ମତାମତ ଲୋଡ଼ିଲେ, କେନ୍ଦ୍ରୀୟ ଅନୁଦାନକୁ ଦେଖି ଚୂଡ଼ାନ୍ତ ହେବ ରାଜ୍ୟ ବଜେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କଠୁ ମତାମତ ଲୋଡ଼ିଛନ୍ତି। ତେବେ କେନ୍ଦ୍ରୀୟ ବଜେଟରେ ଅନୁଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର ବଜେଟ ଚୂଡ଼ାନ୍ତ କରିବେ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ବିଗତବର୍ଷଗୁଡ଼ିକ ଭଳି ଆସନ୍ତା ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ପୂର୍ବରୁ ସବୁ ବର୍ଗର ଲୋକଙ୍କ ମତାମତ ନେବାକୁ ସରକାର […]

Manoranjan Sial
  • Published: Tuesday, 17 December 2019
  • Updated: 17 December 2019, 08:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କଠୁ ମତାମତ ଲୋଡ଼ିଛନ୍ତି। ତେବେ କେନ୍ଦ୍ରୀୟ ବଜେଟରେ ଅନୁଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର ବଜେଟ ଚୂଡ଼ାନ୍ତ କରିବେ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ବିଗତବର୍ଷଗୁଡ଼ିକ ଭଳି ଆସନ୍ତା ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ପୂର୍ବରୁ ସବୁ ବର୍ଗର ଲୋକଙ୍କ ମତାମତ ନେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅର୍ଥ ବିଭାଗର ସ୍ୱତନ୍ତ୍ର ୱେବପୋର୍ଟାଲ ଜରିଆରେ ଲୋକମାନେ ମତାମତ ଦେଇପାରିବେ। ବିଭାଗ ପକ୍ଷରୁ ମଧ୍ୟ ଏକ ହ୍ୱାଟସଅପ୍ ନମ୍ବର-୯୪୩୮୧୬୧୧୧୧ରେ ମଧ୍ୟ ମତାମତ ସଂଗ୍ରହ କରାଯିବ। ସରକାରଙ୍କ ବଜେଟ୍ ପ୍ରସ୍ତୁତିରେ ସକ୍ରିୟ ସହଯୋଗ ନିମନ୍ତେ ଶ୍ରୀ ପୂଜାରୀ ଆହ୍ୱାନ ଦେଇଛନ୍ତି। ବଜେଟ୍ ସମ୍ବନ୍ଧୀୟ ମତାମତକୁ ଅର୍ଥ ବିଭାଗର ହ୍ୱାଟସଅପ୍ ନମ୍ବର , ଏସଏମଏସ୍ , ଇ-ମେଲ୍ ଆଦି ମାଧ୍ୟମରେ ପଠାଯାଇପାରିବ। ଚଳିତମାସ ୧୮ତାରିଖରୁ ଆସନ୍ତାମାସ ୧୫ତାରିଖ ମଧ୍ୟରେ ସାଧାରଣ ଲୋକମାନେ ନିଜର ମତାମତ ପଠାଇବା ଆବଶ୍ୟକ। ଡିସେମ୍ବର ୨୧ତାରିଖ ସୁଦ୍ଧା ବିଭାଗଗୁଡ଼ିକ ନିଜ ନିଜର ବଜେଟ୍ ଆବଶ୍ୟକତା ସମ୍ପର୍କରେ ଅର୍ଥ ବିଭାଗକୁ ଜଣାଇବେ। ତା’ପରେ ସେମାନଙ୍କ ସହ ୱାନ-ଟୁ-ୱାନ୍ ବୈଠକ କରାଯିବ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।

ଶ୍ରୀ ପୂଜାରୀ କହିଛନ୍ତି ଯେ, ଗତବର୍ଷ ବଜେଟ୍ ପ୍ରସ୍ତୁତି ପୂର୍ବରୁ ମୋଟ ୪୨୫୫ଟି ମତାମତ ମିଳିଥିଲା। ଏଥର ଅଧିକ ମିଳିବ ବୋଲି ଆଶା କରାଯାଉଛି। ଫେବୃୟାରୀ ୧୫ତାରିଖ ସୁଦ୍ଧା ବଜେଟ୍ ଚୂଡ଼ାନ୍ତ ହେବ ଓ ଫେବୃୟାରୀ ଶେଷ ସପ୍ତାହରେ ବଜେଟ୍ ବିଧାନସଭାରେ ଉପସ୍ଥାପନ କରାଯିବ। କେନ୍ଦ୍ରୀୟ ବଜେଟରେ ଅନୁଦାନକୁ ଦୃଷ୍ଟିରେ ରଖି ରାଜ୍ୟ ବଜେଟ ଚୂଡ଼ାନ୍ତ କରାଯିବ। ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଜିଏସଟି ବାବଦରେ ୧୧୯୪କୋଟି ଟଙ୍କାରୁ ୧୧୪୨କୋଟି ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି।

ଚଳିତ ଆର୍ଥିକ ବର୍ଷର ନଭେମ୍ବର ମାସ ସୁଦ୍ଧା ବଜେଟ୍ର ୫୨% ଅର୍ଥ ଖର୍ଚ୍ଚ ହେଶଇଥିବାବେଳେ ପାର୍କିଂ ଫଣ୍ଡ ପରିମାଣ ମଧ୍ୟ ହ୍ରାସ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos