୨୦୨୦ ମସିହାରେ ରାଜ୍ୟ କର୍ମଚାରୀଙ୍କୁ ଅଧିକ ଛୁଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଚଳିତବର୍ଷ ତୁଳନାରେ ଆସନ୍ତାବର୍ଷ ଅଧିକ ଛୁଟି ପାଇବେ। ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ୨୦୧୯ ମସିହାରେ ୩୨ଦିନ ଛୁଟି ପାଇଥିବାବେଳେ ୨୦୨୦ ମସିହାରେ ସେମାନଙ୍କୁ ୩୫ଦିନ ଛୁଟି ମିଳିବ। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ଆଜି ବିଜ୍ଞପ୍ତି ଅନୁସାରେ, ୨୦୨୦ ମସିହାରେ ରାଜ୍ୟ କର୍ମଚାରୀମାନେ ଗୋଟିଏ ଦିନ ଇଚ୍ଛାଧୀନ ଛୁଟି ସମେତ ମୋଟ ୩୬ଦିନର ଛୁଟି ପାଇବେ। ଏହି ୩୬ଦିନ ଛୁଟି ମଧ୍ୟରେ […]

Govt-officer

Manoranjan Sial
  • Published: Wednesday, 23 October 2019
  • , Updated: 23 October 2019, 07:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଚଳିତବର୍ଷ ତୁଳନାରେ ଆସନ୍ତାବର୍ଷ ଅଧିକ ଛୁଟି ପାଇବେ। ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ୨୦୧୯ ମସିହାରେ ୩୨ଦିନ ଛୁଟି ପାଇଥିବାବେଳେ ୨୦୨୦ ମସିହାରେ ସେମାନଙ୍କୁ ୩୫ଦିନ ଛୁଟି ମିଳିବ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ଆଜି ବିଜ୍ଞପ୍ତି ଅନୁସାରେ, ୨୦୨୦ ମସିହାରେ ରାଜ୍ୟ କର୍ମଚାରୀମାନେ ଗୋଟିଏ ଦିନ ଇଚ୍ଛାଧୀନ ଛୁଟି ସମେତ ମୋଟ ୩୬ଦିନର ଛୁଟି ପାଇବେ। ଏହି ୩୬ଦିନ ଛୁଟି ମଧ୍ୟରେ ୮ଟି ଛୁଟି ରବିବାର,ଦ୍ୱିତୀୟ ଓ ଚତୁର୍ଥ ଶନିବାର ପଡ଼ୁଥିବାବେଳେ ବାକି ୨୭ଟି ଛୁଟିଦିନ ଅନ୍ୟାନ୍ୟ ବାରରେ ପଡ଼ୁଛି। ବର୍ଷକତମାମ ୮ଟି ଇଚ୍ଛାଧୀନ ଛୁଟି ଘୋଷଣା କରାଯାଇଛି ଓ କର୍ମଚାରୀମାନେ ଏଥିରୁ ଯେକୌଣସି ଗୋଟିଏ ଦିନକୁ ଇଚ୍ଛାଧୀନ ଛୁଟି ଭାବେ ନେଇପାରିବେ। ତେବେ ସାଧାରଣତଃ ଇଚ୍ଛାଧୀନ ଛୁଟି ଭାବେ ଘୋଷଣା ହେଉଥିବା ଇଷ୍ଟର ଶନିବାର ଓ ବ୍ରହ୍ମ ସମାଜ ପ୍ରତିଷ୍ଠା ଦିବସ ୨୦୨୦ ମସିହାରେ ଦ୍ୱିତୀୟ ଓ ୪ର୍ଥ ଶନିବାର ପାଇଁ ଛୁଟି ରହୁଥିବାବେଳେ ରାଜା ରାମମୋହନ ରାୟ ଜୟନ୍ତୀ ଦିନ ସାବିତ୍ରୀ ଅମାବାସ୍ୟା ପାଇଁ ଛୁଟି ରହିବ।

ସେହିପରି ରାଜ୍ୟରେ ଥିବା ବିଭିନ୍ନ ରାଷ୍ଟ୍ରାୟତ୍ତ,ଘରୋଇ ଓ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ପାଇଁ ମୋଟ ୨୨ଦିନ ଛୁଟି ଘୋଷଣା କରାଯାଇଥିବାବେଳେ ଏଥିରେ ୪ଟି ଛୁଟି ରବିବାର ପଡ଼ୁଛି।
ସୂଚନାଯୋଗ୍ୟ, ୨୦୧୯ ମସିହାରେ ରାଜ୍ୟ କର୍ମଚାରୀଙ୍କ ପାଇଁ ମୋଟ ୩୨ଦିନ ଛୁଟି ଘୋଷଣା କରାଯାଇଥିବାବେଳେ ସେଥିରେ ୭ଟି ଛୁଟି ରବିବାର ଓ ଦ୍ୱିତୀୟ ଶନିବାର ପଡ଼ିଥିଲା।

Related story