ଆସନ୍ତାକାଲିଠୁ ଗୋ-ହାଟ ବନ୍ଦ, ଗୋ-ବ୍ୟବସାୟ ଉପରେ କଟକଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବସୁଥିବା ସମସ୍ତ ଗାଈଗୋରୁ ହାଟ ଉପରେ ଆସନ୍ତାକାଲିଠୁ ବନ୍ଦ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ରାଜ୍ୟ ବାହାରୁ ଆସୁଥିବା ଗାଈ-ଗୋରୁ ବ୍ୟବସାୟ ଉପରେ ମଧ୍ୟ କଟକଣା ଜାରି ହୋଇଛି । ପଡ଼ୋଶୀ ରାଜ୍ୟ ସମେତ ଦେଶର କିଛି ରାଜ୍ୟରେ ଗୋରୁଗାଈଙ୍କ ମଧ୍ୟରେ ଲମ୍ପି ସ୍କିନ୍ (ଚର୍ମବିଣ୍ଡି) ରୋଗ ବ୍ୟାପୁଥିବାରୁ ଓଡ଼ିଶା ସରକାର ସର୍ତକତାମୂଳକ ପଦକ୍ଷେପ ନିଆଯାଇଛି ବୋଲି ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା […]

cattle

Ordigital Desk
  • Published: Friday, 16 September 2022
  • , Updated: 16 September 2022, 10:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବସୁଥିବା ସମସ୍ତ ଗାଈଗୋରୁ ହାଟ ଉପରେ ଆସନ୍ତାକାଲିଠୁ ବନ୍ଦ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ରାଜ୍ୟ ବାହାରୁ ଆସୁଥିବା ଗାଈ-ଗୋରୁ ବ୍ୟବସାୟ ଉପରେ ମଧ୍ୟ କଟକଣା ଜାରି ହୋଇଛି । ପଡ଼ୋଶୀ ରାଜ୍ୟ ସମେତ ଦେଶର କିଛି ରାଜ୍ୟରେ ଗୋରୁଗାଈଙ୍କ ମଧ୍ୟରେ ଲମ୍ପି ସ୍କିନ୍ (ଚର୍ମବିଣ୍ଡି) ରୋଗ ବ୍ୟାପୁଥିବାରୁ ଓଡ଼ିଶା ସରକାର ସର୍ତକତାମୂଳକ ପଦକ୍ଷେପ ନିଆଯାଇଛି ବୋଲି ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଗୋମହିଷାଦିଙ୍କ ମଧ୍ୟରେ ଚର୍ମବିଣ୍ଡି ରୋଗ ବ୍ୟାପିବାରେ ଲାଗିଛି । ଅବଶ୍ୟ ଓଡ଼ିଶାରେ ଏପର୍ଯ୍ୟନ୍ତ ଗୋଟିଏ ବି ପ୍ରାଣୀଙ୍କ ମଧ୍ୟରେ ଲମ୍ପି ସ୍କିନ୍ ଚିହ୍ନଟ ହୋଇନି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ ନିମନ୍ତେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାରେ ଏନେଇ କଂଟ୍ରୋଲ ରୁମ୍ ଖୋଲିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି । ଗତ ୧୨ ତାରିଖରେ ବିଭାଗ ପକ୍ଷରୁ ୧୪ଟି ସୀମାବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହି ରୋଗ ପ୍ରତିରୋଧ ନିମନ୍ତେ ମାର୍ଗଦର୍ଶିକା ଜାରି ହୋଇଛି।

ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ସୀମାନ୍ତ ଜିଲ୍ଲାଗୁଡ଼ିକର ପଶୁସମ୍ପଦ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି । ପ୍ରଭାବିତ ପଡ଼ୋଶୀ ରାଜ୍ୟର ପ୍ରାଣସମ୍ପଦ ବିଭାଗର ସଚିବମାନଙ୍କ ସହ ନିୟମିତ ଯୋଗାଯୋଗ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ଲମ୍ପି ସ୍କିନ ଚିହ୍ନଟ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୂପ ସତର୍କତା ଜାରି ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

Related story