ବିଜେଡିର ‘ମହାନଦୀ’ ଲଢ଼େଇ: ସୌମ୍ୟ ଜାଣନ୍ତିନି ସ୍ଥିତି, ମନ୍ତ୍ରୀ ଦେଲେନି ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ‘ମହାନଦୀ’କୁ ନେଇ ଜୋରଦାର ଅଭିଯାନ କରି ରାଜନୀତିକ ଫାଇଦା ନେବାକୁ ଚାହିଁଥିବା ବିଜେଡି ଏବେ ‘ମହାନଦୀ’ ପ୍ରସଙ୍ଗରେ ଦଳର ନେତାମାନଙ୍କୁ ଅନ୍ଧାରରେ ରଖିଛି। ୨୦୧୬ ମସିହା ପ୍ରାରମ୍ଭରେ ‘ମହାନଦୀ’ ପାଇଁ ରାଜନୀତିକ ଲଢ଼େଇ ଆରମ୍ଭ କରିଥିବା ବିଜେଡି ନିଜର ୪ଜଣ ବରିଷ୍ଠ ନେତାଙ୍କୁ ନେଇ ଗଢ଼ିଥିବା କମିଟି ବି ‘ମହାନଦୀ ଲଢ଼େଇ’ର ସ୍ଥିତି ସମ୍ପର୍କରେ ଟେର୍ ପାଉନି। କମିଟିର ସଦସ୍ୟ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ବିଧାନସଭାରେ […]

Soumaya

Soumaya

Ordigital Desk
  • Published: Thursday, 02 September 2021
  • Updated: 03 September 2021, 12:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ‘ମହାନଦୀ’କୁ ନେଇ ଜୋରଦାର ଅଭିଯାନ କରି ରାଜନୀତିକ ଫାଇଦା ନେବାକୁ ଚାହିଁଥିବା ବିଜେଡି ଏବେ ‘ମହାନଦୀ’ ପ୍ରସଙ୍ଗରେ ଦଳର ନେତାମାନଙ୍କୁ ଅନ୍ଧାରରେ ରଖିଛି। ୨୦୧୬ ମସିହା ପ୍ରାରମ୍ଭରେ ‘ମହାନଦୀ’ ପାଇଁ ରାଜନୀତିକ ଲଢ଼େଇ ଆରମ୍ଭ କରିଥିବା ବିଜେଡି ନିଜର ୪ଜଣ ବରିଷ୍ଠ ନେତାଙ୍କୁ ନେଇ ଗଢ଼ିଥିବା କମିଟି ବି ‘ମହାନଦୀ ଲଢ଼େଇ’ର ସ୍ଥିତି ସମ୍ପର୍କରେ ଟେର୍ ପାଉନି। କମିଟିର ସଦସ୍ୟ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ବିଧାନସଭାରେ ଏନେଇ ଜଳସମ୍ପଦ ମନ୍ତ୍ରୀଙ୍କଠୁ ଉତ୍ତର ଲୋଡ଼ିବା ପରେ ବିଜେଡିର ମହାନଦୀ ଲଢ଼େଇ ସେତେବେଳେ ଏକ ପ୍ରହସନ ଥିଲା ବୋଲି ପରୋକ୍ଷରେ ପ୍ରମାଣିତ ହୋଇଛି।

ବିଧାୟକ ଶ୍ରୀ ପଟ୍ଟନାୟକଙ୍କ ପ୍ରଶ୍ନର ବିଧାନସଭାରେ ଆଜି ଲିଖିତ ଉତ୍ତର ଦେଇ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ, ଛତିଶଗଡ଼ ଆଉ କେତେ ବନ୍ଧ ନିର୍ମାଣ ସମ୍ପୂର୍ଣ୍ଣ କରିବ ସେ ତଥ୍ୟ ସରକାରଙ୍କ ପାଖରେ ନାହିଁ। ମହାନଦୀ ଜଳବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲରେ ଛତିଶଗଡ଼ର ବନ୍ଧ ନିର୍ମାଣ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ରହିତାଦେଶ ପାଇଁ ଓଡ଼ିଶା ସରକାର ପ୍ରାର୍ଥନା କରିଛନ୍ତି। ଏହା ଟ୍ରିବ୍ୟୁନାଲଙ୍କର ବିଚାରଧୀନ ରହିଛି। ତେବେ କୋଭିଡ୍ ମହାମାରୀ ଯୋଗୁ ସବୁକ୍ଷେତ୍ରରେ କାର୍ଯ୍ୟକ୍ରମ ବ୍ୟାପକ ପ୍ରଭାବିତ ହୋଇଥିବାରୁ ଟ୍ରିବ୍ୟୁନାଲଙ୍କର କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ସଫେଇ ଦେଇଛନ୍ତି। ଟ୍ରିବ୍ୟୁନାଲଙ୍କର କାର୍ଯ୍ୟକାଳ ୩ବର୍ଷ ପୂରଣ ହେବାପରେ ଆଉ ୨ବର୍ଷ ବୃଦ୍ଧି ପାଇଥିବାକୁ ଓଡ଼ିଶା ସରକାର ବିରୋଧ କରିନାହାନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ବିଧାୟକ ଶ୍ରୀ ପଟ୍ଟନାୟକ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଧାର୍ଯ୍ୟ ୩ବର୍ଷ ମଧ୍ୟରେ କାହିଁକି ରିପୋର୍ଟ ଦେଲେନି ଓ ମହାନଦୀରେ ଛତିଶଗଡ଼ର ବନ୍ଧ ନିର୍ମାଣରେ କାହିଁକି ରହିତାଦେଶ ଓଡ଼ିଶାକୁ ମିଳିଲାନି ବୋଲି ପ୍ରଶ୍ନ କରିଥିଲେ। ଟ୍ରିବ୍ୟୁନାଲଙ୍କ କାର୍ଯ୍ୟ ଅବଧି ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବାରୁ ଏହି ଅବଧିରେ ଛତିଶଗଡ଼ ଆଉ କେତେ ବନ୍ଧ ନିର୍ମାଣ କରିବ ବୋଲି ସେ ଜାଣିବାକୁ ଚାହିଁଥିଲେ।

ମାତ୍ର ରାଜ୍ୟ ସରକାରଙ୍କ ପାଖରେ ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ କେତେ ବନ୍ଧ ନିର୍ମାଣ କରୁଛନ୍ତି ସେ ନେଇ କୌଣସି ତଥ୍ୟ ନଥିବା କହିବା ସିଧାସଳଖ ଭାବେ ମହାନଦୀ ଲଢ଼େଇକୁ ଦୁର୍ବଳ କରିଛି। ଶ୍ରୀ ପଟ୍ଟନାୟକ ବିଜେଡି ବିଧାୟକ ତଥା ଶାସକ ବିଜେଡି ଦ୍ୱାରା ମହାନଦୀ ଲଢ଼େଇ ପାଇଁ ଗଢ଼ାଯାଇଥିବା ୪ଜଣିଆ ଷ୍ଟିୟରିଂ କମିଟିର ସଦସ୍ୟ ମଧ୍ୟ। ୨୦୧୮ ଜୁନ୍ ମାସରୁ ସେ କମିଟିର ସଦସ୍ୟ ଥାଇ ଯଦି ମହାନଦୀ ପ୍ରସଙ୍ଗରେ ଜାଣିପାରୁନାହାନ୍ତି ଓ ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ମହାନଦୀରେ କେତେ ବନ୍ଧ ନିର୍ମାଣ ଛତିଶଗଡ଼ କରୁଛି ତା’ର ତଥ୍ୟ ନାହିଁ, ତା’ହେଲେ ଏହା ହିଁ ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି।

ସୂଚନାଯୋଗ୍ୟ, ମହାନଦୀ ଓ ପୋଲାଭରମ ପ୍ରକଳ୍ପରେ ରାଜ୍ୟ ସ୍ୱାର୍ଥ ରକ୍ଷା ନିମନ୍ତେ ବିଜେଡିକୁ ପରାମର୍ଶ ଦେବା ପାଇଁ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀପ୍ରସାଦ ମିଶ୍ର ଓ ଚନ୍ଦ୍ରଶେଖର ସାହୁଙ୍କୁ ନେଇ ୨୦୧୮ ଜୁନ୍ ମାସରେ ଏକ କମିଟି ଗଠନ ହୋଇଥିଲା। ଏହି କମିଟି ମଧ୍ୟ ସେତେବେଳେ ମହାନଦୀ ପ୍ରସଙ୍ଗରେ ବିଜେଡି ସୁପ୍ରିମୋଙ୍କୁ ଏକ ଅନୁଧ୍ୟାନ ରିପୋର୍ଟ ଦେଇଥିଲା। ଏହି କମିଟିର ରିପୋର୍ଟ କ’ଣ ହେଲା ତାହା ସାର୍ବଜନୀନ ହୋଇନଥିବାବେଳେ କମିଟି ସଦସ୍ୟ ତଥା ବିଧାୟକ ଶ୍ରୀ ପଟ୍ଟନାୟକ ମହାନଦୀ ଜଳ ବିବାଦକୁ ନେଇ ସରକାରଙ୍କୁ ପଚାରିଥିବା ପ୍ରଶ୍ନ ହିଁ ବିଜେଡିର ମହାନଦୀ ଲଢ଼େଇ ଏକ ଲୋକଦେଖାଣିଆ ଅଭିଯାନ ଥିଲା ବୋଲି ସ୍ପଷ୍ଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story