ସରକାର ଭୁଲିଗଲେ ‘କରୋନା’, ବୁଲେଟିନ୍ ବି ବନ୍ଦ କଲେ

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ସଂକ୍ରମଣ ରୋକିବା ପାଇଁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍  ଓ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ଥିବା ସତ୍ତ୍ୱେ ରାଜ୍ୟ ସରକାର ସୁଚିନ୍ତିତ ଢଙ୍ଗରେ ‘କରୋନା’ ସଂକ୍ରାନ୍ତ ତଥ୍ୟ ପ୍ରଦାନରୁ ରାଜ୍ୟବାସୀଙ୍କୁ ବଂଚିତ କରିଛନ୍ତି। କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ନେଇ ରାଜ୍ୟବାସୀ ଆତଙ୍କିତ ଥିବାବେଳେ ‘ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହିଁ କରୋନା ମୁକାବିଲାର ସଫଳତା’ ବୋଲି ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ ପରୋକ୍ଷରେ ରାଜ୍ୟ ସରକାରଙ୍କ […]

corona test

corona test

Manoranjan Sial
  • Published: Friday, 22 May 2020
  • Updated: 22 May 2020, 08:17 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ସଂକ୍ରମଣ ରୋକିବା ପାଇଁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍  ଓ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ଥିବା ସତ୍ତ୍ୱେ ରାଜ୍ୟ ସରକାର ସୁଚିନ୍ତିତ ଢଙ୍ଗରେ ‘କରୋନା’ ସଂକ୍ରାନ୍ତ ତଥ୍ୟ ପ୍ରଦାନରୁ ରାଜ୍ୟବାସୀଙ୍କୁ ବଂଚିତ କରିଛନ୍ତି। କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ନେଇ ରାଜ୍ୟବାସୀ ଆତଙ୍କିତ ଥିବାବେଳେ ‘ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହିଁ କରୋନା ମୁକାବିଲାର ସଫଳତା’ ବୋଲି ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ ପରୋକ୍ଷରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସାର୍ବଜନୀନ କରିଛନ୍ତି। ଯଦି ସରକାର ବାସ୍ତବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁ ବୋଲି ଚାହୁଁଛନ୍ତି ତା’ହେଲେ ଗତ ଦୁଇମାସ ଧରି ଲକଡାଉନ, ସଟଡାଉନ୍ ଓ ବିଭିନ୍ନ ପ୍ରକାରର ସେବା ଉପରେ କଟକଣା ଜାରି ଭଳି ପଦକ୍ଷେପ କାହିଁକି ନେଉଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି। ସବୁଠୁ ବଡ଼ କଥା ହେଉଛି ଡାକ୍ତର ପଣ୍ଡା ଗଣମାଧ୍ୟମରେ ଦେଇଥିବା ବୟାନକୁ ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଖଣ୍ଡନ ବି କରାଯାଇ ନାହିଁ। ଓଲଟା ସରକାରଙ୍କ ଦ୍ୱାରା ହେଉଥିବା ନିୟମିତ ପ୍ରେସ ବୁଲେଟିନକୁ ଅଚାନକ ବନ୍ଦ କରିଦିଆଯାଇଛି।

କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ମାର୍ଚ୍ଚ ୧୫ତାରିଖରୁ କ୍ରମାଗତ ପ୍ରୟାସ ସହ ଅନେକ ପଦକ୍ଷେପ ନେଇଛନ୍ତି। ଗତ ଦୁଇମାସ ଧରି ୪ ପର୍ଯ୍ୟାୟର ଲକଡାଉନ୍ ମଧ୍ୟରେ କରୋନା ସଂକ୍ରମଣକୁ ରୋକିବା ଓ ଏହାର ଚିକିତ୍ସା ଭିତ୍ତିଭୂମି ପ୍ରସ୍ତୁତ କରି ଗଣମାଧ୍ୟମକୁ ନିୟମିତ ବୁଲେଟିନ୍ ଦେଇ ରାଜ୍ୟବାସୀଙ୍କ ନିକଟରେ ସରକାରଙ୍କ କାର୍ଯ୍ୟକ୍ରମକୁ ପହଂଚାଉଥିଲେ। ଏପରିକି କରୋନା ସଂକ୍ରାନ୍ତ ତଥ୍ୟ ଦେବା ପାଇଁ ଓଡ଼ିଶା ଦକ୍ଷତା ମିଶନ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗଚୀଙ୍କୁ ରାଜ୍ୟ ସରକାର ନିଜର ମୁଖପାତ୍ର ଭାବେ ନିଯୁକ୍ତି ଦେଇଥିଲେ।

କରୋନା ମୁକାବିଲା ଦିଗରେ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ମଧ୍ୟ ବିଭିନ୍ନସ୍ତରରେ ପ୍ରଶଂସା କରାଯାଇଥିଲା। କରୋନା ଚିକିତ୍ସା ପାଇଁ ୩୩ଟି କୋଭିଡ୍ ହସ୍ପିଟାଲରେ ୫ହଜାରରୁ ଅଧିକ ବେଡ୍ ସ୍ଥାପନ ଓ ପ୍ରବାସୀ ଓଡ଼ିଆଙ୍କ ଫେରିବାକୁ ଦୃଷ୍ଟିରେ ରଖି ପଞ୍ଚାୟତଗୁଡ଼ିକରେ ପ୍ରାୟ ୧୫ହଜାର ଅସ୍ଥାୟୀ ମେଡିକାଲ କେନ୍ଦ୍ର ବା କ୍ୱାରେଣ୍ଟାଇନ ସେଣ୍ଟର ପ୍ରସ୍ତୁତ କରିବାରେ ସରକାର ସକ୍ଷମ ହୋଇଥିଲେ। କିନ୍ତୁ ଇତିମଧ୍ୟରେ କୋଭିଡ-୧୯ ବା କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟରେ ଅଚାନକ ପରିବର୍ତ୍ତନ ଦେଖିବାକୁ ମିଳିଛି।  ଏବେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୨ଶହ ଛୁଇଁଥିବାବେଳେ ରାଜ୍ୟରେ କରୋନା ପଜେଟିଭ୍ ହାର ୧.୦୫%କୁ ବୃଦ୍ଧି ପାଇଛି।

କରୋନା ସଂକ୍ରମିତଙ୍କ ସଂଖ୍ୟା ୦.୫୦% ମଧ୍ୟରେ ରହୁଥିବାବେଳେ ଏତେ ବୃଦ୍ଧିକୁ ନେଇ ସରକାର ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ନିଜର ବୈଷୟିକ ପରାମର୍ଶଦାତା ଡାକ୍ତର ପଣ୍ଡାଙ୍କ ମୁହଁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁ ବୋଲି ସନ୍ଦେଶ ଦେବାକୁ ପ୍ରୟାସ କରିଛନ୍ତି। ଯଦିଓ ରାଜ୍ୟରେ ‘କରୋନା’ର ଗୋଷ୍ଠୀ ସଂକ୍ରମଣ ହୋଇନି ବୋଲି ସରକାର ସଫେଇ ଦେଉଛନ୍ତି ତଥାପି ଡାକ୍ତର ପଣ୍ଡାଙ୍କ ବୟାନରୁ ଏବେ କରୋନା ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଂଚି ସାରିଥିବା ସ୍ପଷ୍ଟ ଜଣାପଡ଼ୁଛି। ସେ କହିଥିଲେ ଯେ, ସଂକ୍ରମଣ ସଂଖ୍ୟା ନବଢ଼ିଲେ ଆମ ଭିତରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ରହିିବନି। ପ୍ରତିରୋଧକ ଶକ୍ତି ଆସିବାକୁ ହେଲେ ଦୁଇ ତୃତୀୟାଂଶ ଲୋକଙ୍କୁ ସଂକ୍ରମଣ ହେବା ଦରକାର। ଏପରିକି ଜୁନ୍ ମାସ ଶେଷସୁଦ୍ଧା ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ଟପିବ ବୋଲି ସେ କହିଥିଲେ।

ରାଜ୍ୟ ସରକାରଙ୍କ ବୈଷୟିକ ମୁଖପାତ୍ର ଡାକ୍ତର ପଣ୍ଡା ଗତକାଲି ଏଭଳି ମନ୍ତବ୍ୟ ଗଣମାଧ୍ୟମକୁ ଦେବାପରେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା କରୋନା ସଂକ୍ରାନ୍ତ ପ୍ରେସ୍ ରିଲିଜକୁ ଆଜି ଅଚାନକ ବନ୍ଦ କରିଦିଆଯାଇଛି। ସରକାରଙ୍କ ମୁଖପାତ୍ର ଶ୍ରୀ ବାଗଚୀ ଶେଷଥର ମେ’ ୧୫ତାରିଖରେ ବୁଲେଟିନ୍ ଦେଇଥିଲେ। ସେବେଠୁ ତାଙ୍କର ଦେଖାନଥିବାବେଳେ ସରକାର ୧୮ତାରିଖରୁ ଏହି ନିୟମିତ ବୁଲେଟିନକୁ ମଧ୍ୟ ବନ୍ଦ କରିଦେଇଛନ୍ତି।

ତେଣୁ ମୁଖପାତ୍ର ଶ୍ରୀ ବାଗଚୀଙ୍କ ଦ୍ୱାରା ନିୟମିତ ବୁଲେଟିନରୁ ଓହରିଯିବା, ସରକାର ଏହି ନିୟମିତ ବୁଲେଟିନକୁ ବନ୍ଦ କରିବା, ବୈଷୟିକ ମୁଖପାତ୍ର ଡାକ୍ତର ପଣ୍ଡା ଗଣମାଧ୍ୟମକୁ ବୟାନ ଦେବା ଓ ସର୍ବୋପରି ଡାକ୍ତର ପଣ୍ଡାଙ୍କ ବୟାନକୁ ସରକାରୀସ୍ତରରେ କେହି ଖଣ୍ଡନ ନକରିବା ହିଁ ରାଜ୍ୟ ସରକାରଙ୍କ କରୋନା ମୁକାବିଲାର ଅପରିପକ୍ୱ ଚିନ୍ତାଧାରାକୁ ପଦାରେ ପକାଇଛି। ପ୍ରବାସୀଙ୍କ ଯୋଗୁ ଗାଁ ଗହଳିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାବେଳେ ସରକାରଙ୍କ ଏଭଳି ନିରବତା ମଧ୍ୟ ଲୋକଙ୍କୁ ଆତଙ୍କିତ କରାଇଛି।
ସୂଚନାଯୋଗ୍ୟ, ଆଜି ସୁଦ୍ଧା ରାଜ୍ୟରେମୋଟ ୧ଲକ୍ଷ ୧୩ହଜାର ୪୪୬ଟି ନମୂନା ପରୀକ୍ଷା ହୋଇଥିବାବେଳେ ୧୧୮୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୨୩ଟି ଜିଲ୍ଲାରେ ଏବେ ୭୪୬ଜଣ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story