ଏବେ ‘ଓବିସି’ କାର୍ଡ ଭରସାରେ ବିଜେଡି

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ କ୍ରମାଗତ ପଞ୍ଚମ ପାଳି ସରକାର ଗଠନ କରିବା ପରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ସହ ସମ୍ପର୍କ ନିବିଡ଼ କରିଥିବା ବିଜେଡି ଏବେ ‘ଓବିସି ସଂରକ୍ଷଣ’କୁ ନିଜର ରାଜନୀତିକ ଅସ୍ତ୍ର ଭାବେ ଉପଯୋଗ ନିମନ୍ତେ ରଣନୀତି ପ୍ରସ୍ତୁତ କରିଛି। କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ମୋଦି-୨ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଅଯାଚିତ ସମର୍ଥନ ଦେଇ ଆସୁଥିବା ବିଜେଡି ରାଜ୍ୟରେ ନିଜର ରାଜନୀତିକ ବାଧ୍ୟବାଧକତା ନିମନ୍ତେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ସଂରକ୍ଷଣକୁ ମୁଖ୍ୟ ପ୍ରସଙ୍ଗ କରିବାକୁ […]

11bjd-office-750x430

11bjd-office-750x430

Manoranjan Sial
  • Published: Wednesday, 29 January 2020
  • Updated: 29 January 2020, 07:40 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ କ୍ରମାଗତ ପଞ୍ଚମ ପାଳି ସରକାର ଗଠନ କରିବା ପରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ସହ ସମ୍ପର୍କ ନିବିଡ଼ କରିଥିବା ବିଜେଡି ଏବେ ‘ଓବିସି ସଂରକ୍ଷଣ’କୁ ନିଜର ରାଜନୀତିକ ଅସ୍ତ୍ର ଭାବେ ଉପଯୋଗ ନିମନ୍ତେ ରଣନୀତି ପ୍ରସ୍ତୁତ କରିଛି। କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ମୋଦି-୨ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଅଯାଚିତ ସମର୍ଥନ ଦେଇ ଆସୁଥିବା ବିଜେଡି ରାଜ୍ୟରେ ନିଜର ରାଜନୀତିକ ବାଧ୍ୟବାଧକତା ନିମନ୍ତେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ସଂରକ୍ଷଣକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ନିଷ୍ପତ୍ତି ନେଇଛି। ଜନଗଣନା କାର୍ଯ୍ୟକ୍ରମ ସହ ରାଜ୍ୟରେ ଓବିସି ଗଣନା କରାଇବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ରାଜ୍ୟ କ୍ୟାବିନେଟ୍ ସୁପାରିଶ କରି ଏହାର ଆଭାସ ଦେଇଥିବାବେଳେ ଏବେ ସ୍ୱତନ୍ତ୍ର ଭାବେ ‘ଓବିସି’ ବିଭାଗ ଖୋଲିବାକୁ ଯାଉଛି। ଅନୁସୂଚିତ ଜାତି ଓ ଜନଜାତି ବିଭାଗରୁ ବାଦ୍ ଦିଆଯାଇ ସ୍ୱତନ୍ତ୍ର ଭାବେ ଓବିସି ଓ ସଂଖ୍ୟାଲଘୁ ବିଭାଗ ଗଠନ ହେବ। ଖୁବଶୀଘ୍ର ଏହା ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରୀୟ ଅବହେଳା କଥା କହି ଗତ ଏକ ଦଶନ୍ଧି ଧରି ରାଜନୀତି କରୁଥିବା ବିଜେଡି ଏବେ ‘ଓବିସି କାର୍ଡ’ ମାଧ୍ୟମରେ କେନ୍ଦ୍ର ଅବହେଳା ସ୍ୱରକୁ ପୁଣିଥରେ ଶାଣିତ କରିବାକୁ ସଜବାଜ ହେଉଛି। ଆସନ୍ତା ୨ବର୍ଷ ମଧ୍ୟରେ ଦଳକୁ ପୌର ଓ ପଞ୍ଚାୟତ ନିର୍ବାଚନର ସମ୍ମୁଖୀନ ହେବାକୁ ଥିବାରୁ ଏବେଠୁ ଏନେଇ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେଥିପାଇଁ ଓବିସି ବର୍ଗଙ୍କୁ ଉଭୟ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ୨୭% ସଂରକ୍ଷଣ ଦେବାର ପ୍ରାବଧାନକୁ ପୁଣିଥରେ କାର୍ଯ୍ୟକାରୀ କରିବା ନିମନ୍ତେ ସମ୍ବିଧାନର ନବମ ଅନୁଚ୍ଛେଦରେ ସଂଶୋଧନ ଭଳି ପ୍ରସ୍ତାବ ସଂସଦରେ ଆଣିବାକୁ ମଧ୍ୟ ବିଜେଡି ବିଚାରବିମର୍ଶ ଆରମ୍ଭ କରିଛି। ସଂରକ୍ଷଣ ୫୦%ରୁ ଅଧିକ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିବାରୁ ଏବେ ନବମ ଅନୁଚ୍ଛେଦରେ ସଂଶୋଧନ କରି ରାଜ୍ୟରେ ୨୭% ସଂରକ୍ଷଣ ବ୍ୟବସ୍ଥା ଓବିସି ବର୍ଗ ନିମନ୍ତେ ଲାଗୁ କରିବା ଉପରେ ବିଜେଡି ଗୁରୁତ୍ୱ ଦେଉଛି। ଏଥିପାଇଁ ରାଜ୍ୟରେ କ୍ଷମତାସୀନ ବିଜେଡି ସରକାରର କ୍ୟାବିନେଟ୍ ପ୍ରଥମେ ରାଜ୍ୟରେ ଓବିସି ଗଣନା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିବା ପରେ ଏବେ ‘ଓବିସି ଓ ସଂଖ୍ୟାଲଘୁ’ଙ୍କ ନିମନ୍ତେ ସ୍ୱତନ୍ତ୍ର ବିଭାଗ ଖୋଲିବାକୁ କ୍ୟାବିନେଟ୍ ଅନୁମତି ଦେବେ ବୋଲି ଜଣାପଡ଼ିଛି। ଆଗାମୀ କ୍ୟାବିନେଟ୍ ବୈଠକରେ ଏହି ନୂଆ ବିଭାଗ ଖୋଲିବାକୁ ନେଇ ପ୍ରସ୍ତାବ ଆସିବ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ୨୦୦୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସରକାର ରାଜ୍ୟରେ ଓବିସି ବର୍ଗଙ୍କ ପାଇଁ ୨୭% ସଂରକ୍ଷଣର ଘୋଷଣା କରିଥିଲେ। ଯାହାଫଳରେ ରାଜ୍ୟରେ ସଂରକ୍ଷଣ ପରିମାଣ ୬୬.୭୫%କୁ ବୃଦ୍ଧି ପାଇଥିଲା। କିନ୍ତୁ ଏହା ସୁପ୍ରିମକୋର୍ଟଙ୍କ ରାୟକୁ ଉଲ୍ଲଘଂନ କରୁଛି ଦର୍ଶାଇ ଉଭୟ ସ୍ୟାଟ୍ ଓ ହାଇକୋର୍ଟ ରାଜ୍ୟରେ ମୋଟ ସଂରକ୍ଷଣ ପରିମାଣକୁ ୫୦% ମଧ୍ୟରେ ସୀମିତ ରଖିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅବଶ୍ୟ ମାମଲା ଲଢ଼ିବାବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ତାମିଲନାଡୁ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ଓବିସି ସଂରକ୍ଷଣ ୫୦%ରୁ ବହୁ ଅଧିକ ଥିବା ନେଇ ଯୁକ୍ତି ଦର୍ଶାଯାଇଥିଲା। ମାତ୍ର ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପୂର୍ବରୁ ଏସବୁ ରାଜ୍ୟରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବା ଓ ତାହାକୁ ସମ୍ବିଧାନର ନବମ ଅନୁଚ୍ଛେଦରେ ସାମିଲ କରିଥିବାରୁ ତାହାକୁ କୋର୍ଟରେ ଚ୍ୟାଲେଞ୍ଜ କରିବା ସମ୍ଭବପର ହୋଇପାରିନି।

ସୂଚନାଯୋଗ୍ୟ, ଓଡ଼ିଶା ସରକାରଓବିସିଙ୍କ ୨୭% ସଂରକ୍ଷଣ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବାବେଳେ ସମ୍ବିଧାନର ଅନୁଚ୍ଛେଦ-୯ରେ ଓବିସିଙ୍କ ସଂରକ୍ଷଣକୁ ସାମିଲ ନିମନ୍ତେ ୨୦୧୨ ମସିହାରେ କେନ୍ଦ୍ର ସରକାରଙ୍କୁ ବିଧିବଦ୍ଧ ଚିଠି ଲେଖି ଅବଗତ କରାଇଥିଲେ। ମାତ୍ର ଓବିସିଙ୍କୁ ୨୭% ସଂରକ୍ଷଣ ଦେବା ପ୍ରସଙ୍ଗରେ ସମ୍ବିଧାନର ଅନୁଚ୍ଛେଦ-୯ର ଆବଶ୍ୟକ ବନ୍ଦୋବସ୍ତ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିପାରିନାହିଁ। ଯେଉଁଥିପାଇଁ ରାଜ୍ୟର ନବୀନ ପଟ୍ଟନାୟକ ସରକାର ପୁଣିଥରେ ଓବିସି ଗଣନା, ଓବିସିଙ୍କ ପାଇଁ ବିଭାଗ, ଓବିସି କମିଶନ ଗଠନ ଭଳି ପଦକ୍ଷେପ ନେଇ ବିଜେଡିର ରାଜନୀତିକ କାର୍ଯ୍ୟକ୍ରମକୁ ସତେଜ ରଖିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଏବେ ରାଜ୍ୟରେ ଓବିସି ବର୍ଗଙ୍କୁ ସରକାରୀ ଚାକିରିରେ ମାତ୍ର ୧୧.୨୫% ସଂରକ୍ଷଣ ମିଳୁଥିବାବେଳେ ଶିକ୍ଷାନୁଷ୍ଠାନରେ କୌଣସି ରିହାତି ମିଳୁନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos