ମାତ୍ର ୮ରୁ ୧୦% ବଢ଼ିବ ରାଜ୍ୟ ବଜେଟ୍ କଳେବର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ହ୍ରାସ ଓ ଧିମା ରାଜସ୍ୱ ସଂଗ୍ରହ ମଧ୍ୟରେ ରାଜ୍ୟ ସରକାର ଆସନ୍ତାକାଲି ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଚୂଡ଼ାନ୍ତ ରୂପ ଦେବେ। ତେବେ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ବଜେଟର ଆକାର ମାତ୍ର ୮ରୁ ୧୦ ପ୍ରତିଶତ ବଢ଼ିବାର ସମ୍ଭାବନା ଥିବାବେଳେ ପୁରୁଣା ସ୍କିମ୍ ପାଇଁ ଅର୍ଥ ବ୍ୟୟବରାଦ ଓ ଭିତ୍ତିଭୂମି କ୍ଷେତ୍ର ନିମନ୍ତେ ପାଣ୍ଠି ଆବଣ୍ଟନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବିଶେଷକରି […]

Manoranjan Sial
  • Published: Thursday, 06 February 2020
  • Updated: 06 February 2020, 09:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ହ୍ରାସ ଓ ଧିମା ରାଜସ୍ୱ ସଂଗ୍ରହ ମଧ୍ୟରେ ରାଜ୍ୟ ସରକାର ଆସନ୍ତାକାଲି ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଚୂଡ଼ାନ୍ତ ରୂପ ଦେବେ। ତେବେ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ବଜେଟର ଆକାର ମାତ୍ର ୮ରୁ ୧୦ ପ୍ରତିଶତ ବଢ଼ିବାର ସମ୍ଭାବନା ଥିବାବେଳେ ପୁରୁଣା ସ୍କିମ୍ ପାଇଁ ଅର୍ଥ ବ୍ୟୟବରାଦ ଓ ଭିତ୍ତିଭୂମି କ୍ଷେତ୍ର ନିମନ୍ତେ ପାଣ୍ଠି ଆବଣ୍ଟନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବିଶେଷକରି ୨୦୧୯-୨୦ ଆର୍ଥିକ ବର୍ଷରେ ବିଜେଡି ସରକାରର କେତେକ ମହାତ୍ୱକାଂକ୍ଷୀ ଯୋଜନାରେ ଅର୍ଥ ଖର୍ଚ୍ଚ ହୋଇପାରିନଥିବା ସୂଚନା ମିଳିଛି।

ରାଜ୍ୟ ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୨୦-୨୧ ଆର୍ଥିକ ବର୍ଷର ରାଜ୍ୟ ଚିଠା ବଜେଟ ଉପରେ ଆଲୋଚନା ପାଇଁ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୪୫ମିନିଟରେ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ। ଏହି ଚିଠା ବଜେଟକୁ ମନ୍ତ୍ରିପରିଷଦର ଅନୁମୋଦନ ମିଳିବାପରେ ତାହା ଫେବୃୟାରୀ ୧୮ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ। ତେବେ ଆସନ୍ତା ରାଜ୍ୟ ବଜେଟରେ କୌଣସି ନୂଆ ଯୋଜନା ପରିବର୍ତ୍ତେ ପୁରୁଣା ଯୋଜନା ପାଇଁ ଅର୍ଥ ବ୍ୟୟବରାଦ ଓ ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଉପରେ ସରକାର ଫୋକସ ଦେବେ ବୋଲି ଜଣାପଡ଼ିଛି। ଏପରିକି ପୁରୀ ଶ୍ରୀମନ୍ଦିରର ପାରିପାଶ୍ୱିର୍କ ବିକାଶ ପାଇଁ ପ୍ରାୟ ୩୨୦୯କୋଟି ଟଙ୍କା ସମେତ କୋଣାର୍କ, ଏକାମ୍ର କ୍ଷେତ୍ର, ତାରାତାରିଣୀ, ସମଲେଶ୍ୱରୀ ଓ ଅନ୍ୟ କେତେକ ପ୍ରସିଦ୍ଧ ମନ୍ଦିର ସମେତ କଟକରେ ଦ୍ୱିତୀୟ ଟାଉନସିପ୍ ନିର୍ମାଣ ଭଳି ପ୍ରକଳ୍ପ ନିମନ୍ତେ ବଜେଟରେ ଅର୍ଥ ବ୍ୟୟବରାଦ ହେବ ବୋଲି ସୂଚନା ମିଳିଛି। ତା’ଛଡ଼ା ଗ୍ରାମାଞ୍ଚଳ ଗୃହନିର୍ମାଣ କ୍ଷେତ୍ର, ମହାନଦୀ, ସୁବର୍ଣ୍ଣରେଖା, ବୈତରଣୀ ନଦୀ ପଠାରେ ବଡ଼ ବଡ଼ ଡ୍ୟାମ୍ ପ୍ରକଳ୍ପ ନିର୍ମାଣ କରାଯାଇ ନଦୀ ଜଳକୁ ସଂରକ୍ଷିତ କରି ରଖି ଖରାଦିନେ ଉପଯୋଗ କରାଯିବା, ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ର ଆଦି ଦିଗରେ ରାଜ୍ୟ ସରକାର ଅଧିକ ଫୋକସ କରିବା ସହ ସେ ନେଇ ବଜେଟରେ ଆବଶ୍ୟକ ବ୍ୟୟବରାଦ କରିଥିବା ଜଣାପଡ଼ିଛି। ଆଗାମୀ ବଜେଟରେ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗର ବଜେଟ ହ୍ରାସ ପାଇବାର ସମ୍ଭାବନା ରହିଛି। ଅବଶ୍ୟ ପୂର୍ତ୍ତ ବିଭାଗର ବଜେଟକୁ ମନ୍ଦିରଗୁଡ଼ିକର ଭିତ୍ତିଭୂମି ସୁଧାର କ୍ଷେତ୍ରରେ ଉପଯୋଗ କରାଯିବ।

ଅନ୍ୟପକ୍ଷରେ ବିଜୁ ଯୁବ ବାହିନୀ ଓ ସ୍ୱତନ୍ତ୍ର ବିକାଶ ପରିଷଦ, ବିଜୁ ପକ୍କାଘର, ଆମ ଗାଁ ଆମ ବିକାଶ, ଗୋପବନ୍ଧୁ ଗ୍ରାମୀଣ ଯୋଜନା ଆଦିରେ ମାତ୍ର ୧୦ରୁ ୧୨ପ୍ରତିଶତ ଅର୍ଥ ଖର୍ଚ୍ଚ ସମ୍ଭବପର ହୋଇଛି। ତେଣୁ ସରକାର ଏସବୁ କ୍ଷେତ୍ରରେ ଅର୍ଥଗୁଡ଼ିକୁ ପୁଣିଥରେ ସେସବୁ ଦିଗରେ ବ୍ୟୟବରାଦ କରିବେ। ଏହାବ୍ୟତୀତ ରାଜ୍ୟ କର୍ମଚାରୀମାନଙ୍କର ସପ୍ତମ ବେତନ କମିଶନ ବକେୟା ୬୦ପ୍ରତିଶତ ଅର୍ଥ ଦେବା ନେଇ ବଜେଟରେ ଟୋକେନ୍ ବ୍ୟବସ୍ଥା କରିବେ ବୋଲି ସୂଚନା ମିଳିଛି।

ତେବେ ବଜେଟର କଳେବର ପ୍ରସ୍ତୁତ ସମୟରେ ବିଭାଗଗୁଡ଼ିକୁ ମାତ୍ର ୮ରୁ ୧୦ପ୍ରତିଶତ ବୃଦ୍ଧି କରିବା ଭଳି ପ୍ରସ୍ତାବ ପଠାଇବାକୁ ଅର୍ଥ ବିଭାଗ ପକ୍ଷରୁ ରୋକଠୋକ୍ ଭାବେ କୁହାଯାଇଥିଲା। ଏବେ କେନ୍ଦ୍ରୀୟ ଟିକସ ପରିମାଣ ପ୍ରାୟ ୩ହଜାର କୋଟି ଟଙ୍କା ହ୍ରାସ ପାଇଥିବାରୁ ସରକାର ଆଗାମୀ ବର୍ଷର ବଜେଟକୁ ଆହୁରି ମଧ୍ୟ ହ୍ରାସ କରିବାର ଆଶଙ୍କା ରହିଛି।

ଉଲ୍ଲେଖଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷରେ ପୂର୍ଣ୍ଣାଙ୍ଗ ବଜେଟ ୧.୩୯ଲକ୍ଷ କୋଟି ଟଙ୍କା ଥିବାବେଳେ ଏହା ୨୦୧୮-୧୯ ତୁଳନାରେ ୧୫.୭% ଅଧିକ ଥିଲା। ମାତ୍ର ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ଏହି ଆକାର ପୂର୍ବବର୍ଷ ତୁଳନାରେ ସର୍ବାଧିକ ୧୦ପ୍ରତିଶତ ରହିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story