ରାଜ୍ୟରେ ଖୋଲିବ ଆଉ ୨ ନୂଆ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖୁବଶୀଘ୍ର ଆଉ ୨ଟି ନୂଆ ବିଭାଗ ଖୋଲିବ। ରାଜ୍ୟ କ୍ୟାବିନେଟର ଅନୁମୋଦନ ପରେ ଏହି ଦୁଇ ବିଭାଗ ୨୦୨୦-୨୧ ଆର୍ଥିକ ବର୍ଷରୁ ବିଧିବଦ୍ଧ ଭାବେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ‘ଅନୁସୂଚିତ ଜାତି ଓ ଜନଜାତି ବିକାଶ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ’ ବିଭାଗ ଏଣିକି କେବଳ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଭାବେ ପରିଚିତ ହେବ। ପଛୁଆ ବର୍ଗ ଓ ସଂଖ୍ୟାଲଘୁ ପାଇଁ ସ୍ୱତନ୍ତ୍ର ବିଭାଗ […]

lokaseba-bhawan

lokaseba-bhawan

Manoranjan Sial
  • Published: Wednesday, 29 January 2020
  • Updated: 29 January 2020, 08:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖୁବଶୀଘ୍ର ଆଉ ୨ଟି ନୂଆ ବିଭାଗ ଖୋଲିବ। ରାଜ୍ୟ କ୍ୟାବିନେଟର ଅନୁମୋଦନ ପରେ ଏହି ଦୁଇ ବିଭାଗ ୨୦୨୦-୨୧ ଆର୍ଥିକ ବର୍ଷରୁ ବିଧିବଦ୍ଧ ଭାବେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ‘ଅନୁସୂଚିତ ଜାତି ଓ ଜନଜାତି ବିକାଶ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ’ ବିଭାଗ ଏଣିକି କେବଳ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଭାବେ ପରିଚିତ ହେବ। ପଛୁଆ ବର୍ଗ ଓ ସଂଖ୍ୟାଲଘୁ ପାଇଁ ସ୍ୱତନ୍ତ୍ର ବିଭାଗ ଖୋଲାଯିବ। ସେହିପରି ‘ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି’ ବିଭାଗ କେବଳ ମହିଳା ଓ ଶିଶୁ ବିକାଶ ବିଭାଗ ଭାବେ ପରିଚିତ ହେବ । ସ୍ୱତନ୍ତ୍ର ଭାବେ ‘ମିଶନ ଶକ୍ତି’ ବିଭାଗ କାର୍ଯ୍ୟ କରିବ।

ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକ ଜୟନ୍ତୀ କିମ୍ୱା ମାର୍ଚ୍ଚ ୮ତାରିଖରେ ଆନ୍ତର୍ଜାତିକ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ନୂଆ ବିଭାଗ ସମ୍ପର୍କରେ ଘୋଷଣା କରିପାରନ୍ତି।

ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ବିଜେଡି ନିଜର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଆଧାରରେ ସଂଖ୍ୟାଲଘୁ ସମୁଦାୟ ସହ ଜଡ଼ିତ ସମସ୍ତ କାର୍ଯ୍ୟକ୍ରମ ଓ ପ୍ରତିଷ୍ଠାନ(ୱାକଫ ବୋର୍ଡ, ହଜ କମିଟି, ପ୍ରଧାନମନ୍ତ୍ରୀଙ୍କ ୧୫ସୂତ୍ରୀୟ କାର୍ଯ୍ୟକ୍ରମ ଆଦି)କୁ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ବିକାଶ ବିଭାଗ ଅଧୀନରେ ସମ୍ପାଦନ କରାଯିବ। ସଂଖ୍ୟାଲଘୁଙ୍କ ପାଇଁ ଏହି ବିଭାଗରେ ସମସ୍ତ କାର୍ଯ୍ୟକ୍ରମ ନିମନ୍ତେ ସିଙ୍ଗଲୱିଣ୍ଡୋ ବ୍ୟବସ୍ଥା ରହିବ। ସଂଖ୍ୟାଲଘୁ ବିକାଶ ପାଇଁ ଏକ କମିଶନ ମଧ୍ୟ ଗଠନ ହେବ । କେବଳ ସେତିକି ନୁହେଁ ପଛୁଆ ବର୍ଗ ବିକାଶ ନିମନ୍ତେ ରାଜ୍ୟ ସରକାର ଓବିସି କମିଶନର ପୁନର୍ଗଠନ ମଧ୍ୟ କରିବେ। ଏହି ନୂଆ ବିଭାଗ ପାଇଁ ଜଣେ ପୂର୍ଣ୍ଣକାଳୀନ ସଚିବ ମଧ୍ୟ କାର୍ଯ୍ୟ କରିବେ ।

ସେହିପରି ମହିଳା ଭୋଟବ୍ୟାଙ୍କକୁ ନିଜସହ ବାନ୍ଧି ରଖିବା ପାଇଁ ବିଜେଡି ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ଅନୁରୂପ ‘ମିଶନ ଶକ୍ତି’କୁ ଏକ ସ୍ୱତନ୍ତ୍ର ବିଭାଗ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱତନ୍ତ୍ର ଭାବେ ‘ମିଶନ ଶକ୍ତି ବିଭାଗ’ ଗଠନ କରାଯିବାପରେ ଏହା ମାଧ୍ୟମରେ ରାଜ୍ୟସ୍ତରୀୟ ମହିଳା ସ୍ୱୟଂ ସହାୟକ ମହାସଂଘରେ ଅଧ୍ୟକ୍ଷା ଓ ସଦସ୍ୟ ଚୟନ କାର୍ଯ୍ୟ ହେବ। ନିର୍ବାଚନ ପ୍ରକ୍ରିୟାରେ ଏହି ଅଧ୍ୟକ୍ଷା ଓ ସଦସ୍ୟମାନେ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରୁ ନିର୍ବାଚିତ ହୋଇ ଆସିବେ। ଏସଏଚଜିଗୁଡ଼ିକୁ ପ୍ରାୟ ୫ହଜାର କୋଟି ଟଙ୍କାର ସରକାରୀ ବ୍ୟବସାୟ ଦେବା ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ ଥିବାବେଳେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ମଧ୍ୟ ଏହି ନୂଆ ବିଭାଗ ମାଧ୍ୟମରେ ହେବ ବୋଲି ସୂଚନା ମିଳିଛି। ଏବେ ରାଜ୍ୟରେ ମୋଟ ୩୯ଟି ବିଭାଗ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story