ସମ୍ବଲପୁର ନ୍ୟାୟିକ ଅଞ୍ଚଳରୁ ସ୍ଥାନାନ୍ତର ହେବ ସମସ୍ତ ମାମଲା

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ଜାରି ରହିଥିବାରୁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ଓକିଲଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକେ ଯେପରି ହଇରାଣ ନ ହେବେ, ସେଥିଲାଗି ପଦକ୍ଷେପ ନେଇଛନ୍ତି ସରକାର। ସମ୍ବଲପୁର ନ୍ୟାୟିକ ଅଞ୍ଚଳରୁ ସମସ୍ତ ମାମଲାକୁ ଅନ୍ୟ ନ୍ୟାୟିକ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଛି। ତ୍ୱରିତ ବିଚାର ପ୍ରକ୍ରିୟା ସାରିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି।   ଗତ ଡିସେମ୍ବର ୬ରେ ସୁପ୍ରିମକୋର୍ଟଙ୍କ ରାୟକୁ […]

strick

strick

Manoranjan Sial
  • Published: Friday, 14 February 2020
  • Updated: 14 February 2020, 09:10 PM IST

Sports

Latest News

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ଜାରି ରହିଥିବାରୁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ଓକିଲଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକେ ଯେପରି ହଇରାଣ ନ ହେବେ, ସେଥିଲାଗି ପଦକ୍ଷେପ ନେଇଛନ୍ତି ସରକାର। ସମ୍ବଲପୁର ନ୍ୟାୟିକ ଅଞ୍ଚଳରୁ ସମସ୍ତ ମାମଲାକୁ ଅନ୍ୟ ନ୍ୟାୟିକ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଛି। ତ୍ୱରିତ ବିଚାର ପ୍ରକ୍ରିୟା ସାରିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି।

 

ଗତ ଡିସେମ୍ବର ୬ରେ ସୁପ୍ରିମକୋର୍ଟଙ୍କ ରାୟକୁ ଭିତ୍ତି କରି ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବଲାଙ୍ଗିର କୋର୍ଟର ମାମଲାଗୁଡ଼ିକୁ ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ବଲାଙ୍ଗିର ଓ ଲୋଇସିଂହା ଜେଏମଏଫ୍‌ସିର ମାମଲା ସଇଁତଳା ଜେଏମଏଫସିକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଦେବଗଡ଼ର ମାମଲା କେନ୍ଦୁଝର କୋର୍ଟକୁ ଓ ଝାରସୁଗୁଡ଼ା କୋର୍ଟର ମାମଲା ସୁନ୍ଦରଗଡ଼, ସମ୍ବଲପୁରର ମାମଲା ବରଗଡ଼ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି ସରକାର। ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିଲେ।

 

PLR ପ୍ରୋଜେକ୍ଟ ଓ MCL ମଧ୍ୟରେ ଚାଲିଥିବା ଏକ ମାମଲାର ଶୁଣାଣି ଓକିଲଙ୍କ ଆନ୍ଦୋଳନ ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା। ଏଣୁ ଏହାର ସ୍ଥାନାନ୍ତର ଲାଗି କଂପାନି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପକ୍ଷରେ ଆସନ୍ତାକାଲିଠାରୁ କାର୍ଯ୍ୟରେ ଯୋଗଦେବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ବଲାଙ୍ଗିରର ଆଇନଜୀବୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos