ରାଜ୍ୟପାଳଙ୍କ ଏସ୍କର୍ଟ ଗାଡ଼ି ଧକ୍କାରେ ୭ ଆହତ

ଉଦଳା(ମାନସ ପାଣି): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଏସ୍କର୍ଟ ଗାଡ଼ି ଧକ୍କାରେ ୭ ଜଣ ଆହତ ହୋଇଛି। ଆଜି ଏପରି ଦୁର୍ଘଟଣା ଉଦଳାରୁ ବାରିପଦା ଯିବା ରାସ୍ତାର ପୁରୁଣାପାଣି ନିକଟରେ ଘଟିଛି। ଆହତ ୭ ଜଣଙ୍କୁ ବାରିପଦା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆଜି ଦିନିକିଆ ମୟୂରଭଞ୍ଜ ଗସ୍ତରେ ଯାଇଥିଲେ। ସେ ଉଦଳାରେ ଆୟୋଜିତ କାର୍ଯ୍ୟକ୍ରମ ସାରି ମଧ୍ୟାହ୍ନରେ ବାରିପଦା ସର୍କିଟ୍‌ ହାଉସକୁ ଫେରୁଥିଲେ। ପୁରୁଣାପାଣି ନିକଟରେ ରାଜ୍ୟପାଳଙ୍କ ଗାଡ଼ି ପଛରେ […]

Odisha-Governor's-escort-vehicles-meet-with-an-accident-near-Purunapani-in-Udala-of-Mayurbhanj-district

Manoranjan Sial
  • Published: Friday, 18 October 2019
  • , Updated: 18 October 2019, 05:35 PM IST

ଉଦଳା(ମାନସ ପାଣି): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଏସ୍କର୍ଟ ଗାଡ଼ି ଧକ୍କାରେ ୭ ଜଣ ଆହତ ହୋଇଛି। ଆଜି ଏପରି ଦୁର୍ଘଟଣା ଉଦଳାରୁ ବାରିପଦା ଯିବା ରାସ୍ତାର ପୁରୁଣାପାଣି ନିକଟରେ ଘଟିଛି। ଆହତ ୭ ଜଣଙ୍କୁ ବାରିପଦା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆଜି ଦିନିକିଆ ମୟୂରଭଞ୍ଜ ଗସ୍ତରେ ଯାଇଥିଲେ। ସେ ଉଦଳାରେ ଆୟୋଜିତ କାର୍ଯ୍ୟକ୍ରମ ସାରି ମଧ୍ୟାହ୍ନରେ ବାରିପଦା ସର୍କିଟ୍‌ ହାଉସକୁ ଫେରୁଥିଲେ। ପୁରୁଣାପାଣି ନିକଟରେ ରାଜ୍ୟପାଳଙ୍କ ଗାଡ଼ି ପଛରେ ଯାଉଥିବା ଏସ୍କର୍ଟ ଗାଡ଼ି ସମ୍ମୁଖକୁ ଜଣେ ସାଇକେଲ୍‌ ଆରୋହୀ ଚାଲି ଆସିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଏସ୍କର୍ଟ ଗାଡ଼ିଟି ବ୍ରେକ୍‌ ମାରିଥିଲା। ତେବେ ତାଙ୍କ ପଛରେ ଆସୁଥିବା ଅନ୍ୟ ଗାଡ଼ିଟି ଆଗ ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ୭ ଜଣ ଆହତ ହୋଇଛନ୍ତି।

Related story