ରାଜ୍ୟରେ ଆଉ ୪୫୦ଟି ଆର୍‌ଆଇ ସର୍କଲ ଖୋଲିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ିବ ଆଉ ୪୫୦ ନୂଆ ଆର୍‌ଆଇ ସର୍କଲ। ଏହାଦ୍ୱାରା ଜମିଜମା ରେକର୍ଡ ତଦାରଖ ସହ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଫସଲ ଓ କ୍ଷୟକ୍ଷତି ରିପୋର୍ଟ ଶୀଘ୍ର ଆକଳନ ହୋଇ ପାରିବ। ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ତହସିଲ୍‌ ଓ୍ୱାଇଜ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ତେବେ ବର୍ତ୍ତମାନ ସମୟରେ ଯେତିକି ଆରଆଇ ଅଫିସ୍ ଅଛି, ସେଠି ଠିକ୍‌ରେ କର୍ମଚାରୀ ନଥିବାବେଳେ ଆଗକୁ କିଭଳି ଏହା ଫଳପ୍ରଦ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି […]

ri-office

ri-office

Manoranjan Sial
  • Published: Saturday, 25 January 2020
  • Updated: 25 January 2020, 08:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ିବ ଆଉ ୪୫୦ ନୂଆ ଆର୍‌ଆଇ ସର୍କଲ। ଏହାଦ୍ୱାରା ଜମିଜମା ରେକର୍ଡ ତଦାରଖ ସହ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଫସଲ ଓ କ୍ଷୟକ୍ଷତି ରିପୋର୍ଟ ଶୀଘ୍ର ଆକଳନ ହୋଇ ପାରିବ। ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ତହସିଲ୍‌ ଓ୍ୱାଇଜ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ତେବେ ବର୍ତ୍ତମାନ ସମୟରେ ଯେତିକି ଆରଆଇ ଅଫିସ୍ ଅଛି, ସେଠି ଠିକ୍‌ରେ କର୍ମଚାରୀ ନଥିବାବେଳେ ଆଗକୁ କିଭଳି ଏହା ଫଳପ୍ରଦ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

ଏବେ ରାଜ୍ୟରେ ୨,୨୭୯ଟି ଆର୍‌ଆଇ ସର୍କଲ ରହିଛି। ରାଜସ୍ୱ ବିଭାଗର ନୂଆ ପ୍ରସ୍ତାବ ଅନୁସାରେ ଆଗକୁ ଗ୍ରାମାଞ୍ଚଳରେ ୩ ପଞ୍ଚାୟତ ପାଇଁ ଗୋଟିଏ ଆର୍‌ଆଇ ସର୍କଲ ଓ ସହରାଞ୍ଚଳରେ ୩ଟି ଓ୍ୱାର୍ଡ ପାଇଁ ଗୋଟିଏ ସର୍କଲ୍‌ ରଖିବାକୁ ପ୍ରସ୍ତାବ ରଖିଛନ୍ତି। ତେବେ ବାଲେଶ୍ୱର ଜିଲ୍ଲାରେ ସବୁଠୁ ଅଧିକ ୪୫, କଟକରେ ୪୩, ଅନୁଗୋଳରେ ୨୦ଟି, ବରଗଡ଼ରେ ୨୦ଟି, ଭଦ୍ରକରେ ୩ଟି, ବଲାଙ୍ଗିରିରେ ୧୯ଟି, ବୌଦ୍ଧରେ ୩ଟି, ଦେବଗଡ଼ରେ ୪ଟି, ଢେଙ୍କାନାଳରେ ୨୧ଟି, ଗଜପତିରେ ୧୩ଟି, ଗଞ୍ଜାମରେ ୨୦ଟି, ଜଗତସିଂହପୁରରେ ୧ଟି, ଯାଜପୁରରେ ୩୨ଟି, ଝାରସୁଗୁଡ଼ାରେ ୫ଟି, କଳାହାଣ୍ଡିରେ ୨୫ଟି, କନ୍ଧମାଳରେ ୭ଟି, କେନ୍ଦ୍ରାପଡ଼ାରେ ୧୩ଟି, କେନ୍ଦୁଝରରେ ୨୨ଟି, ଖୋର୍ଦ୍ଧାରେ ୨୬ଟି, କୋରାପୁଟରେ ୧୧ଟି, ମାଲକାନଗିରିରେ ୫ଟି, ମୟୂରଭଞ୍ଜରେ ୯ଟି, ନବରଙ୍ଗପୁରରେ ୧୨ଟି, ନୟାଗଡ଼ରେ ୧୭ଟି, ନୂଆପଡ଼ାରେ ୧୨ଟି, ପୁରୀରେ ୧୪ଟି, ରାୟଗଡ଼ାରେ ୨ଟି, ସମ୍ୱଲପୁରରେ ୧୦ଟି, ସୁବର୍ଣ୍ଣପୁରରେ ୨ଟି ଓ ସୁନ୍ଦରଗଡ଼ରେ ୧୪ଟି ଆର୍‌ଆଇ ସର୍କଲ ଖୋଲାଯିବ। ଯାଦ୍ୱାରା ମ୍ୟୁଟେସନ, ଲେଣ୍ଡ ଡିମାର୍କେସନ୍, ଭୂ-ରାଜସ୍ୱ ଆଦାୟ ଭଳି ଗୁରୁତ୍ୱପୂର୍ଣ୍ଣ କାମ ଶୀଘ୍ର କରିହେବ।

ସେପଟେ ରାଜ୍ୟ ସରକାରଙ୍କ ଏ ପ୍ରସ୍ତାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ବର୍ତ୍ତମାନ ଥିବା ଆର୍‌ଆଇ ସର୍କଲରେ ବହୁ ଆର୍‌ଆଇ ଓ ଅମିନ ପଦବୀ ଖାଲି ପଡ଼ିଛି। ତେଣୁ ଏହା କେବଳ ଏକ ଘୋଷଣା ବୋଲି କହିଛନ୍ତି ବିରୋଧୀ।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି-“ଆର୍‌ଆଇ ଅଫିସ୍‌ରେ କର୍ମଚାରୀ ନାହାନ୍ତି। ତାକୁ ପୂରଣ କରିପାରୁ ନାହାନ୍ତି। ଲୋକେ ନାନା ଅସୁବିଧାରେ ପଡ଼ୁଛନ୍ତି।”

ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି-“ରାଜ୍ୟରେ ଅନେକ ଆରଆଇ ଅଫିସ୍‌ରେ ଆର୍‌ଆଇ ଓ ଅମିନ ପଦବୀ ଖାଲି ପଡ଼ିଛି। ଯାହାଫଳରେ ରାଜସ୍ୱ ଆଦାୟ କମୁଛି। ଜମିବାଡ଼ି ମାମଲାକୁ ନେଇ ଲୋକେ ନାନା ଅସୁବିଧାରେ ପଡ଼ୁଛନ୍ତି।”

ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି-“ଲୋକଙ୍କୁ ନ୍ୟାୟ ଦେବା ପାଇଁ ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ଗୋଡ଼ାଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସେଥିରେ ଇଏ ଅନ୍ୟତମ। ନୂଆ ଆରଆଇ ଅଫିସ୍‌ ଖୋଲିଲେ ଲୋକେ ଉଚିତ ନ୍ୟାୟ ପାଇବେ। ଏହାଛଡ଼ା ରାଜସ୍ୱ ମାମଲା ଗୁଡ଼ିକ ଶୀଘ୍ର ଫଇସଲା ହେବ।”

ସେପଟେ ଜମି ରେଜିଷ୍ଟେସନ୍ ପରେ ଦଲିଲ୍ ନେବାକୁ ଆଉ ମାସ ମାସ ଅପେକ୍ଷା କରିବାକୁ ପଡ଼ିବନି। ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଫେବ୍ରୁଆରୀ ୧ ତାରିଖରୁ ସବ୍‌ରେଷ୍ଟର ଅଫିସ୍‌ରେ ସକାଳେ ଜମି ରେଜିଷ୍ଟ୍ରେସନ୍ ହେଲେ ଅପରାହ୍ନରେ ଦଲିଲ ମିଳିବ। ତା’ସହ ଏପ୍ରିଲ ୧ରୁ ଘଣ୍ଟାକରେ ଜମି ଦଲିଲ ମିଳିଯିବ ବୋଲି ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos