ୍ୟ ଯୋଗାଣ ସଚିବ। ନିରଞ୍ଜନ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ। ସଂଗ୍ରାମ ମିଶ୍ର ହେଲେ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ। ବିଷ୍ଣୁପଦ ସେଠୀଙ୍କୁ ଓସଡମା ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି।

Related story